ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀଙ୍କୁ ଡୁପ୍ଲିକେଟ ଡକ୍ୟୁମେଣ୍ଟ୍ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିଛି। ବର୍ତ୍ତମାନ, ବୋର୍ଡ ଛାତ୍ରମାନଙ୍କୁ X ଏବଂ XII ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଏହି ଶ୍ରେଣୀଗୁଡିକ ପାସ୍ କରିବାର ପ୍ରମାଣ ଏବଂ ପ୍ରତ୍ୟେକ ବିଷୟ ଉପରେ ସେମାନଙ୍କର ପ୍ରଦର୍ଶନର ପ୍ରମାଣ ସ୍ୱରୂପ ଅନେକ ଦସ୍ତାବିଜ (ଡକ୍ୟୁମେଣ୍ଟ) ପ୍ରଦାନ କରୁଛି। ଏକ ସରକାରୀ ବିଜ୍ଞପ୍ତି […]
ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା କରାଯାଇଛି। ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେହିପରି ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ଭୋଁସଲେଁ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଓ ଅସୁରନ୍ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା […]
ମୁମ୍ବାଇ: ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଜିଲେଟିନ୍ ରଖା ଯାଇଥିବା ଗାଡି ଠାବ ପରେ ମହାରାଷ୍ଟ୍ରରେ ଜାରି ରହିଛି ଘମାସାନ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପୂର୍ବତନ ମୁମ୍ବାଇ ଟପ୍ କପ୍ ପରମବୀର ସିଂହଙ୍କ ସାଂଘାତିକ ଅଭିଯୋଗକୁ ନେଇ ମହାରାଷ୍ଟ୍ର ରାଜନୀତିରେ କଂପନ। ନିଜେ ଗୃହମନ୍ତ୍ରୀ, ଟଙ୍କା ଅସୁଲିକାରୀ ସାଜିଥିବା ଦର୍ଶାଇ ଜୋରଦାର ଢଙ୍ଗରେ ବିଜେପି ବର୍ଷିଛି। ଗୃହମନ୍ତ୍ରୀ ଅନିଲ ଦେଶମୁଖ୍ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ଉଦ୍ଧବ ତାଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି […]
କୋଲକାତା: ପଶ୍ଚିମବଙ୍ଗ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିଜେପି ଫୋକସ୍ରେ ପଶ୍ଚିମବଙ୍ଗର ମହିଳା ଭୋଟର୍। ତେଣୁ ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହୋଇଛି ଏକାଧିକ ପ୍ରସ୍ତାବ। ରାଜ୍ୟରେ ସରକାରକୁ ଆସିଲେ ମହିଳାଙ୍କୁ ୩୩ ପ୍ରତିଶତ ସରକାରୀ ଚାକିରୀରେ ସରଂକ୍ଷଣ, କେଜିରୁ ପିଜି ମାଗଣାରେ ପାଠ ପଢ଼ିବା ବ୍ୟବସ୍ଥା କରିବା ନେଇ ଘୋଷଣା ହୋଇଛି। ତାସହ ଇସ୍ତାହାରରେ ମାଷ୍ଟର୍ ଷ୍ଟୋକ୍ ଖେଳିଛି ବିଜେପି। କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ରେ ହିଁ […]
ରାୟପୁର: ଛତିଶଗଡ଼ରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ପାଇଁ ନିଷ୍ପତ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଏନେଇ ଗଣମାଧ୍ୟମକୁ ମନ୍ତ୍ରୀ ରବୀନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାଓ୍ୱାଡା, ଜୟପୁର, […]
ଅହମ୍ମଦବାଦ: ମୋଟେରାରେ ଭାରତର ବିଜୟ। ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ଏଠାରେ ଚାଲିଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ଜିତି ଭାରତ ସିରିଜ୍ ଦଖଲ କରିନେଇଛି। ଏହି ମ୍ୟାଚରେ କୋହଲି ବାହିନୀ ୩୬ ରନରେ ଇଂଲଣ୍ଡକୁ ହରାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍ର ବଡ଼ ଟାର୍ଗେଟ ରଖିଥିଲା କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ […]
ନୂଆଦିଲ୍ଲୀ: ଟ୍ରେନ୍ ଭିତରେ ଧୂମପାନ କଲେ ଧୂମପାନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧୂମପାନକାରୀ ଧରାପଡ଼ିଲେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନେ ଗିରଫ ବି ହୋଇପାରନ୍ତି। ନିକଟରେ ଉତ୍ତରାଖଣ୍ଡରେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ। ବିଡ଼ି କିମ୍ବା ସିଗାରେଟ୍ରୁ ଶତାବ୍ଦୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରେଳ ବିଭାଗ। ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି, ବିଭାଗର ଜଣେ ବରିଷ୍ଠ ଅଧିକାରୀ। […]
(ଆଲେଖ୍ୟ: ବିଶ୍ୱବନ୍ଦିତା ସ୍ୱାଇଁ) ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧୀମାନେ ତାପସୀଙ୍କୁ ପଚାରିଥିଲେ, ସାମାଜିକ ଗଣମାଧ୍ୟମ ବା ସୋଶାଲ୍ ମିଡିଆ ତାଙ୍କ ଜୀବନରେ କ’ଣ ଗୁରୁତ୍ୱ ରଖେ ବା ଏହି ପ୍ଲାଟଫର୍ମକୁ ନେଇ ତାଙ୍କର କ’ଣ ଅନୁଭୂତି ରହିଛି। ଯାହାର ଉତ୍ତରରେ ତାପସୀ କହିଥିଲେ, “ସୋସିଆଲ ମିଡିଆକୁ ନେଇ ତାଙ୍କର ମିଶ୍ର ଅନୁଭୂତି ରହିବ। ଏହି ପ୍ଲାଟଫର୍ମ ତାଙ୍କୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଙ୍କ ଅଧୀନରେ ଥିବା ଏକ ପ୍ରମୁଖ ଅନୁଷ୍ଠାନ ନାଭାଲ୍ ସାମଗ୍ରୀ ଅନୁସନ୍ଧାନ ଲାବୋରେଟୋରୀ (NMRL) ଅନ୍ୟମାନଙ୍କ ମଧ୍ୟରେ ITI ଆପ୍ରେଣ୍ଟିସ୍ ଏବଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ ଆବେଦନକୁ ନିମନ୍ତ୍ରଣ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛି। NMRL ତାଲିମ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୭, ୨୦୨୧ ଥିବାବେଳେ, ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ DRDO ନିଯୁକ୍ତି ୨୦୨୧ର ବିବରଣୀ […]
ଭୁବନେଶ୍ୱର: ସପ୍ତମ ବେତନ କମିଶନ ପେ ମ୍ୟାଟ୍ରିକ୍ସରେ ଦରମା ପାଇବା ପାଇଁ ଏକ ବଡ଼ ସୁଯୋଗ। ଏହି ସପ୍ତାହରେ ଶେଷ ହେବାକୁ ଯାଉଛି। ଆଗ୍ରହୀମାନେ କୌଣସି ବିଳମ୍ବ ନକରି ନିମ୍ନରେ ଦିଆଯାଇଥିବା ବିବରଣୀ କୁ ଭଲ ଭାବେ ଦେଖନ୍ତୁ। ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) ବିଭିନ୍ନ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରି ଏକ ବଡ଼ ସୁଯୋଗ ଦେଇଛି। ଏହି ସମୟରେ, ପ୍ରାର୍ଥୀମାନେ ନିଶ୍ଚିତ ଭାବରେ UPSC ଖାଲି ସ୍ଥାନଗୁଡିକର […]
ଭୁବନେଶ୍ୱର: ଏକ ସୁଯୋଗକୁ କେବେବି ହାତଛଡା କରିବା ଉଚିତ୍ ନୁହେଁ ଏବଂ ଯେଉଁମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀ, ସେମାନେ ପ୍ରକୃତରେ ଚାକିରିର ପ୍ରକୃତ ମୂଲ୍ୟ ବୁଝିପାରନ୍ତି। ତେଣୁ, OPSC ଏବଂ NIT ନିଯୁକ୍ତି ପ୍ରକ୍ରିୟାରେ ଯୋଗ ଦେଇ ଆପଣଙ୍କ ସ୍ୱପ୍ନକୁ ବଞ୍ଚାଇବାକୁ ଏଠାରେ ଏକ ସୁଯୋଗ ରହିଛି। OPSC ନିଯୁକ୍ତି 2021: ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଓଡିଶା ଜନସେବା […]
ଭୁବନେଶ୍ୱର: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଅନେକ ପଦବୀ ପାଇଁ ପାଇଁ ଅନଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ORA ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ନିଯୁକ୍ତି ଆବେଦନ (ORA) ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍ ୧, ୨୦୨୧ ୨୩:୫୯ ଘଣ୍ଟା ସମୟ।ସଂପୂର୍ଣ୍ଣ ଦାଖଲ ହୋଇଥିବା ଅନଲାଇନ୍ ଆବେଦନ ପ୍ରଂଟିଙ୍ଗ ପାଇଁ ଶେଷ ତାରିଖ ଏପ୍ରିଲ୍ 2, 2021, ୨୩:୫୯ ଘଣ୍ଟା ପର୍ଯ୍ୟନ୍ତ ଅଛି। ଖାଲି ପଦଗୁଡିକର ବିବରଣୀ: ୧. ଲେଡି ମେଡିକାଲ ଅଫିସର (ପରିବାର […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ ହୋଇଛନ୍ତି। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ କିଏ ଆଣିଥିଲା? ପୂର୍ବତନ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ସେ ଦିନ କାର୍ ରଖିଥିଲେ କି ? ସିସିଟିଭିରେ କଏଦ ବ୍ୟକ୍ତି ଜଣକ କିଏ ? ତାକୁ ନେଇ ଏବେ ଜୋରସୋରରେ ତଦନ୍ତ […]
କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ। ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା। ଆଜି ଖଡ଼ଗପୁରରେ ମେଗା ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହାଙ୍କ ରୋଡ୍ ସୋରେ ଜନସମୁଦ୍ର ପାଲଟିଥିଲା। ବିଶାଳ […]
ନୂଆଦିଲ୍ଲୀ: କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଛି ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। ସଂକ୍ରମଣ ବଢୁଥିବା ବେଳେ ବିମାନ ଯାତ୍ରୀଙ୍କ ପାଇଁ କଠୋର ହୋଇଛନ୍ତି DGCA। ଏୟାରପୋର୍ଟରେ କି […]
ଭୁବନେଶ୍ୱର: ଦେଶରେ ଦୈନିକ କରୋନା ସଂକ୍ରମଣ ୨୫ ହଜାର ଟପିବାକୁ ବସିଥିବା ବେଳେ ବିମାନ ବନ୍ଦରରେ କଡ଼ାକଡ଼ି ହେଲା କୋଭିଡ୍ କଟକଣା। ଏଣିକି ଆଉ ଢିଲା ଦେଇପାରିବେନି ଯାତ୍ରୀ। ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ। କିଛି ରାଜ୍ୟରେ କରୋନା ପୁଣି ଥରେ କଡ଼ ଲେଉଟାଇବା ପରେ ଏନେଇ କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରିଛନ୍ତି DGCA। ଯାତ୍ରା ବିମାନବନ୍ଦର ଭିତରେ ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ନାକ ତଳକୁ ମାସ୍କ […]
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ସମସ୍ତ ହିତାଧିକାରୀଙ୍କ ଠାରୁ ଅଣ ଟେକ୍ନିକାଲ ଷ୍ଟ୍ରିମ୍ (NIIMT)ର ଶିକ୍ଷକମାନଙ୍କର ମେଣ୍ଟର୍ସିପ୍ ପାଇଁ ଡ୍ରାଫ୍ଟ ଗାଇଡଲାଇନ ଉପରେ ପରାମର୍ଶ ଆମନ୍ତ୍ରଣ କରିଛି। ମାର୍ଚ୍ଚ 24, 2021 ପୂର୍ବରୁ ହିତାଧିକାରୀଙ୍କ ମତାମତ/ମନ୍ତବ୍ୟ ମାଗିବା ପାଇଁ UGC ୱେବସାଇଟରେ ଏକ ସର୍ବସାଧାରଣ ବିଜ୍ଞପ୍ତି ଅପଲୋଡ୍ କରାଯାଇଛି ବୋଲି ଡ. ରମେଶ ପୋଖରିଆଲ ଟ୍ୱିଟ କରିଛନ୍ତି। ମେଣ୍ଟରମାନେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ(HEI)ର ମେରୁଦଣ୍ଡ ଅଟନ୍ତି। ଏହା କେବଳ ଛାତ୍ରମାନଙ୍କ ପାଇଁ ଉନ୍ନତ ଫଳାଫଳ ଏବଂ ଉଚ୍ଚ […]
ଭୁବନେଶ୍ୱର: ଗ୍ରୁପ୍-ବିରେ ସାଇନ୍ସ ଷ୍ଟ୍ରିମ୍ ଅଧୀନରେ ସ୍ନାତକୋତ୍ତର ପଦବୀରେ ନିଯୁକ୍ତି ପାଇଁ ଓଡିଶା ଜନସେବା ଆୟୋଗ (ଓପିଏସସି) ବିଜ୍ଞପ୍ତି ଜାରି କରିଛି। ରାଜ୍ୟ ଆଦିବାସୀ ଏବଂ ଜନଜାତି ବିକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ସରକାରୀ OPSC ବିଜ୍ଞପ୍ତି ଅନୁଯାୟୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ 139 ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକଙ୍କ ପାଇଁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରାଯାଇଛି। ORSP ନିୟମ, 2017 ଅନୁଯାୟୀ […]
ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାଳୟରେ “ଅଫିସ୍ ଆଟେଣ୍ଡାଣ୍ଟ” ର ୮୪୧ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଚୟନ ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷା (ଅନଲାଇନ୍ ପରୀକ୍ଷା) ଏବଂ ପରେ ଭାଷା ଦକ୍ଷତା ପରୀକ୍ଷା (ଆଞ୍ଚଳିକ ଭାଷାରେ) ମାଧ୍ୟମରେ ହେବ। ଗୁରୁତ୍ୱପୂର୍ଣ୍ଣ ତାରିଖ:- ୱେବସାଇଟ୍ ଲିଙ୍କ୍ ଖୋଲା ହେବ ତାରିଖ – ଫେବୃଆରୀ 24 – ମାର୍ଚ୍ଚ 15, 2021 ପରୀକ୍ଷା ଶୁଳ୍କ ଦେୟ […]
ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା ବିସିସିଆଇ ଘୋଷଣା କରିଛି।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ। ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। 🚨 BCCI announces schedule for VIVO IPL 2021 🚨 The season will kickstart on 9th April in Chennai and the final will take place […]
କୋଲକାତା: ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍। ବିଧାନସଭା ନିର୍ବାଚନର ମଇଦାନରେ ଅନେକ ସିନେ ଷ୍ଟାର ଓ ଟିଭି ସେଲିବ୍ରିଟି। ଏହି ତାଲିକାର ସଦ୍ୟତମ ସେଲିବ୍ରିଟି ବିଗତ ଦିନର ମ୍ୟାଟ୍ନି ଆଇଡଲ୍ ଡିସ୍କୋ ଡାନ୍ସର୍ ମିଥୁନ ଚକ୍ରବର୍ତ୍ତୀ ହୋଇପାରନ୍ତି। ଚର୍ଚ୍ଚା ହେଉଛି ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ମେଗା ସମାବେଶରେ ସେ ଯୋଗଦାନ କରି ବିଧିବଦ୍ଧ ଭାବେ ପଦ୍ମ ଧରିବେ। ଏପରିକି ନିର୍ବାଚନ ବି ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ […]
ଅହମ୍ମଦାବାଦ: ଚତୁର୍ଥ ଟେଷ୍ଟକୁ ଦଖଲ କଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ଇଂଲଣ୍ଡ ଧରାଶୟୀ ହୋଇଛି। ଫଳରେ ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଛି। ଆଜି ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇନିଂସ ୨୫ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୩୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ପ୍ରଥମ ଇନିଂସରେ ୧୬୦ରନ୍ […]
ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ […]
ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ଏହାର No.2 ନମ୍ବର ଉପଲ (SOI) ହାଇଦ୍ରାବାଦ ପ୍ରତିଷ୍ଠାନରେ ଖାଲି ଥିବା ପଦ ପଦବୀ ଘୋଷଣା କରିଛି। ଆବେଦନ କରିବା ପାଇଁ ଆଗ୍ରହୀ ଥିବା ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ 6, 2021 କିମ୍ବା ପୂର୍ବରୁ ଏହି ପଦବୀ ଗୁଡିକ ପାଇଁ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତିରେ କୁହାଯାଇଛି “ଏହି ବିଦ୍ୟାଳୟ ରେ ଚୁକ୍ତିଭିତ୍ତିକ ଶିକ୍ଷକ / କର୍ମଚାରୀଙ୍କ ଅସ୍ଥାୟୀ ପଦବୀ ଗୁଡିକ ପାଇଁ ଅନଲାଇନରେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରାଯାଇଛି। […]