• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

j
ପୂର୍ବତନ ବୈଦେଶିକ ସଚିବ ଜୟଶଙ୍କର ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ : ସର୍ବଦା ସମସ୍ତଙ୍କୁ ଚକମା ଦେଉଥିବା ମୋଦି-ଶାହ ଯୋଡ଼ି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାର-୧ରେ ବୈଦେଶିକ ସଚିବ ଥିବା ଏସ୍‌ ଜୟଙ୍କରଙ୍କୁ ମୋଦି-୨ ସରକାରରେ ମନ୍ତ୍ରୀ ପଦ ମିଳିବା ନେଇ ହୋଇଥିବା ଚର୍ଚ୍ଚା ଶେଷରେ ସତ ହୋଇଛି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବାବେଳେ ତାଙ୍କ ଅନୁଭୂତି ଅନୁଯାୟୀ ସେ ସୁଷମା ସ୍ୱରାଜଙ୍କ ସ୍ଥାନ ନେବେ ଏବଂ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ୭ ଲୋକ କଲ୍ୟାଣ ମାର୍ଗରେ ଥିବା ହଠାତ […]

jdu
ଜେଡିୟୁରୁ କେହି ହେଲେନି ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରରେ ଜେଡିୟୁକୁ ମିଳିଥିବା ଗୋଟିଏ ମନ୍ତ୍ରୀ ପଦକୁ ଗ୍ରହଣ କରିନାହାନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଠିକ୍‌ ଶପଥ ଗ୍ରହଣ ପୂର୍ବରୁ ହିଁ ସେ ଏହି ବିଷୟରେ ଘୋଷଣା କରିଛନ୍ତି। କିନ୍ତୁ ସେ ଓ ତାଙ୍କ ଦଳ ଏନଡିଏ ସହିତ ରହିଛନ୍ତି ଏବଂ ସରକାରକୁ ସମର୍ଥନ କରି ଚାଲିବେ ବୋଲି ନୀତୀଶ କହିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା […]

dust storm
ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି: ଏବେ ବି ଟଳିନି ବିପଦ

ନୂଆଦିଲ୍ଲୀ: ଉତ୍ତର ଓ ପଶ୍ଚିମ ଭାରତରେ ହୋଇଥିବା ଧୂଳିଝଡ଼ରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଏଥିସହ ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିପଦ ଏବେ ବି ଟଳି ନାହିଁ। କାରଣ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଆଉ ଏକ ବଡ଼ ଧୂଳିଝଡ଼ ଆସିବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଗତକାଲି ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟଗୁଡ଼ିକରେ ଭୟଙ୍କର ଧୂଳିଝଡ଼ ହୋଇଥିଲା।  ରାଜସ୍ଥାନର ଧୋଲପୁର, ଅଲୱାର, […]

dharmendra
ମୋଦିଙ୍କ ଟିମ୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହିନ୍ଦୀ ଭାଷାରେ ହିଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ୨୫ ଜଣ ସାଂସଦ ଶପଥ ନେଇଥିଲେ। ମୋଦିଙ୍କ କ୍ୟାବିନେଟ୍‌ରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନ ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଥମେ ବିହାରରୁ ଏବଂ ଏବେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି। ମୋଦିଙ୍କ ପରେ ପ୍ରଥମେ ରାଜନାଥ ସିଂହ, ଅମିତ ଶାହ, […]

modi--
କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି ସରକାର-୨। ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନିର୍ଦ୍ଧାରିତ ସମୟ ସନ୍ଧ୍ୟା ଠିକ୍‌ ୭ଟାରେ ମୋଦି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦି ଶପଥ ଗ୍ରହଣ କରିଛନ୍ତି। ବ୍ରାଉନ୍‌ ଜ୍ୟାକେଟ୍‌ ଓ ଧଳା କୁର୍ତ୍ତାରେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ […]

