ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲ୍ଟନ୍ରେ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ ପୂର୍ବରୁ ତିନିଟି ମ୍ୟାଚ୍ ଜିତି ସିରିଜ୍ କବଜା କରିଥିବା ଟିମ୍ ଏହି ମ୍ୟାଚ୍ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋର୍ଦାର୍ ଉଦ୍ୟମ କରିବ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ […]
ନୂଆଦିଲ୍ଲୀ : ଧୁମ୍ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗେଦେଇଥିଲେ। ଏହାସହ ରିସେପ୍ସନ୍ରେ ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରିୟଙ୍କା ଗୋଲ୍ଡେନ୍ କଲରର ଲେହେଙ୍ଗା ପିନ୍ଧିଥିଲେ। ସେହିପରି ନିକ୍ କଳା ରଙ୍ଗର୍ ବ୍ଲେଜର ପରିଧାନ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଉଭୟେ ମୋଦିଙ୍କ ସହ ଫଟୋ ଉଠାଇଥିଲେ। […]
ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ମାମଲାରେ ଭାରତକୁ ବଡ଼ ସଫଳତା। ମାମଲାରେ ମଧ୍ୟସ୍ଥତା କରିଥିବା ବ୍ରିଟିଶ୍ ନାଗରିକ କ୍ରିଷ୍ଟିୟନ ମିସେଲଙ୍କୁ ଭାରତ ଅାଣିବାରେ ସଫଳ ହୋଇଛି ସିବିଅାଇ। ଗତକାଲି ମଧ୍ୟରାତ୍ରରେ ସିବିଅାଇ ତାଙ୍କୁ ଦୁବାଇରୁ ଦିଲ୍ଲୀ ଅାଣିଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏହି ଅଭିଯାନକୁ ବଡ ସଫଳତା ମିଳିଛି। ସିବିଅାଇ ଅନ୍ତରୀଣ ନିର୍ଦ୍ଦେଶକ ଏମ. ନାଗେଶ୍ୱର ରାଓ ଓ ଯୁଗ୍ମ ନିର୍ଦ୍ଦେଶକ ସାଇ ମନୋହରଙ୍କ ନେତୃତ୍ୱରେ ଟିମକୁ ଏହି […]
ଭୁବନେଶ୍ୱର : ଅାଜି ହକି ବିଶ୍ୱକପ୍ରେ କଳିଙ୍ଗ ଷ୍ଟାଡିୟମରେ ପୁଲ୍ -ଡି ର ୨ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଜର୍ମାନୀ ଓ ନେଦରଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ ମାଲେସିଅା। ଜର୍ମାନୀ ଓ ନେଦରଲାଣ୍ଡ ନିଜ ନିଜ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ଓ ମାଲେସିଅା ନିଜର ପ୍ରଥମ ବିଜୟ ଲକ୍ଷ୍ୟରେ ଅଛନ୍ତି।
ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅାଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଏହି ଦୁଇଟି ରାଜ୍ୟରେ ଅାସନ୍ତା ଶୁକ୍ରବାର ଭୋଟ ହେବ। ଶେଷ ଦିନରେ ଭୋଟରଙ୍କୁ ନିଜ ଅାଡ଼କୁ ଅାକୃଷ୍ଟ କରିବାକୁ ପ୍ରମୁଖ ଦଳଗୁଡ଼ିକ ପ୍ରାଣପଣେ ଚେଷ୍ଟା କରିବେ। ଗତକାଲି ରାଜସ୍ଥାନର ହନୁମାନଗଡ଼, ସିକର ଓ ଜୟପୁରରେ ପ୍ରଚାର କରିଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଚାର ବେଳେ କଂଗ୍ରେସକୁ ସେ ତୀବ୍ର ଭର୍ତ୍ସନା କରିଛନ୍ତି। ପାକିସ୍ତାନ କର୍ତାରପୁର କରିଡର୍ ପ୍ରସଙ୍ଗରେ […]
ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROକୁ ମହାକାଶ ବିଜ୍ଞାନରେ ଆଉ ଏକ ସଫଳତା। ବିଳମ୍ବିତ ରାତିରେ ଉତ୍କ୍ଷେପଣ ହୋଇଛି ଭାରତର ସବୁଠୁ ଓଜନିଆ ଉପଗ୍ରହ GSAT-11 । ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୟାନାରୁ ଏରିଏନ-୫ ଲଞ୍ଚ ଭେହିକିଲରୁ ଉତକ୍ଷେପଣ କରାଯାଇଛି। ଏହାର ଓଜନ ରହିଛି ୫ ହଜାର ୮୫୪ କିଲୋଗ୍ରାମ। ଇସ୍ରୋର ଏହା ଏକ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ୍ ,ଯାହା ଦେଶରେ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି ଆଣିବା ସହ ଇଣ୍ଟରନେଟ ଡାଟା ସ୍ପିଡ ବୃଦ୍ଧି […]