ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ସରକାର ସୂଚୀ ପ୍ରକାଶ କରିଛନ୍ତି। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ କରିଛନ୍ତି। ପ୍ରକାଶିତ ସୂଚୀ ଅନୁସାରେ ମେ ୪ରୁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ।ମେ ୪ରେ ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜାଲରୁ କରୋନା ଯୋଦ୍ଧା ବି ବର୍ତ୍ତିପାରିନାହିନ୍ତି। ଯିଏ ନିଜ ଜୀବନ ବାଜି ଲଗାଇ କୋଟି କୋଟି ଲୋକଙ୍କ ସେବା କରୁଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଚାଲିଯାଇଛି। ଦେଶରେ କରୋନା ସଂକ୍ରମିତ ହୋଇ ୧୬୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ୨୨ ସୁଦ୍ଧା ୧୦୭ ନର୍ସ, ୪୪ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି। ଏନେଇ ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଲିଖିତ ଭାବେ ଉତ୍ତର ରଖିଛନ୍ତି। କରୋନା ମୁକାବିଲା ପାଇଁ […]
ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋର ଧରୁଛି। ଆସନ୍ତା ୬ତାରିଖରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବେ। ଏହି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଭାରତୀୟ କିଶାନ ସଂଘ ଚେତାନବୀ ଦେଇଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ଏପଟେ ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ସୁରକ୍ଷା […]
ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇବାର ଚ୍ୟାଲେଞ୍ଜ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିଛନ୍ତି ଆୟବ୍ୟୟ ଅଟକଳ। ଯେଉଁଥିରେ ଛଅଟି ପିଲାର୍ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯାହା ମଧ୍ୟରେ ସର୍ବେଗ୍ରେ ରହିଛି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି କ୍ଷେତ୍ର ନିର୍ମଳାଙ୍କ ବଜେଟ୍ ପେଡ଼ିରୁ ସବୁଠୁ ବଡ଼ ଘୋଷଣାକ୍ରମେ ଦେଶରେ ମିଶନ ପୋଷଣ ୨.୦ର ଶୁଭାରମ୍ଭର ସୂଚନା ମିଳିଛି। […]
ଭୁବନେଶ୍ୱର: ୧୮ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ମହାରାଷ୍ଟ୍ର ଓରଙ୍ଗବାଦର ୬୫ ବର୍ଷୀୟ ହସିନା ୨୦୦୨ରେ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତେବେ ଲାହୋରରେ ପାସପୋର୍ଟ ହଜିଯିବାରୁ ସେ ଆଉ ଭାରତ ଫେରିପାରିନଥିଲେ। ପାକିସ୍ତାନରେ ଅବୈଧ ପ୍ରବେଶ ଅଭିଯୋଗରେ ତାଙ୍କୁ ବନ୍ଦୀ କରିଥିଲେ ପାକ୍ ସରକାର। ଭାରତ ଫେରିବା ନେଇ ହସିନା, ପାକିସ୍ତାନ ସରକାର ଏବଂ କୋର୍ଟଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ। ତେବେ ପ୍ରମାଣ ନଥିବାରୁ ହସିନାଙ୍କୁ ପାକ୍ ଜେଲରେ ୧୮ ବର୍ଷ […]
ୱାଶିଂଟନ୍: ‘ଜୋ ବାଇଡେନ’ ନାଁଟି ଏବେ ସାରା ବିଶ୍ୱରେ ଜଣାଶୁଣା। ଛୋଟ ପିଲା ହୁଅନ୍ତୁ କି ବୟସ୍କ ସମସ୍ତେ ଜାଣନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ହେଉଛନ୍ତି ଜୋ ବାଇଡେନ। ହେଲେ ବାଇଡେନଙ୍କ ବିଷୟରେ ଆମେ କହୁଛୁ ଏମିତି କଥା ଯାହାକୁ ଜାଣିନଥିବେ ଅନେକ। ଆପଣମାନେ ଦେଖିଥିବେ ଜୋ ବାଇଡେନ ଯେଉଁଦିନ ଆମେରିକା ରାଷ୍ଟ୍ରପତି ହେଲେ ସେଦିନ ସାଙ୍ଗରେ ଥିଲେ ଜଣେ ମହିଳା। ସବୁବେଳେ ବାଇଡେନଙ୍କ କାନ୍ଧରେ କାନ୍ଧ ମିଳାଇ ଏହି ମହିଳା ଜଣକ ଆଗକୁ ଆସିଥାନ୍ତି। ଯାହାଙ୍କ […]
ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ରାଲି ଆନ୍ଦୋଳନ ନାଁରେ ଉତ୍ପାତ ଓ ଅସଭ୍ୟ ଆଚରଣ ଦେଖାଇଲେ ଚାଷୀ। ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗରିମାର ସାଂଘାତିକ ଉଲଙ୍ଘନ କଲେ। ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍ଜା କରି ଆଜି ଏମିତି ଢଙ୍ଗରେ ଆନ୍ଦୋଳନ ନାଁରେ ବିକ୍ଷୋଭକାରୀ ଉଡ଼ାଇଲେ। ସେଠି ନିଜ ଝଣ୍ଡା ଏମିତିକି ଦେଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତିଶ୍ରୁତିର ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି […]
ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା ବୁଲାଇ ପୋଲିସ୍ ପାଖକୁ ମାଡ଼ିଆସିଲେ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର […]
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି , ଅନେକ ସମସ୍ୟା ଏବଂ କୋଭିଡ ଭଳି ବିପଦ ସତ୍ତ୍ୱେ ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ସେନାର ବାହାଦୂର ଯବାନ କଠୋରତମ ପରିସ୍ଥିତିରେ ମଧ୍ୟ ଦେଶର ସୀମାକୁ ସୁରକ୍ଷା ଯୋଗାଇଛନ୍ତି। ସିଆଚେନ୍ ଏବଂ ଗଲୱାନ ଘାଟିରେ ସଜାଗ ଯବାନଙ୍କ ବୀରତ୍ୱ, ଦେଶପ୍ରେମ ଓ ବଳିଦାନ ପାଇଁ […]
କାଠମାଣ୍ଡୁ: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବେଳେ, ଏନେଇ ପ୍ରବକ୍ତା […]
ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ। ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି। ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର। ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ। […]
କୋଲକାତା: ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ଅବସରରେ କୋଲକାତାର ଭିକ୍ଟୋରିଆଲ ମେମୋରିଆଲରେ ଯୋଗ ଦେଇ ମୋଦି କହିଛନ୍ତି ଯେ ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ […]
ୱାସିଂଟନ୍: ବାଇଡେନ୍-ହାରିସଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଶୈଳୀରେ ବାଇଡେନଙ୍କ ଉପରେ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଏଫ୍ଟିଆଇ ଓ ଆମେରିକା ପ୍ରତିରକ୍ଷା ବିଭାଗ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ପୁରା ଓ୍ୱାଶିଂଟନ ଡିସିକୁ ନାକାବନ୍ଦୀ କରାଯାଇଛି। ୨୫ ହଜାର ସୈନ୍ୟ ସହରର ଗଳିକନ୍ଦିରେ ମୁତୟନ ରହିଛନ୍ତି। ଉତ୍ସବରେ ମାତ୍ର ଏକ ହଜାର ଅତିଥି ଉପସ୍ଥିତ ରହିବେ। ସେହିପରି […]
ଡାଳିମ୍ବ କେବଳ ସ୍ୱାଦରେ ନୁହେଁ ବରଂ ଦେହ ପାଇ ମଧ୍ୟ ପାଇ ଅତ୍ୟନ୍ତ ହିତକର। ଡାଳିମ୍ବ ଖାଇବା ଦ୍ୱାରା ମଣିଷ ଶରୀର ହଜମ ପ୍ରକ୍ରିୟା ସହଜରେ ହୋଇଥାଏ। କେବଳ ଏତିକି ନୁହେଁ, ଡାଳିମ୍ବ ହାର୍ଟ୍କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଡାଳିମ୍ବରେ ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ ଯାହାକି ମନୁଷ୍ୟ ଶରୀରରେ ଥିବା ଅନେକ ରୋଗରୁ ବନାଇବାରେ ସହାୟକ ହୋଇଥାଏ। ଶରୀର ପାଇଁ ଏହା ଅମୃତ ସଦୃଶ। ଡାଳିମ୍ବ ଦେଖିବାକୁ ଯେତେ ସୁନ୍ଦର, ଖାଇବାକୁ ମଧ୍ୟ […]
ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରିଛନ୍ତି ଋଷଭ ପନ୍ତ। ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଋଷଭ ପନ୍ତ। […]
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରସଂଶକ ଏବଂ ଶୁଭେଚ୍ଛୁଙ୍କୁ ଧନ୍ୟବାଦ୍ ଜଣାଇବା ସହ ନିଜେ ଭାବବିହ୍ୱଳ ହୋଇପଡ଼ିଥିଲେ। ବର୍ତ୍ତମାନ୍ କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟ୍ରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ […]
ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ମଧ୍ୟରେ ୨ଲକ୍ଷରୁ ଅଧିକ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏହାମଧ୍ୟରୁ ୪୪୭ ଜଣଙ୍କଠାରେ ଟିକାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏହି ୪୪୭ ଜଣଙ୍କ ମଧ୍ୟରୁ କେବଳ ୩ ଜଣଙ୍କୁ ଟିକା ଦିଆଯିବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ମନୋହର ଅଗନାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]
ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ […]