ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା […]
ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଶାନଦାର ଉପହାର ୬ ଭାରତୀୟ କ୍ରିକେଟରଙ୍କୁ ଏସୟୁଭି କାର ଭେଟି ଦେବେ ଆନନ୍ଦ ମହିନ୍ଦ୍ରା ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ହିରୋଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଉପହାର। ୬ ଯୁବ ଖେଳାଳିଙ୍କୁ ମହିନ୍ଦ୍ରା ଥର ଏସୟୁଭି (Mahindra Thar SUV) କାର ଉପହାର ଦେବାକୁ ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ। ଖେଳାଳିଙ୍କ ଶାନଦାର ପ୍ରଦର୍ଶନ ପରେ ଖୁସିରେ ଗଦଗଦ ହୋଇ କ୍ରିକେଟରେ ବିଶେଷ ରୁଚି ରଖୁଥିବା ଆନନ୍ଦ ମହିନ୍ଦ୍ରା ସେମାନଙ୍କ ଲାଗି […]
କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା […]
ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ନେଇ ଆଜି ବସିଛି କମାଣ୍ଡରସ୍ତରୀୟ ବୈଠକ। ଭାରତ-ଚୀନ୍ ସୀମା ବିବାଦର ସମାଧାନ ସହ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଏହି ସାମରିକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । LACରେ ଚୀନ ସୀମାରେ ଥିବା ମଲ୍ଡୋରେ ଏହି ବୈଠକ ବସିଛି । ସୈନ୍ୟ ପ୍ରତ୍ୟାହାରକୁ ନେଇ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ ଥିବାରୁ ପୂର୍ବରୁ ସମସ୍ତ କମାଣ୍ଡର ସ୍ତରୀୟ ବୈଠକ ସଫଳ ହୋଇପାରିନାହିଁ । […]
ନୂଆଦିଲ୍ଲୀ: ପାକିସ୍ତାନ ରଚୁଛି ସାଙ୍ଘାତିକ ଷଡ଼ଯନ୍ତ୍ର । ସୀମାରେ ପୁଣି ଆତଙ୍କର ସୁଡ଼ଙ୍ଗ ଠାବ । ମାଟି ଉପରେ ଆତଙ୍କୀ ଷଡ଼ଯନ୍ତ୍ର ଫେଲ ମାରିଥିବା ବେଳେ ମାଟି ତଳେ ନୂଆ ଚକ୍ରବ୍ୟୁହ ରଚୁଛି ଶତ୍ରୁ ଦେଶ । ୧୦ ଦିନର ବ୍ୟବଧାନ ପରେ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ […]
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ, ସୃଷ୍ଟି ଗୋସ୍ୱାମୀଙ୍କୁ କରିବେ ଦିନିକିଆ ମୁଖ୍ୟମନ୍ତ୍ରୀ ଡେରାଡୁନରେ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବିଧାନସଭାରେ ସିଏମ୍ ହେବ ସୃଷ୍ଟି ସମସ୍ତ ବିଭାଗ ସୃଷ୍ଟିଙ୍କ ସମ୍ମୁଖରେ ନିଜ ନିଜ ବିଭାଗର ପ୍ରେଜେଣ୍ଟେସନ୍ ଦେବେ ସବୁ ଦିଗକୁ ଦୃଷ୍ଟିରେ ରଖି ପରାମର୍ଶ ଦେବେ ସୃଷ୍ଟିଙ୍କ ବାଳିକାଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ ଆଉ ଜଣେ ‘ନାୟକ’ । ‘ନାୟକ’ ସିନେମା ଭଳି ସୃଷ୍ଟି ଦିନେ ପାଇଁ ହେବେ […]
ନୂଆଦିଲ୍ଲୀ: କରୋନା ଭାଇରସ୍କୁ ମାତ୍ ଦେବା ପାଇଁ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯାଇଛି। ଏମିତି ଜଣେ ଡାକ୍ତର, ଯିଏକି କରୋନା ଟିକା ନେବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏକାଏକା ଟିକା ନେଉଥିବାରୁ ସେ ପତ୍ନୀଙ୍କ ମଧୁର ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣଙ୍କ ମୁହଁରେ ମଧ୍ୟ ହସ ଫୁଟି ଉଠିବ। ଭିଡିଓରେ କାର୍ଡିଓଲୋଜିଷ୍ଟ୍ […]
ନିରୀହ ଜୀବଙ୍କ ଉପରେ ନିଷ୍ଠୁର ମଣିଷର ବର୍ବରତା । ଗର୍ବ ଅହଙ୍କାରରେ ଅନ୍ଧ ହୋଇ ମାନବିକତା ଭୁଲିଯାଉଛି ମଣିଷ । ଦିନକୁ ଦିନ ପଶୁ ପ୍ରତି ମଣିଷର କ୍ରୁର ବ୍ୟବହାର ବଢ଼ିବାରେ ଲାଗିଛି । ବର୍ବର ଆଉ ନୃଶଂସତାର ସୀମା ପାର କରୁଛି ମଣିଷ। ପୁଣି ଥରେ ମଣିଷ କରିଛି ଅମଣିଷ କାମ । ତାମିଲନାଡୁରେ ଜନବସତି ଆଡ଼କୁ ଭୁଲରେ ପଳାଇ ଆସିଥିବା ହାତୀକୁ ଘଉଡାଇବା ପାଇଁ ଜଳନ୍ତା ଟାୟାରକୁ ଫିଙ୍ଗିଦେଇଥିଛି ମଣିଷ । ଫଳରେ ନିଷ୍ପାପ […]
କୁକୁର ଓ ମଣିଷର ଅନାବିଳ ବନ୍ଧୁତା। ମଣିଷର ସବୁଠାରୁ ବିଶ୍ୱସ୍ତ ବୋଲାଉଥିବା କକୁରର ନିସ୍ୱାର୍ଥପର ଭଲପାଇବା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ତୁର୍କୀରେ ଏପରି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ମାଲିକଙ୍କୁ ଟିକିଏ ଦେଖିବା ପାଇଁ ହସ୍ପିଟାଲ ବାହାରେ ୭ ଦିନ ଧରି ଜଗି ରହିଛି ପୋଷା କୁକୁର। ହଠାତ ଦିନେ ବିଳମ୍ବିତ ରାତିରେ ମାଲିକର ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଆଉ ସେହି ଦିନଠାରୁ ମାଲିକ […]
ହାଇଦ୍ରାବାଦ: ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଗଲେ ପତ୍ନୀ। ଆଉ ପତ୍ନୀ ଛାଡ଼ି ଚାଲିଯିବା ଦୁଃଖରେ ହତ୍ୟାକାରୀ ସାଜିଲେ ସ୍ୱାମୀ। ସମ୍ପୃକ୍ତ ବ୍ୟକ୍ତି ଗୋଟିଏ ପରେ ଗୋଟିଏ ଏପରି ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶେଷରେ ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୋଲିସ୍ ଗିରଫ କରିଛି। ସେ ପଥର କାଟନ୍ତି ବୋଲି ଜଣାପଡ଼ିଛି। ହାଇଦ୍ରାବାଦରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନା ଅନୁସାରେ, ୨୧ ବର୍ଷ ବୟସରେ […]
ନୂଆଦିଲ୍ଲୀ: ଆଜି ସୁନା-ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୯୭ ଟଙ୍କା ହ୍ରାସ ପାଇ ୪୮,୮୪୬ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ସେହିପରି ରୂପାଦର ୪୦୫ ଟଙ୍କା ହ୍ରାସ ସହ ପ୍ରତି କିଲୋଗ୍ରାମକୁ ୬୬,୧୩୦ ଟଙ୍କାରେ ଟ୍ରେଣ୍ଡ୍ କରୁଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଆଜି ସୁନା ଦର ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ସୁନା କାରବାର ୭.୭୧ ଡଲାର ହ୍ରାସ ସହ ପ୍ରତି ounceକୁ […]
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ପାଖାପାଖି ୨ ମାସ ଧରି ଚାଲିଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହଠାତ୍ କାହିଁକି ହିଂସାକାଣ୍ଡର ରୂପ ନେଲା, ଏହାର କାରଣ ଖୋଜା ଚାଲିଛି। ସେପଟେ କିଛି ଚାଷୀ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ହିଂସାକାଣ୍ଡରେ ୮ଟି ବସ୍ ଓ ୧୭ଟି ପ୍ରାଇଭେଟ୍ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍ କହିଛି। ଗାଜିପୁର୍, ଟିକ୍ରି ଓ ସିଂଘୁ ବର୍ଡରରେ ଆନ୍ଦୋଳନକାରୀମାନେ ବ୍ୟାରିକେଡ୍ […]