ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]
ନୂଆଦିଲ୍ଲୀ: ସୋରିଷ ତେଲ ଏବଂ ରିଫାଇନ୍ ତେଲର ଦର ନିୟନ୍ତ୍ରଣ ବାହାରେ । ତେଣୁ ସର୍ବଭାରତୀୟ ଖାଇବା ତେଲ ବ୍ୟବସାୟୀ ସଂଘ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖିଥିଲା । ଫଳରେ ୨୪ ମେ’ରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ବୈଠକରେ ମହାସଂଘ ସହିତ ତେଲ ବ୍ୟବସାୟୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ବୈଠକରେ […]
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]
ବମାକୋ: ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ଅଧିକ କ୍ଷମତାଶାଳି କୁହାଯାଏ । ହେଲେ ଏଠାରେ ତାଙ୍କୁ ଗିରଫ କରାଯାଉଛି । ଏମିତି ଘଟଣା ଘଟିଛି ମାଲିରେ । ଆଫ୍ରିକୀୟ ଦେଶ ମାଲିରେ ସୈନିକମାନେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି । ସେମାନେ ଦେଶର ବିଦାୟୀ ରାଷ୍ଟ୍ରପତି ବାହା ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ସୋମବାର ଗିରଫ କରିଦେଇଛନ୍ତି । ଖବର ଅନୁଯାୟୀ, ଏହି ଗିରଫ ପୂର୍ବରୁ ସରକାରରେ ପରିବର୍ତ୍ତନ କରି ସେନା ବାହିନୀର ଦୁଇ […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ସହ ଦେଶ ଲଢ଼ୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଏବେ ଆଉ ଏକ ଚିନ୍ତାର କାରଣ ପାଳଟିଛି । ଏହି ବ୍ଲାକ୍ ଫଙ୍ଗସ୍ ଭିନ୍ନ ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି । କିଛି ରୋଗୀଙ୍କ କ୍ଷେତ୍ରରେ ଧଳା ତ କିଛି ରୋଗୀଙ୍କ କ୍ଷେତ୍ରରେ ଏହା ହଳଦିଆ ରଙ୍ଗରେ ଦେଖାଯାଇଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରୁଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, […]
ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ ।
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା […]
ନୂଆଦିଲ୍ଲୀ: କରୋନା ଟିକା ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ୧୮ ରୁ ୪୪ ବର୍ଷ ବ୍ୟକ୍ତି ବିନା ଅନଲାଇନ ରେଜିଷ୍ଟ୍ରେସନରେ ମଧ୍ୟ ନେଇପାରିବେ ଟିକା । ଲୋକମାନେ ଏବେ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ତେବେ ଏହି ସୁବିଧା ବର୍ତ୍ତମାନ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ବେସରକାରୀ ଡାକ୍ତରଖାନାଗୁଡ଼ିକର କେନ୍ଦ୍ରଗୁଡ଼ିକରେ ଟିକା ନେବାକୁ ହେଲେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ସ୍ଲଟ୍ ବୁକ୍ କରିବାକୁ ପଡିବ । […]
ବ୍ରାଜିଲ୍: କରୋନାକୁ ନେଇ ସବୁଠି ହାହାକାର । ଲୋକେ ଘରୁ ବାହାରିବାକୁ ବି ଡରୁଛନ୍ତି । ସରକାର ତଥା ବିଶେଷଜ୍ଞଙ୍କ ପକ୍ଷରୁ ଗୋଟିଏ ନୁହେଁ ଦୁଇ ଦୁଇଟି ମାସ୍କ ଏକା ସାଙ୍ଗରେ ପିନ୍ଧିବାକୁ କୁହାଯାଉଛି । ଏହାକୁ ଅନେକ ଲୋକ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମଧ୍ୟ । ହେଲେ ତଥାପି ସଂକ୍ରମଣ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ ଲାଗିପାରୁ ନାହିଁ କିମ୍ବା ମୃତ୍ୟୁ ସଂଖ୍ୟା […]
କାଠମାଣ୍ଡୁ: କରୋନା ଭାଇରସ୍ ପୃଥିବୀର ସର୍ବୋଚ୍ଚ ଶିଖର ଏଭରେଷ୍ଟରେ ମଧ୍ୟ ନିଜର କାୟା ବିସ୍ତାର କରିନେଇଛି । ଜଣେ ପର୍ବତାରୋହୀ ବିଶେଷଜ୍ଞଙ୍କ କହିବାନୁଯାୟୀ ଅତି କମରେ ୧୦୦ଜଣ ପର୍ବତାରୋହଣକାରୀ ଏବଂ ସହଯୋଗୀ କୋଭିଡ-୧୯ରେ ସଂକ୍ରମିତ ହୋଇସାରିଲେଣି। ଅନ୍ୟପଟେ ନେପାଳର ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଗତ ସପ୍ତାହରେ ଅଷ୍ଟ୍ରିଆର ଲୁକାସ ଫାର୍ଟନବାକ୍ ଏକମାତ୍ର ପର୍ବତାରୋହୀ ଥିଲେ ଯିଏ ନିଜର ଏଭରେଷ୍ଟ ଅଭିଯାନକୁ ରଦ୍ଦ କରିଥିଲେ । ସେ ଶନିବାର କହିଛନ୍ତି ଯେ, ତାଙ୍କର ବିଦେଶୀ ଗାଇଡ୍ […]
କିଂଶାସା: ଭୟଙ୍କର ଅଗ୍ନେୟଗିରି ବିସ୍ଫୋରଣ । ଏଣତେଣେ ଦୌଡ଼ିବାକୁ ଲାଗିଲେ ସହରବାସୀ । ଲାଭା ବହି ଆସି ରାସ୍ତା ଉପରେ ପ୍ରବାହିତ ହେଲା । ହଜାର ହଜାର ଲୋକ ସହର ଛାଡ଼ି ପଳାଇଲେ । କାଙ୍ଗୋର ଗୋମା ସହର ନିକଟରେ ଥିବା ଆଗ୍ନେୟଗିରି ମାଉଣ୍ଟ ନିରାଗୋଙ୍ଗୋ ଶନିବାର ବିସ୍ଫୋରଣ ହୋଇ ସମଗ୍ର ଆକାଶକୁ ଲାଲ କରିଦେଲା । ଖାଲି ସେତିକି ନୁହେଁ ପାହାଡ଼ରୁ ଲାଭା ବହି ଆସି ରାସ୍ତାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ଆଗ୍ନେୟଗିରି […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍ ଓ କ୍ରିତି ବଲିଉଡ୍ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ […]
IPL ଫ୍ୟାନ୍ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍
କର୍ଣ୍ଣାଟକ: ବିପଦ ବେଳର ପ୍ରକୃତ ବନ୍ଧୁର ପରିଚୟ ଦେଇ ଗଜରାଜଙ୍କୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ । କର୍ଣ୍ଣାଟକ କୁର୍ଗରେ ଏକ ଖାଲରେ ଖସି ପଡ଼ି ଆଘାତ ପାଇଥିବା ହାତୀକୁ ଜେସିବି ସାହାଯ୍ୟରେ ଉଦ୍ଧାର କରାଯାଇଛି । ଅପରେସନ୍ ଏଲିଫ୍ୟାଣ୍ଟ ରେସ୍ୟୁ ସଫଳ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଖାଲରେ ପଡ଼ିଯାଇଥିବା ଏକ ହାତୀ ଉପରକୁ ଉଠିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା […]
ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କ ନାଗରିକଙ୍କୁ କରୋନା ଟିକା ଦେବା ସ୍ଥିତିରେ ଥିବ ଭାରତ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି । ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତି ସମୀକ୍ଷା ବେଳେ ସେ ଏହା କହିଛନ୍ତି । ଡାକ୍ତର ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ଦେଶରେ ଜାନୁଆରୀ ୧୬ରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧୮ କୋଟି ୫୮ […]
ରାଜସ୍ଥାନ: ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା । ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୂର୍ବରୁ ଖୁବ୍ ବିରଳ ଦେଖାଯାଉଥିବା ଏହି ସଂକ୍ରମଣ ଏବେ କରୋନାରୁ ଆରୋଗ୍ୟ ହେଉଥିବା ବହୁ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ରାଜସ୍ଥାନରେ ପ୍ରାୟ ୧୦୦ଜଣଙ୍କ ଠାରେ ଏହି ଫଙ୍ଗାଲ୍ ଇନଫେକ୍ସନ ଠାବ ହେବା ପରେ ସରକାରଙ୍କ ପକ୍ଷରୁ ଏହାକୁ ମହାମାରୀ ବା ଏପିଡେମିକ୍ ଘୋଷଣା କରାଯାଇଛି । ଏଥିସହ ଜୟପୁର ସ୍ଥିତ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ପାଇଁ ବଡ଼ ସୂଚନା । ସୁସ୍ଥ ହେବାର ୩ ମାସ ପରେ ନେଇ ପାରିବେ ଟିକା । ଯଦି ଜଣେ ପ୍ରଥମ ଡୋଜ୍ ଟିକା ନେବା ପରେ ପଜିଟିଭ୍ ହୋଇଛନ୍ତି, ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ଟିକାକରଣକୁ ନେଇ ଜାତୀୟ ଟିକା ପରିଚାଳନା ବିଶେଷଜ୍ଞ ଟିମ୍ ବା NEGVAC ଦ୍ୱାରା ପ୍ରସ୍ତାବିତ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମୋହର […]