• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

stroke-1
ଆପଣଙ୍କ ଶରୀରରେ ଏହିସବୁ ସଂକ୍ରମଣ ଥିଲେ, ଷ୍ଟ୍ରୋକ୍‌ ବିପଦ ଅଧିକ

ନ୍ୟୁୟର୍କ : ଗବେଷକମାନେ ଏବେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ପ୍ରଦାନ କରିଛନ୍ତି। ଯେଉଁ ବ୍ୟକ୍ତିଙ୍କର ମୂତ୍ର ଓ ଶ୍ୱସନ ତନ୍ତ୍ର ସଂକ୍ରମିତ ହୋଇଥିବ, ତାଙ୍କ ପକ୍ଷରେ ଷ୍ଟ୍ରୋକର ଆଶଙ୍କା ୨ଗୁଣା ବଢିଯାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ରୋଗୀ ଯଦି ବାରମ୍ୱାର ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ ଅଧିକ ଦିନ ଧରି ଏ ସଂକ୍ରମଣ ଲାଗି ରହେ, ତାହେଲେ କମିବା ବଦଳରେ ଏହାର ପ୍ରଭାବ ବଢି ବଢି ଯାଏ। ଶେଷରେ ରୋଗୀର ମୃତ୍ୟୁ […]

rohit sharma
ଫର୍ମକୁ ଫେରିଲେ ହିଟ୍ ମ୍ୟାନ୍

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ସିରିଜରୁ ଫର୍ମ ପାଇଁ ସଂଘର୍ଷ କରୁଥିବା ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଫର୍ମ ପାଇଛନ୍ତି। ଏହି ଇଂନିସରେ ରୋହିତ ୬୧ଟି ବଲ୍‌ରୁ ୮୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ୮୯ରନର ପାଳିରେ ସେ ୫ଟି ଚୌକା ଓ ୫ଟି ବିଶାଳ ଛକା ମାରିଥିଲେ। ହିଟ୍‌ମ୍ୟାନ୍‌ ନାଁରେ ଜଣାଶୁଣା ରୋହିତ ଶର୍ମା ଏହି ବିସ୍ଫୋରକ ଇଂନିସ ଖେଳିବା ସହ ଯୁବରାଜଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ରୋହିତ ୭୮ ମ୍ୟାଚ୍‌ରୁ […]

Air India
ଏୟାର ଇଣ୍ଡିଆ ଟ୍ୱିଟର ଆକାଉଣ୍ଟ ହ୍ୟାକ ପରେ ଏହାକୁ ପୁନଃସ୍ଥାପିତ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାପରେ ଏହାକୁ ପୁନଃସ୍ଥାପିତ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ହ୍ୟାକର୍ସମାନେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ତୁର୍କୀ ଭାଷାରେ କିଛି ମେସେଜ୍ ପୋଷ୍ଟ କରିଥିଲେ। କେବଳ ଏତିକି ନୁହେଁ ହ୍ୟାକର୍ସମାନେ ଟ୍ୱିଟରରେ ବିମାନ ବାତିଲ୍ ମଧ୍ୟ ଘୋଷଣା କରିଥିଲେ। ଅଫିସିଆଲ ଟ୍ୱିଟର ଆକାଉଣ୍ଟ @airindiain to @airindiaTR କୁ ପରିବର୍ତ୍ତନ କରାଯାଇଥିଲା। ତୁର୍କୀଶ ସାଇବର ଆର୍ମି […]

india post
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]

BJP
2019 ପୂର୍ବରୁ ବିଜେପିକୁ ବଡ଼ ଝଟକା: ୟୁପିର ୨ ଓ ବିହାରରେ ଗୋଟିଏ ଲୋକସଭା ଆସନରେ ହାରିଲା ଦଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]

abhinandan
ସିକ୍ ଲିଭ୍ ବାୟୁସେନା ସହ ବିତାଇବେ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ୪ ସପ୍ତାହ ପାଇଁ ଛୁଟିରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁୟାୟୀ ସେ ଛୁଟି ନେଇଛନ୍ତି। ତେବେ ଛୁଟି ସମୟ ସେ ଚେନ୍ନାଇରେ ନିଜ ପରିବାର ସହ ନରହି ଶ୍ରୀନଗରରେ ଥିବା ବାୟୁସେନା ସ୍କ୍ୱାଡ୍ରନରେ ରହିବାକୁ ନିଷ୍ପତ୍ତି କରିଛନ୍ତି। ଯେଉଁଠାରେ ସେ ନିୟୋଜିତ ଥିଲେ ସେହି ସ୍ଥାନରେ ହିଁ […]

india
୧୭ ରନ୍‌ରେ ବାଂଲାଦେଶକୁ ହରାଇଲା ଭାରତ

କଲମ୍ୱୋ: ଶ୍ରୀଲଙ୍କାରେ ଖେଳା ଯାଉଥିବା “ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦” ଟୁର୍ଣ୍ଣାମେଣ୍ଟରେ ଆଜିର ମ୍ୟାଚରେ ଭାରତ ୧୭ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କର ୮୯ ରନ୍‌ ବଳରେ ଭାରତ ୧୭୬ ରନ୍‌ କରିଥିଲା। ମାତ୍ର ବାଂଲାଦେଶ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ବାଂଲାଦେଶ ଟସ୍‌ ଜିତି ଭାରତକୁ […]

kohali
ଅନୁଷ୍କା ଶର୍ମା ଗର୍ଭବତୀ କି ? ଭାଇରାଲ୍ କୋହଲିଙ୍କ ଟ୍ୱିଟ୍‌

ମୁମ୍ବାଇ : ୨୦୧୭ରେ ସବୁଠୁ ଚର୍ଚ୍ଚିତ ବିବାହ ଥିଲା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ।। ଏବେ ତାଙ୍କ ବିବାହକୁ କିଛି ମାସ ହୋଇଛି କି ନାହିଁ ଶୁଣାଯାଉଛି ଅନୁଷ୍କା ଗର୍ଭବତୀ ଅଛନ୍ତି। ଆପଣ ବି କଥାଟା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେଣି। ତେବେ ପ୍ରକୃତ କଥାଟା କ’ଣ ଜାଣନ୍ତୁ। Chilling and how! ? pic.twitter.com/GaRCzSWFCZ — Virat Kohli (@imVkohli) March 11, 2018 କୋହଲି […]

india1
ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ୍ : କଲମ୍ବୋରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

କଲମ୍ବୋ : ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ବାଲାଂଦେଶକୁ ଭେଟିବ ଭାରତ। ଟୁର୍ଣ୍ଣାମେଣ୍ଟରେ ଭାରତ ଏପଯର୍ଯ୍ୟନ୍ତ ଖେଳିଥିବା ୩ଟି ଲିଗ୍‌ରୁ ୨ଟି ମ୍ୟାଚ ବିଜୟୀ ହୋଇଛି। ତେବେ ଆଜିର ମ୍ୟାଚ୍ ଜିତି ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଉଦ୍ୟମ କରିବ ରୋହିତ ଶର୍ମାଙ୍କ ଦଳ। ସେପଟେ ବାଂଲାଦେଶ ଖେଳିଥିବା ୨ଟି ମ୍ୟାଚରୁ ଗୋଟିଏରେ ବିଜୟ ଓ ଅନ୍ୟଟିରେ ପରାଜୟ ସାମ୍ନା କରିଥିଲା। ତେଣୁ ବାଂଲାଦେଶ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତି ଫାଇନାଲ ଯିବାକୁ […]

hockey player
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ : ୪ଜଣ ଓଡ଼ିଆ ଖେଳାଳି ସାମିଲ୍‌

ନୂଆ ଦିଲ୍ଲୀ/ ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି।  ଭାରତୀୟ ମହିଳା ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଶାର ୪ ଜଣ ଖେଳାଳି। ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ୍, ନମିତା ଟପ୍ପୋ ଓ ସୁନିତା ଲାକ୍ରା। ବାଂଲାଦେଶ ଓ କୋରିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରି ସେମାନେ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଛନ୍ତି।ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଏପ୍ରିଲ ୪ରୁ ଆରମ୍ଭ ହେବ ୨୧ତମ […]

narendra jha
ବଲିଉଡରେ ପୁଣି ଶୋକର ଛାୟା : ଅଭିନେତା ନରେନ୍ଦ୍ର ଝା’ଙ୍କ ପରଲୋକ

୨୦୧୮ମସିହା ଯେମିତି ବଲିଉଡ ପାଇଁ ଅଶୁଭ ସଙ୍କେତ ନେଇ ଆସିଛି। ପ୍ରଥମେ ଅଭିନେତ୍ରୀ ଶ୍ରୀଦେବୀ, ତାପରେ ଶମ୍ମୀ ଆଣ୍ଟିଙ୍କ ଭଳି କଳାକାର ଜଣେ ପରେ ଜଣେ ଏ ଇହ ଜଗତରୁ ବିଦାୟ ନେଇଛନ୍ତି। ଏବଂ ଆଜି ସକାଳ ୫ଟାରେ ବଲିଉଡ ଅଭିନେତା ନରେନ୍ଦ୍ର ଝା’ଙ୍କ ମାତ୍ର ୫୫ବର୍ଷ ବୟସରେ ହାର୍ଟ ଆଟାକ୍‌ରେ ପରଲୋକ ଘଟିଛି। ଫଳରେ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ନରେନ୍ଦ୍ର ଝା ଟିଭି ଓ ଫିଲ୍ମ ଜଗତର ଜଣେ ଜଣାଶୁଣା କଳାକାର। ହିନ୍ଦୀ […]

stefen
୭୬ ବର୍ଷ ବୟସରେ ବ୍ରିଟିସ୍‌ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍‌ଙ୍କ ପରଲୋକ

ବ୍ରିଟେନ୍‌ : ପରଲୋକରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ୍ । ୭୬ବର୍ଷ ବୟସରେ କେମ୍ବ୍ରିଜ୍ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ ଭଳି ଅନେକ ଲୋକପ୍ରିୟ ବିଜ୍ଞାନ ଭିତ୍ତିକ ବହି ଲେଖିଛନ୍ତି ହକିଙ୍ଗ୍। ମହାକାଶ ଜଗତ, ବ୍ରହ୍ମାଣ୍ଡ ସୃଷ୍ଟି, ବ୍ଲାକ୍ ହୋଲ୍, ଏଲିଏନ୍ ବା ଅନ୍ୟଗ୍ରହର ଜୀବ ଆଦି ସମ୍ପର୍କରେ ଗବେଷଣା କରିବା ସହିତ ବିଭିନ୍ନ ବହି ଲେଖି ବିଶ୍ୱବାସୀଙ୍କ ନିକଟତର ହୋଇପାରିଥିଲେ। ଏଥିସହ ଆଇନଷ୍ଟାଇନଙ୍କ ‘ଥିଓରି ଅଫ୍‌ […]

army
ଭାରତ ପାଖରେ ଥିବା ଅଧିକାଂଶ ଅସ୍ତ୍ରଶସ୍ତ୍ର ବହୁ ପୁରୁଣା : ୬୮ ପ୍ରତିଶତ ସଂଗ୍ରହାଳୟରେ ରହିବା ଯୋଗ୍ୟ

ନୂଆଦିଲ୍ଲୀ: ଦୁଇଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ହେଉଛି ବିଶ୍ୱର ଏକ ନମ୍ବର ଦେଶ। ହେଲେ ଏବେ ଏମିତି ଏକ ଖବର ଜଣାପଡିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ପାଖରେ ଥିବା ଅସ୍ତ୍ରଶସ୍ତ୍ରରୁ ଅଧିକାଂଶ ବହୁ ପୁରୁଣା। ଏଥିରୁ ୬୮ ପ୍ରତିଶତ ଅସ୍ତ୍ରଶସ୍ତ୍ରର ସ୍ଥିତି ଏମିତି, ଏହା ସଂଗ୍ରହାଳୟରେ ରଖିବାକୁ ଯୋଗ୍ୟ। ମାତ୍ର ୨୪ ପ୍ରତିଶତ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର […]

jaya prada
ବିଜେପିରେ ମିଶିଲେ ବଲିଉଡ ଅଭିନେତ୍ରୀ ଜୟାପ୍ରଦା

ନୂଆ ଦିଲ୍ଲୀ : ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ଜୟାପ୍ରଦା। ନୂଆ ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରୁ ସେ ନିର୍ବାଚନ ଲଢିବା ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କ ବିରୋଧରେ ସେ ବିଜେପି ପକ୍ଷରୁ ଲଢିବେ। ତେବେ ଏନେଇ ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୂର୍ବରୁ ୨୦୦୪ ଏବଂ ୨୦୦୯ ମସିହାରେ ସେ ରାମପୁର ଲୋକସଭା […]