ନୂଆଦିଲ୍ଲୀ: ଶତପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍। ଫେବୃଆରୀ ୧ ଅର୍ଥାତ୍ ଆସନ୍ତାକାଲିଠୁ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ସିନେମା ହଲ୍। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି। ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବା ଆଶା କରାଯାଉଛି। ଏହା ଦ୍ୱାରା ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଓ ହଲ୍ ମାଲିକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି। କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ମାସରୁ ସିନେମା ହଲ୍ ବନ୍ଦ […]
ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼। ବଜେଟ୍ ପରେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ପୁଣି ଥରେ ବୃଦ୍ଧି ପାଇଲା ଘରୋଇ ଗ୍ୟାସ (ଏଲପିଜି ସିଲିଣ୍ଡର) ଦର। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ ଏହି ଦାମ୍ ବୃଦ୍ଧି କରିଛି । ସିଲିଣ୍ଡର ପିଛା ଦାମ୍ ୨୫ ଟଙ୍କା ବଢ଼ିଛି। କିନ୍ତୁ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ୬ଟଙ୍କା ହ୍ରାସ ପାଇଛି । ଏହାପୂର୍ବରୁ ବ୍ୟବସାୟିକ ଏଲପିଜି […]
ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍ ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି AKTUର ଟପ୍ -6 ଆପରେ ସ୍ଥାନ ପାଇଛି ଏହି ଆପ୍ କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ। ଅସୁବିଧା କାହା ଜୀବନରେ ନାହିଁ ? ଜୀବନଟା ସମସ୍ତଙ୍କ ପାଇଁ ସମସ୍ୟା ବହୁଳ। ହେଲେ ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଜଣେ ନିଜର ସ୍ୱପ୍ନ ପୂରଣ […]
ନୂଆଦିଲ୍ଲୀ: କରୋନା ଟିକା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଦ ହେଉନି। ଦେଶରେ ଟିକାକରଣର ଚାଲିଥିବା ବେଳେ ଶାନ୍ତିରେ ଶୋଇପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆତଙ୍କର ଭୂସ୍ୱର୍ଗ କହୁଥିବା ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଭୟରେ ଜଡ଼ସଡ଼ ହେଉଛନ୍ତି। ଋଣରେ ମୁଣ୍ଡରୁ ତଳିପା ଯାଏ ବୁଡ଼ିଥିବା ପାକିସ୍ତାନ ପାଖରେ କରୋନା ମୁକାବିକଲା ପାଇଁ ଫୁଟି କଉଡ଼ି ଟିଏ ନାହିଁ। ଏପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆତଙ୍କବାଦୀ ମାନେ ବନ୍ଧୁକ ମୁନରେ ଟିକା ଲୁଟି ନେବାର […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ୱପ୍ନ ଏବଂ ଚିନ୍ତାଧାରା ଉପରେ ମୋହର ଲଗାଇଲା ଅକ୍ସଫୋର୍ଡ ଭାଷା ବିଶ୍ୱବିଦ୍ୟାଳୟ। ‘ଆତ୍ମନିର୍ଭରଶୀଳ’ ଶବ୍ଦକୁ ୨୦୨୦ର ହିନ୍ଦୀ ଶବ୍ଦ ରୂପେ ଚୟନ କରିଛି ଅକ୍ସଫୋର୍ଡ ଲାଙ୍ଗୁଏଜ୍। ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରୱାଲ, ପୁନମ୍ ନିଗମ ସାହାୟ ଏବଂ ଇମୋଗାନ ପ୍ଲକ୍ସେସର ଏକ ପରାମର୍ଶଦାତା ପ୍ୟାନେଲ ଦ୍ୱାରା ଏହି ଶବ୍ଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଗତ ବର୍ଷରେ ଲୋକଙ୍କ ମନୋବଳ ତଥା ମାନସିକ ସ୍ଥିତିକୁ ପ୍ରତିଫଳିତ କରିବା ସହ ଲମ୍ବା […]
ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଥିବା ବଜେଟ୍ ସାଧାରଣ ପରିବାରଙ୍କ ପାଇଁ ସୁହାଇଲା ଭଳି ହୋଇଛି ବୋଲି କୁହାଯାଇପାରେ। ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୧, ୨୦୨୧ରୁ ଏକ ନୂତନ ସଂଶୋଧିତ କଷ୍ଟମ୍ ଡ୍ୟୁଟି ନୀତି ଲାଗୁ ହେବ। କରୋନା ମହାମାରୀ ମଧ୍ୟରେ ସୁନା-ରୂପାର ମୂଲ୍ୟ ଅହେତୁକ […]
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ। ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। […]
ପୁଣି ଥରେ ବାପା ହେଲେ କମେଡି କିଙ୍ଗ। ଆଜିର ଦିନରେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି କପିଲ ଶର୍ମା । ପତ୍ନୀ ଗିନ୍ନି ଚଥରଥ ଏକ ପୁଅ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ନିଜେ କପିଲ ଶର୍ମା। ଏହାପରେ ଶର୍ମା ଦମ୍ପତିଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହାପୂର୍ବରୁ ୨୦୧୯ରେ କପିଲ-ଗିନ୍ନିଙ୍କ ଘରେ କୁନି ପରୀ ଅନାୟାରା ଜନ୍ମ ନେଇଥିଲା। Namaskaar ? we […]
ଫେବୃଆରୀ ପହିଲାରୁ ଦେଶର ଅର୍ଥନୀତି ସଜାଡି ହୋଇପାରେ। ନଚେତ ବିଗିଡି ଯିବାର ମଧ୍ୟ ଅନେକ ସମ୍ଭାବନା ରହିଛି । କାରଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏ ଦିନ ଅନେକ ବଡ ଘୋଷଣା ହେବାର ରହିଛି। ଆଉ କିଛିଟା ପରିବର୍ତ୍ତନ ହେଲେ ଯାହାର ପ୍ରଭାବ ଆପଣଙ୍କ ପକେଟ ଉପରେ ସିଧା ପଡିବ। ବଜେଟ ବ୍ୟତୀତ ଫେବୃଆରୀ ପହିଲାରୁ ଦେଶର ଅନେକ ପରିବର୍ତ୍ତନ ହେବାକୁ […]
ବିଚିତ୍ର ବିଶ୍ୱର ବିଚିତ୍ର ତଥା ଭୟଙ୍କର ଝରଣା। ଏବେ ବି ରହସ୍ୟଘେରରେ ଆଣ୍ଟର୍କାଟିକାର ଟେଲର ଗ୍ଲେସିୟରର ବୋହୁଥିବା ରକ୍ତ ଝରଣା। କଳ କଳ ନାଦରେ ପାହାଡ଼ ଉପରୁ ତଳକୁ ବୋହି ଆସୁଥିବା ଝରଣା ପାଣି ଖୁବ ମନୋରମ ଲାଗୁଥିବା ବାଳେ ଏହି ଝରଣା କଥା ଶୁଣିଲେ ଛାତିରେ ଛନକା ପଶିବ। ରକ୍ତ ଝରଣାରେ ପାଣି ବଦଳରେ ରକ୍ତ ବହିଯାଏ । ଅନେକ ଗବେଷଣା ପରେ ବି ବିଚିତ୍ର ବିଶ୍ୱର ଏହି ରହସ୍ୟ ପ୍ରକୃତି କୋଳରେ ନିଜକୁ ଲୁଚାଇ […]
ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ […]
ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ତେବେ ମୁହାଁମୁହିଁ ସ୍ଥିତି ପରେ ପୋଲିସ ବର୍ତ୍ତମାନ ଚାଷୀଙ୍କୁ ତଡ଼ିବାରେ ସଫଳ ହୋଇଛି । କିନ୍ତୁ କୃଷକମାନେ […]
ଜାନୁଆରୀ ୨୬ ତାରିଖକୁ ସାରା ଭାରତ ବର୍ଷ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରିଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇଥିଲା। ଭାରତ ଏକ ସାର୍ବଭୌମତ୍ୱ ଗଣତନ୍ତ୍ର ରାଷ୍ଟ୍ର ରୂପେ ପରିଗଣିତ ହେବାସହ ଏହିଦିନ ଲିଖିତ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ସାଧାରଣତନ୍ତ୍ର ଦିବସରେ ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ […]
ନୂଆଦିଲ୍ଲୀ : ବାପାମା’ଙ୍କ ଝଗଡ଼ାରେ ନଷ୍ଟ କରନି ପିଲାଙ୍କ ଶୈଶବ। ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ସ୍ନେହପ୍ରେମର ବନ୍ଧନକୁ ନଷ୍ଟ ନକରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ବାପାମା’ଙ୍କ ମଧ୍ୟରେ କଳିଝଗଡ଼ାରେ ବଳିପଡ଼ୁଛି କୁନି କୁନି ପିଲାଙ୍କ ଶୈଶ। ଅସହ୍ୟ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି କୋମଳମତି। ଟିକିଏ ପାଟିତୁଣ୍ଡ ପାଇଁ ସୁନାର ସଂସାର ଚୂନା ହୋଇଯାଉଛି। ଯେଉଁ ସମୟରେ ଉଭୟ ବାପାମା’ଙ୍କ ସ୍ନେହ ଦରକାର, ସେ ସମୟରେ ଅଲଗା ରହିବାକୁ ବାଧ୍ୟ ହୁଅନ୍ତି ଦୁନିଆ କ’ଣ ଜାଣିନଥିବା କୁନି […]
ନୂଆଦିଲ୍ଲୀ : ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବା ବେଳେ ଭାରତ ଚୀନ ସେନା ପୁଣି ମୁହାଁମୁହିଁ ହୋଇଛନ୍ତି । ତିନି ଦିନ ପୂର୍ବରୁ ସିକ୍କିମର ନାକୁଲାରେ ଚୀନ ସନା ସୀମାର ସ୍ଥିତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । ଏଂ କିଛି ଚୀନ ସେନା ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ତେବେ ଏନେଇ ଜଣେ ଭାରତୀୟ ବରିଷ୍ଠ ସେନାଅଧିକାରୀ କହିଛନ୍ତି, ଭାରତୀୟ […]
କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା କପିଲ୍ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍ ଶର୍ମାଙ୍କ କମେଡି ଶୋ’ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଓ କିଛିଦିନ ପରେ ନୂଆ ସିଜନ୍ ସହ ସେ ପୁଣିଥରେ ଫେରିବେ। ମୁମ୍ବାଇ: କମେଡିଆନ୍ କପିଲ୍ ଶର୍ମା ଓ ପତ୍ନୀ ଗିନି ଚତରଥ ଖୁବ୍ଶୀଘ୍ର ତାଙ୍କର ଦ୍ୱିତୀୟ […]