• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

asaduddin-up
ଯୋଗୀଙ୍କୁ କଡ଼ା ଜବାବ ଦେଲେ ଓୱେସି

ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି । ଗତକାଲି ଏକ ସାଧାରଣ ସଭାରେ ଯୋଗଦେଇ ଅସଦୁଦ୍ଦିନ ଓୱେସିଙ୍କ ବିରୋଧରେ ଗର୍ଜନ କରିଥିଲେ। କହିଥିଲେ, ତେଲଙ୍ଗାନାରେ ବିଜେପି କ୍ଷମତାକୁ […]

delhi
ଦିଲ୍ଲୀ ସରକାରଙ୍କୁ ଏନ୍‌ଜିଟିର ଜରିମାନା

ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ। ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜରିମାନା ଅାଦାୟ କରାଯିବ। ଦିଲ୍ଲୀ ସରକାର ଯଦି ନିର୍ଦ୍ଧାରିତ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ପ୍ରତିମାସରେ ୧୦କୋଟି ଟଙ୍କା ଜରିମାନା ଦେବାକୁ ପଡିବ […]

polavaram
ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା

ନୂଆଦିଲ୍ଲୀ  : ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା। ପ୍ରକଳ୍ପ କାମରେ ସ୍ଥଗିତାଦେଶ ଦେବାକୁ  ସୁପ୍ରିମ୍‌କୋର୍ଟ ଅାଜି ମନା କରିଦେଇଛନ୍ତି। ପ୍ରକଳ୍ପ ନେଇ ସବୁ ତଥ୍ୟ ଦେବାକୁ ଦୁଇ ରାଜ୍ୟ – ଓଡ଼ିଶା ଓ ଛତିଶଗଡ଼କୁ ଦେବାକୁ  କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କେତେ ଅଞ୍ଚଳ ବୁଡ଼ିବ, କେତେ କ୍ଷତିଗ୍ରସ୍ତ ହେବେ ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁ ତଥ୍ୟ ପାଇଲା ପରେ ଜନଶୁଣାଣି କରିପାରିବେ ରାଜ୍ୟ ସରକାର। ଜାନୁଅାରୀ ପ୍ରଥମ […]

modi -1
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣ। ଦେଶ ତଥା ବିଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ କଥା ହେବେ। ଏଥିସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ସେ ପରୀକ୍ଷା ମନ୍ତ୍ର ଦେବେ। ପରୀକ୍ଷା ସିଜନ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ । ପରୀକ୍ଷା ସମୟରେ କିପରି ଚାପ ମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ। ଏଥିଲାଗି ଦେଶର ରାଜ୍ୟ ଓ […]

priya
ପତି-ପତ୍ନୀ ହେଲେ ନିକ୍-ପ୍ରିୟଙ୍କା

ଯୋଧପୁର : ପତି-ପତ୍ନୀ ହେଲେ ପ୍ରିୟଙ୍କା ଓ ନିକ୍। ରାଜସ୍ଥାନର ଯୋଧପୁର ଉମୈଦ୍ ଭଓ୍ୱନ ପ୍ୟାଲେସରେ ଅାଡମ୍ବର ସହକାରେ ଉଭୟଙ୍କ  ବିବାହ  ସଂପନ୍ନ ହୋଇଛି। ଗତକାଲି ଖ୍ରୀଷ୍ଟିଅାନ ନୀତିରେ ବିବାହ ହୋଇଥିବା ବେଳେ ଅାଜି ହିନ୍ଦୁ ରୀତିନୀତି ଅନୁସାରେ ଅାଉ ଥରେ ବିବାହ ହେଉଛି। ବିବାହ ଉତ୍ସବକୁ କିଛି ଘନିଷ୍ଠ ବନ୍ଧୁଙ୍କୁ ବି ନିମନ୍ତ୍ରଣ କରାଯାଇଛି। କେବଳ ମେହେନ୍ଦୀ ଓ ହଳଦି ଉତ୍ସବର ଫଟୋ ସୋଶାଲ ମିଡିଅାରେ ସେୟାର କରିଛନ୍ତି। ପ୍ରିୟଙ୍କା ପାରମ୍ପରିକ ଗହଣା ଓ ରଙ୍ଗୀନ […]

sunil aorra
ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ସୁନୀଲ ଅରୋରା

ନୂଆଦିଲ୍ଲୀ  : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ମସିହା ରାଜସ୍ଥାନ ବ୍ୟାଚର ଏହି ଅାଇଏଏସ ଅଫିସର ସୂଚନା ଓ ପ୍ରସାରଣ, ସ୍କିଲ୍ ଡେଭଲପମେଣ୍ଟ ବିଭାଗର ସଚିବ ରହିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମରେ […]

a1
ଓଲଟି ପଡ଼ିଲା ସ୍କୁଲ୍‌ ବସ୍‌

ଗୁଣ୍ଟୁର: କର୍ଲଭଟ ତଳକୁ ଖସି ପଡ଼ିଲା ସ୍କୁଲ ବସ୍‌। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍‌ କଲଭର୍ଟ ତଳକୁ ଖସି ପଡ଼ିବା ଫଳରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ବସ୍‌ର ଡ୍ରାଇଭର୍‌ ମଦ ପିଇ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି। ପୁଲିସ୍‌ ଉକ୍ତ ପଚରାଉଚରା କରୁଥିବା […]

match
ହକି ବିଶ୍ୱକପ୍‌ : ଭାରତ-ବେଲଜିୟମ୍ ମ୍ୟାଚ୍ ୨-୨ ଗୋଲରେ ଡ୍ର

ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍‌ଜିୟମ୍ ହାଇଭୋଲ୍‌ଟେଜ୍ ଟକ୍କର। ଦମ୍‌ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍‌ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଇ ମ୍ୟାଚ୍ ୨-୨ ଗୋଲ୍‌ରେ ଡ୍ର ରହିଛି। ଭାରତ ପକ୍ଷରୁ ସିମ୍ରନ୍‌ଜିତ୍ ଓ ହରମନ୍ ପ୍ରୀତ ଗୋଟିଏ ଲେଖାଏଁ ଗୋଲ୍ କରିଛନ୍ତି। ପ୍ରଥମ କ୍ୱାର୍ଟର ସୁଦ୍ଧା ୦-୧ରେ ପଛୁଅା ଥିବା ଭାରତ ପରବର୍ତ୍ତୀ ସମୟରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ […]