ପାଟନା: ବିହାରର ବୈଶାଳୀ ଜିଲ୍ଲା ଶାହାଦାଇ ବୁଜୁର୍ଗରେ ସୀମାଞ୍ଚଳ ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତ୍ ହୋଇଯାଇଛି। ବିହାରର ଯୋଗବାଣୀରୁ ନୂଆଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲକୁ ଯାଉଥିବା ଏହି ସୁପରଫାଷ୍ଟ୍ ଏକ୍ସପ୍ରେସ୍ ରବିବାର ରାତି ପ୍ରାୟ ୩ଟା ୫୨ ମିନିଟ୍ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଜେନେରାଲ କୋଚ୍, ଗୋଟିଏ ଏସି ବଗି B-3 ଏବଂ ସ୍ଲିପର […]
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ପ୍ରଦାନ। ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କେନ୍ଦ୍ର ସରକାର ଆରବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଅଭିଯୋଗ ଆଣିବା ପରେ ଏହି ବିବାଦ ତେଜିଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏପରିକି କେନ୍ଦ୍ର ସରକାର ଆରବିଆଇ […]
ନୂଆଦିଲ୍ଲୀ: ବଜେଟ୍ରେ ଆୟକର ଛାଡ଼ ନେଇ ମଧ୍ୟ ଏକ ବଡ଼ ଘୋଷଣା କରାଯାଇଛି। ମଧ୍ୟମବର୍ଗ ଆୟକର ଦାତାଙ୍କୁ ବଜେଟ୍ରେ ବଡ଼ ରିହାତି ମିଳିଛି। ଆୟକର ସୀମା ଛାଡ଼ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ିଛି। ଅର୍ଥାତ୍ ଯେଉଁ ଆୟକର ଦାତାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କ ଟିକସ ସମ୍ପୂର୍ଣ୍ଣ ଛାଡ଼ ହେବ। ଆପଣ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ବୀମା କରିଥିଲେ, ସାଢ଼େ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ […]
ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ପୁଲ୍-ଡିର ଶେଷ ଲିଗ୍ ମ୍ୟାଚ୍ରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍। ତେବେ ଏହି ମ୍ୟାଚ୍ରେ ପରାସ୍ତ ହୋଇ ବି ପାକିସ୍ତାନ କ୍ରସ୍ ଓଭର ମ୍ୟାଚ୍ ଖେଳିବ। କ୍ରସ୍ ଓଭର ମ୍ୟାଚ୍ରେ ପାକିସ୍ତାନ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେପଟେ ପାକିସ୍ତାନକୁ ୫-୧ ଗୋଲରେ ଶେଷ ଲିଗ୍ ମ୍ୟାଚ୍ରେ ହରାଇଥିବା ନେଦରଲ୍ୟାଣ୍ଡସ କ୍ରସ୍ ଓଭର ମ୍ୟାଚ୍ରେ କାନାଡାକୁ ଭେଟିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଡିର ପ୍ରଥମ ଲିଗ୍ ମ୍ୟାଚରେ […]
ରାଜସ୍ଥାନ : ରାଜସ୍ଥାନ ଉଦୟପୁରରେ ଅଦିନିଆ ଉତ୍ସବ। ମାଳ ମାଳ ସେଲିବ୍ରିଟିଙ୍କ ଉପସ୍ଥିତିରେ ଚମକୁଛି ପରିବେଶ। ଉଦୟପୁରର ଓବରୋଇ ଉଦୟ ବିଳାସ ଓ ସିଟି ପାଲେସ ହୋଟେଲରେ ଚାଲିଛି ଦେଶର ସବୁଠୁ ବଡ଼ ଧନୀ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ପ୍ରି-ୱେଡିଂ ସେରିମନି। ୪ ଦିନ ଧରି ଚାଲିଥିବା ଏ ଉତ୍ସବରେ ଏକାଠି ହୋଇଛନ୍ତି ଦେଶର ସବୁ ନାମୀଦାମୀ ସେଲିବ୍ରିଟି। ଖାଲି ଦେଶ ନୁହେଁ, ଦେଶ ବାହାରୁ ବି ସାମିଲ ହୋଇଛନ୍ତି ବଡ଼ ବଡ଼ ହସ୍ତୀ। […]
ଲକ୍ଷ୍ନୌ : ୟୁପି ବୁଲନ୍ଦସହର ହିଂସା ମାମଲାରେ ଗିରଫ ସେନା ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା କରୁଛି ପୁଲିସ। ବୁଲନ୍ଦସହର ସେୟାନ୍ ପୁଲିସ୍ ଷ୍ଟେସନରେ ତଦନ୍ତକାରୀ ଟିମ୍ ଘଟଣା ଦିନର ବିବରଣୀ ସମ୍ପର୍କରେ ଖୋଲତାଡ଼ କରୁଛି। ଜିତେନ୍ଦ୍ର ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଛି। ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି। ବୁଲନ୍ଦଶହର ହିଂସାକାଣ୍ଡରେ ସଂପୃକ୍ତ ଥିବା ଜିତେନ୍ଦ୍ରକୁ ଗତକାଲି ଗିରଫ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ। ଏହାସହ ତାଙ୍କ ନାଁରେ ଏଫଆଇଆର୍ ରୁଜୁ […]
ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ହାରକୁ ନେଇ ନ୍ୟାସନାଲ୍ ସାମ୍ପଲ୍ ସର୍ଭେ ଅଫିସ୍ (ଏନ୍ଏସ୍ଏସ୍ଓ)ର ଲିକ୍ ହୋଇଥିବା ରିପୋର୍ଟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ୨୦୧୭-୧୮ ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବେକାରୀ ହାର ଦେଶରେ ୬.୧% ରହିଥିବା ନ୍ୟାସନାଲ୍ ସାମ୍ପଲ୍ ଅଫିସର(ଏନ୍ଏସ୍ଏସ୍ଓ) ପିରିଅଡିକ୍ ଲେବର ଫୋର୍ସ ସର୍ଭେ(ପିଏଲ୍ଏଫ୍ଏସ୍) ପକ୍ଷରୁ କୁହାଯାଇଛି। ଏହାକୁ ନେଇ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ଏହି ରିପୋର୍ଟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]