ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ ଗତକାଲି ଦ୍ୱିପହରରେ ହଠାତ୍ ପାଟଣାର ଆର୍ଜେଡି ପାର୍ଟି ଅଫିସ୍ରେ ପହଞ୍ଚି ସେଠାରେ କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ଏକ ପ୍ରେସ୍ କନ୍ଫରେନ୍ସରେ ତେଜପ୍ରତାପ ପାର୍ଟିର ବିରୋଧିମାନଙ୍କୁ ଭୋଟ୍ର […]
ଭୁବନେଶ୍ୱର : ବେଲଜିୟମ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ସଂଘର୍ଷ ପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନେଦରଲାଣ୍ଡସ୍କୁ ପେନାଲ୍ଟି ସୁଟ୍ ଆଉଟରେ ପରାସ୍ତ କରି ଇତିହାସ ରଚିଛି ବେଲଜିୟମ୍। ପ୍ରଥମ ଥର ପାଇଁ ବିଶ୍ୱକପ୍ ହକି ଫାଇନାଲରେ ପ୍ରବେଶ କରିଥିବା ବେଲ୍ଜିୟମ୍ ଶେଷରେ ସମସ୍ତ ଦେଶକୁ ପଛରେ ପକାଇ ଚାମ୍ପିଅନ୍ ହୋଇଛି। ଆରମ୍ଭରୁ ହିଁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍ ଦେଇନପାରିବାରୁ ପେନାଲ୍ଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା।
ଭୁବନେଶ୍ୱର : ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର। ହକି ବିଶ୍ୱକପ୍ର ଫାଇନାଲ ମ୍ୟାଚ ଦେଖିବାକୁ ଭୁବନେଶ୍ୱରରେ କିଛି ସମୟ ତଳେ ପହଞ୍ଚିଛନ୍ତି ତେନ୍ଦୁଲକର। ସେ କଳିଙ୍ଗ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ ଦେଖିବେ। କିଛି ସମୟ ପରେ ହେବାକୁ ଥିବା ଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ବେଲଜିୟମ ଓ ନେଦଲାରଣ୍ଡ୍ ମଧ୍ୟରେ ମୁକାବିଲା ହେବ। ନେଦରଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯାଇଥିବା ବେଳେ ବେଲଜିୟମ୍ ଇଂଲଣ୍ଡକୁ ହରାଇ ଫାଇନାଲକୁ ଆସିଛି।
ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା ହେବ। ଏହି ମହା ମୁକାବିଲାରେ ବେଲଜିୟମକୁ ଟକ୍କର ଦେବ ନେଦରଲାଣ୍ଡସ। ସେହିପରି ଆଜି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ଲଢେଇ ହେବ। ସେମିରେ ହାରିଥିବା ଦୁଇ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଗତକାଲି ନେଦରଲାଣ୍ଡସ ଏକ କଡ଼ା ମୁକାବିଲାପୂର୍ଣ୍ଣ ମ୍ୟାଚ୍ରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ନିର୍ଦ୍ଦିଷ୍ଟ ସମୟ ଅବଧିରେ ଉଭୟ ଟିମ୍ ପରସ୍ପରକୁ ଦୁଇଟି […]
ଆଇଜଲ୍ : ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମିଜୋ ନାସନାଲ ଫ୍ରଣ୍ଟର ସଭାପତି ଜୋରାମଥାଙ୍ଗା ଶପଥ ନେଇଛନ୍ତି। ସେ ତୃତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଇଜଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ କେ. ରାଜଶେଖରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ନିକଟରେ ଶେଷ ହୋଇଥିବା ମିଜୋରାମ ବିଧାନସଭା ନିର୍ବାଚନରେ ମିଜୋ ନାସନାଲ ଫ୍ରଣ୍ଟ ୨୬ଟି ଆସନ ଜିତିଥିଲା।