ମୁକ୍ତସର: ବାହାଘର ଗିପ୍ଟ ନେବା ବଦଳରେ ରଖିଲେ ଦାନ ବାକ୍ସ। ଏହି ବାକ୍ସ ଆଉ କାହା ପାଇଁ ନୁହେଁ ବରଂ କୃଷକଙ୍କ ପାଇଁ। ଏକଥା ହୁଏତ ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଏହି ନିଆରା ଘଟଣା ଘଟିଛି ଏଭଳି ଘଟଣା ଘଟିଛି ଚଣ୍ଡିଗଡ଼ ଠାରୁ ୨୫୦ କିମି ଦୂର ପଞ୍ଜାବ ମୁକ୍ତସରର ଏକ ବିବାହ ଉତ୍ସବରେ। ପଞ୍ଜାବର ଜଣେ ପରିବାର ବିରାଟ ବିବାହ ଉତ୍ସବ ଆୟୋଜନ କରିଥିଲେ। ସାଙ୍ଗସାଥୀ, ବନ୍ଧୁ ସମ୍ପର୍କୀୟଙ୍କୁ ଡାକିଥିଲେ। କିନ୍ତୁ […]
ଶ୍ରୀନଗର: ଜାମ୍ମୁକାଶ୍ମୀର ପୁଲୱାମାରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ପୁଲୱାମା ଟିକେନ୍ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସେନେଇ କିଛି ସ୍ପଷ୍ଟ ହୋଇନି। ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି […]
ଭୁବନେଶ୍ୱର: ଟିକା ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ ହେବ। ଏନେଇ ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି, ଏହା ଆପ୍ରୁ ସୂଚନା ମିଳିଯିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ। ଆଗରୁ କରୋନା ଭାଇରସ ବିରୋଧରେ ମୁକାବିଲା କରିବା […]
ନୂଆଦିଲ୍ଲୀ: ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା। ୩୦ କୋଟି ଲୋକଙ୍କୁ ଦିଆଯିବ ଏହି ଭ୍ୟାକ୍ସିନ।ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ପ୍ରତି ଭାରତୀୟ, ଯାହାକୁ ଟିକା ଦେବା ଜରୁରୀ ଥିବ, ଟିକା ଦିଆଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ବୟସ୍କଙ୍କୁ ପ୍ରଥମେ ଟିକା ଦେବା ଯୋଜନା କରରାଯାଇଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ ଆଦି ୧ କୋଟି […]
ନୂଆଦିଲ୍ଲୀ: ୨୫୦ ଟଙ୍କାରେ ମିଳିପାରେ କରୋନା ଟିକାର ଗୋଟିଏ ଡୋଜ୍। ଖୁବଶୀଘ୍ର ଏନେଇ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିପାରେ ସିରମ ଇନଷ୍ଟିଚ୍ୟୁଟ। ଭାରତରେ ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକାର ମିଳିତ ଟିକା କୋଭିସିଲଡର ଜରୁରୀକାଳୀନ ବ୍ୟବହାର ନେଇ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆବେଦନ କରିସାରିଛି। ଟିକା ବିତରଣ ନେଇ ଖୁବଶୀଘ୍ର କେନ୍ଦ୍ର ସରକାର ସହ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏପରିକି ସରକାର ଏବଂ ସିରମ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାରେ ପହଁଚିଥିବା ଉଭୟ ସରକାର […]
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ବିକ୍ରି ପାଇଁ DCGI ଠାରୁ ଜରୁରୀକାଳୀନ ଅନୁମୋଦନ ଲୋଡ଼ିଲା ଫାଇଜର୍। ଭାରତୀୟଙ୍କ ଠାରେ ଫାଇଜର୍ ଟିକାର ପରୀକ୍ଷଣ ନକରି, ଦେଶରେ ଏହାର ବିକ୍ରୟ ଓ ବିତରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଠାରୁ ଅନୁମତି ଲୋଡ଼ାଯାଇଛି। DCGI ଠାରେ ପ୍ରଥମ ଥର ପାଇଁ ଏଭଳି କରୋନା ଟିକାର ଜରୁରୀକାଳୀନ ଅନୁମୋଦନ ଲୋଡ଼ାଯାଇଛି। ଆମେରିକୀୟ କଂପାନୀ ଫାଇଜର୍ ଓ ଜର୍ମାନ୍ କଂପାନୀ ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ ଭ୍ୟାକ୍ସିନର […]
ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଚାଷୀ ଭାରତ ବନ୍ଦ ଡାକରା ବି ଦେଇଛନ୍ତି। ଭାରତ ବନ୍ଦକୁ ବିରୋଧୀଦଳଗୁଡ଼ିକ ପକ୍ଷରୁ ସମର୍ଥନ ଘୋଷଣା କରିଛନ୍ତି। ଚାଷୀଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛି। ସେହିପରି ସିପିଆଇ, ସିପିଆଇ(ଏମ୍), ଆରଏସ୍ପି, ଡିଏମ୍କେ, ଆରଜେଡି, ଏସ୍ପି, ଫରୱାର୍ଡ ବ୍ଲକ, ପିପୁଲ୍ସ ଆଲାଏନ୍ସର ସମର୍ଥନ କରିବ। ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବାରମ୍ବାର ଆଲୋଚନା ପରେ ବି ବାହାରି ପାରିନି ସମାଧାନର ବାଟ। ତେବେ ଆସନ୍ତା ୯ […]
ପୁଅ ଆଦିତ୍ୟର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା। ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ ପରେ ଅନେକ ସିକ୍ରେଟ ଲୋକଲୋଚନକୁ ଆସିବାରେ ଲାଗିଛି। ଇତି ମଧ୍ୟରେ ପୁଅର ପ୍ରେମ ସମ୍ପର୍କକୁ ନେଇ ଆଉ ଏକ ସିକ୍ରେଟ୍ କହିଛନ୍ତି ବାପା ଉଦିତ୍। ଆଦିତ୍ୟ-ଶ୍ୱେତାଙ୍କ ସହିତ ୧୦ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍ରେ ରହିଥିବା ସେ କହିଛନ୍ତି। ଏକ ସାକ୍ଷାତକାର ଅବସରରେ ଉଦିତ […]
ବିଶେଷ କରି ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳୁଛି । ଫଳରେ କିଛି ରାଜ୍ୟରେ R-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ । R-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ
ଗତକାଲି ଅମରିନ୍ଦର ସିଂ ’କୃଷି ଋଣ ଛାଡ ଯୋଜନ” ଅଧୀନରେ ୫୯୦ କୋଟି ଶ୍ରମିକ ଏବଂ ଭୂମିହୀନ ଚାଷୀଙ୍କ ଋଣ ଛାଡ ଘୋଷଣା କରିଛନ୍ତି
ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଳକ୍ଷଣ ଦେଖା ଯାଇ ନାହିଁ।
ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।
କାଉଡି ଯାତ୍ରା ମାଧ୍ୟମରେ ଜଗତର ପ୍ରତ୍ୟେକ ସୃଷ୍ଟି ପାଇଁ ଜଳର ମହତ୍ତ୍ୱ ଏବଂ ବ୍ରହ୍ମାଣ୍ଡ ସୃଷ୍ଟି କରିଥିବା ଶିବଙ୍କ ପ୍ରତି ସମ୍ମାନ ପ୍ରକାଶ କରାଯାଇଥାଏ। ଯଦି ପ୍ରାଚୀନ ଗ୍ରନ୍ଥ, ଇତିହାସକୁ ବିଶ୍ୱାସକୁ ନିଆଯାଏ, ତେବେ କୁହାଯାଏ ଯେ ପ୍ରଥମ କାଉଡିଆ ଲଙ୍କାଧିପତି ରାବଣ ଥିଲା।
କୁହାଯାଉଛି ମୋଦିଙ୍କର ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ସଜ ସଜ ପଂଚାୟତ ନିର୍ବାଚନରେ ବିଜେପି ୟୁପିରେ ବାଜିମାତ୍ କରିଛି। କେବଳ ଏତିକି ନୁହେଁ ବରଂ ଆଗାମୀ ବର୍ଷ ଅର୍ଥାତ୍ ୨୦୨୨ରେ ୟୁପିରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ମୋଦିଙ୍କର ଏହି ଗସ୍ତ ସବୁ ଆଡ଼ୁ ଗୁରୁତ୍ୱପୂର୍ଣ୍ଣ ରହିଛି। କୁହାଯାଉଛି, ମୋଦି ଆସନ୍ତାକାଲି ୟୁପି ପାଇଁ କିଛି ନୂଆ ଯୋଜନା ଘୋଷଣା କରିଛନ୍ତି
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା କରାଯାଇଛି । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ରାଷ୍ଟ୍ରପତି ପଦ ପାଇଁ ମୋ ନାଁ ଚର୍ଚ୍ଚା ହେବା ହିଁ ଆଦୌ ଠିକ୍ ନୁହେଁ। ପ୍ରଶାନ୍ତ ଯେଉଁ ସମୟରେ ମୋ ସହ ସାକ୍ଷାତ୍ କରିଥିଲେ ତାହା ସମ୍ପର୍ଣ୍ଣ ରାଜନୈତିକ ଥିଲା। ସେ ସମୟରେ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନ ଅର୍ଥାତ୍ ୨୦୨୪ରେ ହେବାକୁ ଥିବା ସାଧରଣ ନିର୍ବାଚନକୁ ନେଇ ମଧ୍ୟ ଆମ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । DA-କୁ ୧୭%ରୁ ବଢ଼ାଇ ୨୮%କୁ କରିଛନ୍ତି କେନ୍ଦ୍ର ସରକାର । ଆଜି କେନ୍ଦ୍ର କ୍ୟାବିନେଟରେ ଏହି ୧୧% DA ବଢ଼ାଇବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଜଣେ ଚୀନ୍ ପିତାଙ୍କ ପୁଅ ୨ ବର୍ଷ ବୟସରେ ଅପହରଣ ହୋଇଯାଇଥିଲା। ପିଲାଟିକୁ ହରେଇବା ପରେ ପିତା ତାଙ୍କୁ ଖୋଜିବା ପାଇଁ ବର୍ଷ ବର୍ଷ ଧରି ସାରା ଦେଶରେ ପାଞ୍ଚ ଲକ୍ଷ କିଲୋମିଟର ଯାତ୍ରା କରିଥିଲେ। ୨୪ ବର୍ଷ ପରେ, ବର୍ତ୍ତମାନ ବାପ-ପୁଅଙ୍କ ସାକ୍ଷାତ ହୋଇଛି।
କୋଭିଡ୍ ଗାଇଡଲାଇନ କଡାକଡି ପାଳନ କରିବାକୁ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ସଂପୃକ୍ତ ଜିଲ୍ଲାର ଅଧିକାରୀ ଦାୟୀ ରହିବେ ବୋଲି ଚିଠିରେ କଡ଼ା ତାଗିଦ୍ କରାଯାଇଛି ।
ନୂଆଦିଲ୍ଲୀ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଆଗାମୀ ଦିନରେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଯଦି ସବୁ ଦେଶ କୋଭିଡ୍ ନିୟମ ପାଳନ ନ କରନ୍ତି ତେବେ ବିପଜ୍ଜଜନକ ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂଗୀନ ପରିସ୍ଥିତି ସୃଷ୍ଟି କରିଛି। Media briefing on #COVID19 […]
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ଫାର୍ମା ସିଟିରେ ଭୀଷଣ ଅଗ୍ନିକାଣ୍ଡ। ବିଶାଖା ସଲଭେଣ୍ଟ କଂପାନିରେ ଲାଗିଥିବା ନିଆଁରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେତେ ମୃତାହତ ହୋଇଛନ୍ତି ସେନେଇ ସଠିକ ସୂଚନା ଆସିନାହିଁ। ରାତି ସାଢେ ୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିବା ସହ ୧୫ଟି ବଡ଼ ବିସ୍ଫୋରଣର ଶବ୍ଦ ଶୁଣିଥିବା କହିଛନ୍ତି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଫାୟାର ଫାଇଟରଙ୍କୁ ନାକେଦମ ହେବାକୁ ପଡ଼ିଛି। କଂପାନି ପରିସରରୁ […]
ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ନେପାଳରେ ଓ ଶ୍ରୀରାମ ନେପାଳୀ। ଭାରତର ଲିପୁଲେଖ-କଳାପାଣି ଅଞ୍ଚଳକୁ ନିଜର ବୋଲି ଦାବି କରିବା ପରେ ଏବେ ଏଭଳି ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଭାରତ ବିରୋଧରେ ସାଂସ୍କୃତିକ ତଥ୍ୟ ଅତିକ୍ରମଣର ଅଭିଯୋଗ ଲଗାଇଥିଲେ। ସେ ଦାବି କରିଛନ୍ତି ଯେ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା ଭାରତର ଉତ୍ତରପ୍ରଦେଶ ନୁହେଁ […]