meat brinjal
ଘରେ ପ୍ରସ୍ତୁତ କରନ୍ତୁ ମାଂସ ବାଇଗଣ

ଆବ୍ୟକୀୟ ସାମଗ୍ରୀ: ମାଂସ, ବାଇଗଣ, ପିଆଜ, ଗୁଜରାତି, ଅଦା, ରସୁଣ, ତେଜପତ୍ର, ଟମାଟୋ, ଡାଲଚିନି, କଞ୍ଚାଲଙ୍କା, ଲୁଣ, ହଳଦୀ ଓ ତେଲ ପ୍ରସ୍ତୁତି ପ୍ରଣାଳୀ: ମାଂସକୁ ପରିଷ୍କାର କରି ଛୋଟ ଛୋଟ କାଟନ୍ତୁ। ବାଇଗଣ ଏବଂ ପିଆଜକୁ ଅଲଗା ଅଲଗା କରି ଛୋଟ ଛୋଟ କାଟନ୍ତୁ। ରସୁଣ, ଅଦା, କଞ୍ଚାଲଙ୍କାକୁ ବାଟି ନିଅନ୍ତୁ। କଡ଼େଇରେ ତେଲ ପକାଇ ଡାଲଚିନି, ଗୁଜରାତି, ତେଜପତ୍ରକୁ ଫୁଟାଇ ନିଅନ୍ତୁ। ପିଆଜ ଭାଜି ନେଇ ସେଥିରେ ମାଂସ, ଟମାଟୋ ପକାନ୍ତୁ ଏବଂ ରସୁଣ, […]

102 not out
୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଅମିତାଭ- ରିଷି

ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍‌ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ଫ୍ରାଇଡ଼େରେ ରିଲିଜ୍‌ ହୋଇଥିବା କମେଡି ଡ୍ରାମା ଫିଲ୍ମ 102 NOT OUT ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି। ଏଥିରେ ଋଷି କପୁର୍ ଜଣେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଶତାୟୁ ବାପା ସାଜିଛନ୍ତି ବିଗ୍ ବି। ବିଗ୍ ବିଙ୍କୁ ଫିଲ୍ମରେ ୧୦୨ […]

padma
ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପତ୍ର ଆହ୍ୱାନ

ନୂଆଦିଲ୍ଲୀ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ ୨୦୧୯ ମେ ୧ ତାରିଖରୁ ଅନ୍‌ଲାଇନ୍‌ରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୫ ତାରିଖ ରହିଛି। ପଦ୍ମ ପୁରସ୍କାର ଅନ୍ତର୍ଗତ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର। ଏହା ହେଉଛି ଦେଶର ଶ୍ରେଷ୍ଠ ବେସାମରିକ ପୁରସ୍କାର। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଦାନ […]

stadium
ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା

ଭୁବନେଶ୍ୱର  : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହେବ ପୂର୍ବାଞ୍ଚଳ ରିଜିଓନାଲ ଆଥଲେଟିକସ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୨୦୦, ୪୦୦, ୮୦୦ ମିଟର ଆଦି ଦୌଡ ଇଭେଣ୍ଟରେ ପ୍ରଶିକ୍ଷଣ ଦିଆଯିବ। ୩୦ ଜଣ ପ୍ରତିଭାବାନ୍ ଆଥଲେଟଙ୍କୁ ଚୟନ କରାଯାଇ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଦ୍ୱିତୀୟ ପର୍ଯ୍ୟାୟରେ ୧୫ଶହ ମିଟର, ହେପଟାଥଲନ ଏବଂ ଜମ୍ପିଂ ଇଭେଣ୍ଟ ଗୁଡିକୁ ସ୍ଥାନ ଦିଆଯାଇ ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା ରହିଛି। ଜୁଲାଇ-ଅଗଷ୍ଟ ମାସରେ ଏହି ଏକାଡେମୀ କାର୍ଯ୍ୟକ୍ଷମ ହେବ। ଏକାଡେମୀ ପାଇଁ […]

prakuti
ପ୍ରକୃତିଙ୍କୁ ମିଳିଲା ପୁରସ୍କାର

ନୂଆଦିଲ୍ଳୀ : ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ହୋଇଛି। ଆଜି ନୂଆଦିଲ୍ଳୀ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ହାଲୋ ଆର୍ସି’ ପାଇଁ ପାଇଛନ୍ତି ସ୍ୱତନ୍ତ୍ର ପୁରସ୍କାର। ପ୍ରଥମ ପର୍ଯ୍ୟାୟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୧ ଜଣ ବିଜେତାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଥିଲେ। ବିନୋଦ […]