ରାୟପୁର : ଆସନ୍ତାକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡର୍ଗେ, ଏଆଇସିସି ପ୍ରଭାରୀ ପି.ଏଲ. ପୁନିଆ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏବେ ଚାରିଜଣ ଆଶାୟୀ ଅଛନ୍ତି। ସେମାନେ ହେଲେ ତାମ୍ରଧ୍ୱଜ ସାହୁ, ଭୁପେଶ ବାଘେଲ, ଟି.ଏସ. ସିଂଦେଓ ଓ ଚରଣ ଦାସ ମହାନ୍ତ।
ଭୁବନେଶ୍ୱର : ଆଜି ପ୍ରଥମ ମୁକାବିଲା ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି। ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍ ପ୍ରଥମ ଥର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଗତ ବିଶ୍ୱକପ୍ରେ ଥିଲା। ୨୦୧୪ରେ ହଗ୍ରେ ଖେଳାଯାଇଥିବା ବିଶ୍ୱକପ୍ରେ ୫ମ ସ୍ଥାନ ହାସଲ କରିଥିଲା। ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମ଼େଡାଲ ଜିତିଥିବା ବେଲଜିୟମ୍ ଚଳିତ ବିଶ୍ୱକପ୍ରେ ନିଜର ପ୍ରଦର୍ଶନକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ରହିଛି। ସେହିପରି […]
ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ ହୋଇଛି। କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍ ଠାରୁ ୨-୧ ଗୋଲରେ ହାରିଛି ଟିମ୍ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍ ଆଶା ଧୂଳିସାତ୍ ହୋଇଛି। ଏହି ମ୍ୟାଚ୍ରେ ବିଜୟୀ ହେବା ସହ ସେମି ଫାଇନାଲ ଯାଇଛି ନେଦରଲାଣ୍ଡସ୍। ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍ ମୁକାବିଲା ହେବ। ଅନ୍ୟପକ୍ଷରେ ଆଜି ଖେଳାଯାଇଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ। ଆଗରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ […]
ନୂଆଦିଲ୍ଲୀ : ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? କଂଗ୍ରେସ ପାଇଁ ଅଡୁଆ ସାଜିଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅଛିଣ୍ଡା ଗଣିତ। ରାହୁଲଙ୍କ ବାସଭବନରେ ସକାଳ ୯ଟାରୁ ମାରାଥନ୍ ବୈଠକ ଚାଲିଥିଲେ ମଧ୍ୟ ବାହାରି ପାରିନି ସମାଧାନର ବାଟ। ଖାସ୍ କରି ରାଜସ୍ଥାନରେ ଗେହଲଟ୍ ଓ ସଚିନ ପାଇଲଟ ଗୋଷ୍ଠୀଙ୍କ ଲବି ରାହୁଲଙ୍କ ଆଗରେ ସବୁଠୁ ବଡ଼ ଅଡୁଆ ସାଜିଛି। ଅନ୍ୟପକ୍ଷରେ ରାହୁଲ ଉଭୟ ନେତାଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ କଥା ହୋଇଛନ୍ତି। […]
ଆନ୍ଧ୍ରପ୍ରଦେଶ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି। ଚେନ୍ନାଇ ଉପକୂଳ ଠାରୁ ଏହା ୧୧୪୦ କିଲୋମିଟର ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଉପକୂଳରୁ ୮୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଅତିକ୍ରମ କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମର ରୂପନେବ। ଶନିବାର ଦିନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି […]