ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଧୂଳିଝଡର ତାଣ୍ଡବ। ପ୍ରଳୟଙ୍କାରୀ ଧୂଳିଝଡରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଉତ୍ତରପ୍ରଦେଶରେ ୪୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଗ୍ରାରେ କେବଳ ୩୬ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଧୂଳିଝଡର ତାଣ୍ଡବରେ ରାଜସ୍ଥାନରେ ୨୭ଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶ ଓ ରାଜସ୍ଥାନ ବ୍ୟତୀତ ଦିଲ୍ଲୀରେ ମଧ୍ୟ ଧୂଳିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ଦିଲ୍ଲୀରେ କିଛି କ୍ଷୟକ୍ଷତି ହୋଇନଥିବାର […]
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ ଏମିତି ଏକ ଧାରଣା ଲୋକଙ୍କ ମନରେ […]
ନୂଆଦିଲ୍ଲୀ : କେନ୍ଦ୍ରରେ ସରକାର ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ଦିଲ୍ଲୀରେ ଥିବା ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଭୟେ ମନ୍ତ୍ରିମଣ୍ଡଳ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। କାହାକୁ କ୍ୟାବିନେଟ ପାହ୍ୟା ମିଳିବ, କିଏ ମନ୍ତ୍ରିମଣ୍ଡଳରେ ରହିବେ, କିଏ ବାଦ୍ ପଡ଼ିବେ, କାହାକୁ କେଉଁ ବିଭାଗ ମିଳିବ, ଅମିତ ଶାହା ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କିଏ ଦଳର ପରବର୍ତ୍ତୀ ସଭାପତି […]
ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ। କିନ୍ତୁ ଚିନ୍ତାର ବିଷୟ ହେଉଛି କି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଭାରତର କାନପୁର ସହର ଶାର୍ଷ ସ୍ଥାନରେ ରହିଛି। ସେହିଭଳି ମେଟ୍ରୋ ସିଟିଗୁଡ଼ିକ ମଧ୍ୟରୁ ଦିଲ୍ଲୀ ପ୍ରଦୂଷିତ ସହର ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛି। କେବଳ ସେତିକି ନୁହେଁ ଟପ୍ ୧୫ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। PM 2.5ର ପରିମାଣକୁ ନେଇ ଏହି […]
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋପିଆଁଠାରେ ଏକ ସ୍କୁଲ ବସ୍ ଉପରେ ପଥର ମାଡ଼ କରିଛନ୍ତି ବିକ୍ଷୋଭକାରୀ। ଏଥିରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଛି। ଜାମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ମଧ୍ୟ ଘଟଣାରେ କ୍ରୋଧ ପ୍ରକାଶ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା ମଧ୍ୟ ଏହାକୁ କଡ଼ା ନିନ୍ଦା କରି ଟ୍ୱିଟ୍ କରିଛନ୍ତି। ଏପରି […]
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର […]
ନୂଆଦିଲ୍ଲୀ : ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ ଭୋଟ୍ ପରିଚୟ ପତ୍ରକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ତୁରନ୍ତ ଲାଗୁ କରିବା ଲାଗି ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ […]
ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧, ଜୁନ୍ ୧୧ରେ ଜ୍ୟୋତିର୍ମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁରା ଘଟଣା କ୍ରମ– ୨୦୧୧ ଜୁନ ୧୧ ତାରିଖରେ […]