• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

india
ହକି ବିଶ୍ୱକପ୍ : ଆଜି ଭାରତ-ନେଦରଲାଣ୍ଡସ୍ ମୁକାବିଲା

ଭୁବନେଶ୍ୱର : ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍‌ରେ ଆଜି ନେଦରଲାଣ୍ଡସକୁ ଭେଟିବ ଟିମ୍‌ ଇଣ୍ଡିଆ। ସେମିଫାଇନାଲ ସିଟ୍ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଆଟାକିଂ ହକି ପାଇଁ ପରିଚିତ ଡଚ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ କିଭଳି ଜବାବ ଦେଉଛନ୍ତି ତା ଉପରେ ହକି ପ୍ରେମୀମାନେ ନଜର ରଖିଛନ୍ତି। ବିଶ୍ୱ ରାଙ୍କିଙ୍ଗରେ ନେଦରଲାଣ୍ଡସ୍ ୪ ନମ୍ବର ସ୍ଥାନରେ ଥିବା ବେଳେ ୫ ନମ୍ବର ରାଙ୍କରେ ଅଛି ଆୟୋଜକ ଭାରତ। ଟିମ୍ ଇଣ୍ଡିଆକୁ ଘରୋଇ ଦର୍ଶକଙ୍କ […]

hc-up
ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ଇଂଲଣ୍ଡ

ଭୁବନେଶ୍ୱର : ବିଶ୍ୱକପ ପୁରୁଷ ହକିରେ ଆଜି ଠାରୁ ଆରମ୍ଭ ହୋଇଛି କ୍ୱାର୍ଟରଫାଇନାଲ ପର୍ଯ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ଇଂଲଣ୍ଡ। ସେପଟେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଫ୍ରାନସ୍ ମୁକାବିଲା ଚାଲିଛି। ସେହିପରି ଆସନ୍ତାକାଲି ଭାରତ-ନେଦରଲାଣ୍ଡସ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ।

isha ambani
ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ

ମୁମ୍ୱାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ହାତ ଧରିଛନ୍ତି ପିରାମଲ ଗ୍ରୁପ ଅଧ୍ୟକ୍ଷ ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ। ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ବାହାଘର ଅନୁଷ୍ଠିତ ହେଉଛି। ଏଥିପାଇଁ ଆଣ୍ଟିଲିଆକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।  ଏହି ବିବାହ ଉତ୍ସବରେ ବହୁ ଷ୍ଟାରଙ୍କୁ ଦେଖିବାକୁ ମିଳିଛି। ଅମିର […]

rajsthan
ରାଜସ୍ଥାନ ରାଜନୀତି ; ମୁଖ୍ୟମନ୍ତ୍ରୀ ପଦ ନେଇ ବଢିଛି କଳ୍ପନାଜଳ୍ପନା

ରାଜସ୍ଥାନ  : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ବଢିଛି କଳ୍ପନାଜଳ୍ପନା। ଚଳିତ ନିର୍ବାଚନରେ ବେଶ୍ ବଳ ଲଗାଇଛନ୍ତି ଯୁବ ଚେହେରା ତଥା ପିସିସି ସଭାପତି ସଚିନ୍ ପାଇଲଟ୍। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭେଟେରାନ ଅଶୋକ ଗେହଲଟ୍‌ଙ୍କ ଉପରେ ଅଧିକ ଭରସା କରିପାରନ୍ତି ହାଇକମାଣ୍ଡ। ମାତ୍ର ପାଇଲଟଙ୍କ ସପକ୍ଷରେ ଅଧିକ ସମର୍ଥନ ଥିବା କୁହାଯାଉଛି। ଏସବୁ ଭିତରେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଛାଡି ଦିଆଯାଇଛି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ […]

kamalnatha
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବରିଷ୍ଠ ନେତା କମଲନାଥ

ମଧ୍ୟପ୍ରଦେଶ : ରେଜଲ୍ଟର ୨୪ ଘଣ୍ଟା ପରେ ମଧ୍ୟପ୍ରଦେଶରେ ସରକାର ଗଠନକୁ ନେଇ ଚିତ୍ର ସ୍ପଷ୍ଟ। ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ୧୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି। ୧୧୪ ଆସନ ହାତେଇଥିବା କଂଗ୍ରେସକୁ ସରକାର ଗଢିବା ପାଇଁ ଦରକାର ପଡୁଥିଲା ଆଉ ୨ଟି ଆସନ। ତେବେ ଆଜି ଅଖିଳେଶ ସିଂ ଯାଦବ ଓ ମାୟାବତୀ କଂଗ୍ରେସକୁ ସମର୍ଥନ ଘୋଷଣା ପରେ ଚିତ୍ର ସ୍ପଷ୍ଟ ହୋଇଛି। ସମର୍ଥନ ମିଳିବା ପରେ […]

chhatishgARH
ଛତିଶଗଡ଼ରେ ହେବ କଂଗ୍ରେସ ସରକାର

ରାୟପୁର : ଛତିଶଗଡ଼ରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ। ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାରକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଆଜି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ନିଷ୍ପତ୍ତି ହେବ କିଏ ବିଧାୟକ ଦଳର ନେତା ହେବ। ସମୁଦାୟ ୯୦ଟି ଆସନରୁ କଂଗ୍ରେସ ୬୮ଟି ଆସନରେ ବିଜୟୀ ହୋଇ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିଜେପି ପାଇଛି ୧୫ଟି ସିଟ୍। […]

MODI---UP
ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ତିନି ପ୍ରମୁଖ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ ଏସବୁ ସ୍ଥାନରେ ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । Congratulations to the Congress for their victories. Congratulations to KCR Garu for the thumping win in Telangana and to the Mizo National Front (MNF) […]

sc
ସିବିଆଇ-କୋଲକାତା ପୁଲିସ ବିବାଦ : ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

କୋଲକାତା : ପଶ୍ଚିମବଙ୍ଗରେ ସିବିଆଇର ଗତିରୋଧ ଘଟଣା ଆହୁରି ଜଟିଳ ହେବାରେ ଲାଗିଛି। ଏହାକୁନେଇ ସିବିଆଇ କରିଥିବା ମାମଲାର ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। ତେବେ କୋଲକାତା ପୁଲିସ୍‌ କମିଶନର୍‌ ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତି ସଂପର୍କିତ ପ୍ରମାଣ ନଷ୍ଟ କରୁଥିବା ନେଇ କୌଣସି ତଥ୍ୟ ନଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ଯଦି ଏନେଇ କିଛି ପ୍ରମାଣ ଅଛି, ତା ହେଲେ କୋର୍ଟରେ ଉପସ୍ଥାପନ କରିବାକୁ ସିବିଆଇକୁ ନିର୍ଦ୍ଦେଶ […]

m1
ଗତକାଲିଠୁ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା : ଗତକାଲି ଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଛନ୍ତି। ମେଟ୍ରୋ ଚ୍ୟାନେଲ୍‌ରେ ମମତାଙ୍କ ଧାରଣା ପ୍ରାୟ ୧୬ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ୍‌ ହୋଇଛି। ଗୋଟେ ପରେ ଗୋଟେ ନେତା ଆସି ମମତାଙ୍କୁ ଭେଟିଛନ୍ତି। ମିଳିଥିବା ସୂଚନା ମୁତାବକ ଏସ୍‌ପି, ବିଏସ୍‌ପିର ବିଭିନ୍ନ ପ୍ରତିନିଧି ମମତାଙ୍କ ଧାରଣା ସ୍ଥଳକୁ ଯାଇ ଭେଟିଛନ୍ତି। ଧାରଣାସ୍ଥଳରେ ପ୍ରବଳ ଭିଡ଼ ମଧ୍ୟ ଜମିଛି। ସାରା ରାଜ୍ୟରୁ ଟିଏମ୍‌ସି […]

govrn-up
ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ  : ଓଡ଼ିଶା ପାଇଁ ଗୌରବର ବିଷୟ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ପୂର୍ବରୁ ଶକ୍ତିକାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ନୋଟବନ୍ଦୀ ବେଳେ କେନ୍ଦ୍ର ଅର୍ଥନୈତିକ ବ୍ୟାପର ସଚିବ ଭାବେ ସେ ଦାୟିତ୍ୱ ତୁଲାଇ ଥିବା ବେଳେ ପଞ୍ଚଦଶ ଅର୍ଥ କମିଶନର […]

surjit
ବିଶିଷ୍ଟ ଅର୍ଥନୀତି ବିଷାରଦ ସୁରଜିତ ଭାଲାଙ୍କ ଇସ୍ତଫା

ନୂଆଦିଲ୍ଲୀ  : ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ସ୍ତମ୍ଭକାର ସୁରଜିତ ଭାଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟଏକ ସଂସ୍ଥାରେ ଯୋଗ ଦେଇଥିବାରୁ ସେ ଇସ୍ତଫା ଦେଇଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସୁରଜିତ୍ ଅସ୍ଥାୟୀ ଭାବେ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ। ନୀତି ଆୟୋଗର ସଦସ୍ୟ ଥିବା ବିବେକ ଓବେରାୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଥିବା ବେଳେ ରଥିନ ରାୟ, ଅସୀମା ଗୋୟଲ, ଶମିକା ରବି ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲି ରିଜର୍ଭ […]