Advertisment

ଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଳକ୍ଷଣ ଦେଖା ଯାଇ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

Indian Player

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଲକ୍ଷଣ ଦେଖା ଯାଇ ନାହିଁ। ବର୍ତ୍ତମାନ ସେ କ୍ୱାରେଣ୍ଟିନରେ ଥିବା ଜଣାପଡ଼ିଛି। ସେ ଗୁରୁବାର ଟିମ୍‌ ସହ ଡରହମ୍‌ ଟ୍ରାଭେଲ କରିବେ ନାହିଁ ବୋଲି ଜଣାପଡ଼ିଛି। 

Advertisment

ଖେଳାଳି ଜଣକ କରୋନାର ଡେଲ୍‌ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଯାହାକି ଏବେ ଇଂଲଣ୍ଡରେ ଅଧିକ ସଂକ୍ରମଣ ହେଉଥିବା ଜଣାପଡ଼ିଛି। ତେବେ କରୋନାରେ ସଂକ୍ରମିତ ହୋଇଥିବା ଖେଳାଳିଙ୍କ ନାଁ ଜଣାପଡ଼ିନାହିଁ। ବିସିସିଆଇ ଖୁବଶୀଘ୍ର ତାଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମଳିଛି।

Advertisment

ବିସିସିଆଇର ସେକ୍ରେଟାରୀ ଜୟ ଶାହ ଏକ ଇ-ମେଲ ମାଧ୍ୟମରେ ଜନ ଗହଳି ସ୍ଥାନକୁ ନଯିବାକୁ ସମସ୍ତ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଥାଉ କି, ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ମୋଟ୍ ୫ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳାଯିବ। 

ଏହାପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ୨ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଫଳରେ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ ୧୩ ବଦଳରେ ଜୁଲାଇ ୧୮ରେ ଖେଳାଯିବ। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଗ୍ରାଣ୍ଟ୍‌ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗ୍ରାଣ୍ଟ୍‌ ଓ ନିରୋଶାନ୍ ଇଂଲଣ୍ଡ ଗସ୍ତରୁ ଫେରିବା ପରେ କରୋନା ଟେଷ୍ଟ କରାଇଥିଲେ ଓ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ଶିଖର ଧୱନ ନେଉଥିବା ବେଳେ ରାହୁଲ ଦ୍ରାବିଡ କୋଚ୍‌ ରହିଛନ୍ତି। 

COVID19 Team India Indian Cricketer
Advertisment
Advertisment