ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍ର ସିଗ୍ନାଲ୍ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ। ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର ଏକ ସମାଧାନ ମିଳିଯାଇଛି। ଆପଣ ଘର ହେଉ ବା ଅଫିସ୍ ଯେଉଁଠି ଥିଲେ ବି ୱାଇ-ଫାଇ, ବ୍ରଡବ୍ୟାଣ୍ଡ ସହ କନେକ୍ଟ ହୋଇ ମୋବାଇଲ୍ ହେଉ ବା ଲ୍ୟାଣ୍ଡଲାଇନ୍ […]
ନ୍ୟୁୟର୍କ : ନ୍ୟୁୟର୍କରେ ଚାଲିଛି ବଲିଉଡ୍ ଭେଟରାନ୍ ରିଷି କପୁରଙ୍କ ଚିକିତ୍ସା। କ୍ୟାନ୍ସରରେ ପୀଡ଼ିତ ଥିବା ରିଷି ଗତ ୮ ମାସ ଧରି ସେଠାରେ ରହି ଚିକିତ୍ସିତ ହେଉଥିବା କଥା ଆଜି ଟ୍ୱିଟ୍ କରି ଜଣାଇଛନ୍ତି। କ୍ୟାନ୍ସରରେ ପୀଡ଼ିତ ହେବା ପରେ ଗତ ବର୍ଷରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି ରିଶି। ତାଙ୍କ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍ ହେବ। Today I complete eight months here in New York. When will l ever […]
ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ମେଧାବୃଦ୍ଧି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଣିକି ଛାତ୍ରମାନଙ୍କୁ ୨ହଜାର ଟଙ୍କା ବଦଳରେ ୨୫ଶହ ଟଙ୍କା ଏବଂ ଛାତ୍ରୀମାନଙ୍କୁ ୨୨୫୦ଟଙ୍କା ବଦଳରେ ତିନି ହଜାର ଟଙ୍କା ମେଧାବୃତ୍ତି ମିଳିବ। ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ଆତଙ୍କବାଦୀ କିମ୍ବା ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ରାଜ୍ୟ ପୁଲିସର ଯବାନଙ୍କ ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ମୋଦିଙ୍କ […]
ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଘୂର୍ଣ୍ଣିଝଡ଼ର ଆଶଙ୍କା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଥିଲା। ଗତ ଦୁଇ ଦିନ ଧରି ଉତ୍ତର […]
ନୂଆଦିଲ୍ଲୀ : ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି-୨ ସରକାର। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି-୨ ସରକାରରେ ମୋଟ ୫୭ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ତେବେ ଗତ ମୋଦି ସରକାରରେ ଥିବା ୭ ହେଭିୱେଟ୍ ଏଥିରୁ ବାଦ୍ ପଡ଼ିଛନ୍ତି। ସେମାନେ ହେଲେ ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ସୁରେଶ ପ୍ରଭୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା, […]
ପାଟନା: ବିହାର ମୋତିହାର ସଡ଼କ ଦୁର୍ଘଟଣାରେ କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ଗତକାଲି ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କହିଛନ୍ତି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଦିନେଶ ଯାଦବ। ଯାତ୍ରୀଙ୍କ ମୃତ୍ୟୁ ଖବର କେବଳ ଅପପ୍ରଚାର ଥିଲା ବୋଲି ସେ କହିଛନ୍ତି। ଗତକାଲି ମୁଜଫରପୁରରୁ ଦିଲ୍ଳୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ମୋତିହାର ନିକଟରେ ଓଲଟି ପଡ଼ିଥିଲା। ଏହାପରେ ବସ୍ରେ ନିଆଁ ଲାଗି ଯାଇଥିଲା। ଏହି ଘଟଣା ପରେ […]
ଶ୍ରୀନଗର: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆମ ଦେଶର ଗାଁ ଗହଳିରେ ସ୍ୱଚ୍ଛତା ସାତ ସପନ। ଏବେ ବି ଖୋଲା ପଡ଼ିଆ, ରାସ୍ତାର ଦୁଇ କଡ଼େ, ରେଳ ଲାଇନ୍ରେ ଲୋକେ ଶୌଚ କରୁଛନ୍ତି। ହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଉଦ୍ଧମପୁରର ଜଣେ ବୃଦ୍ଧାଙ୍କର ଉଦ୍ୟମ ଏକ ନୂଆ ଆଶା ସୃଷ୍ଟି କରିଛି। ତାଙ୍କ ନାଁ ହେଉଛି ରାକ୍ଷୀ। ୮୭ ବର୍ଷର ଏହି ବୃଦ୍ଧା ନିଜ ହାତରେ ତିଆରି କରିଛନ୍ତି ଶୌଚାଳୟ। ସ୍ୱଚ୍ଛତା ମନ୍ତ୍ରରେ ଉଦବୁଦ୍ଧ […]
ନୂଆଦିଲ୍ଲୀ : ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୬୨ ବର୍ଷୀୟ ଶ୍ରୀମତି ଗାନ୍ଧି ବିଜେପିର ହେଭିୱେଟ୍ ନେତାଙ୍କ ମଧ୍ୟରୁ ଜଣେ। ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି […]
ବେଙ୍ଗାଲୁରୁ: ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବା ପାଇଁ ମୋଦି ଆଉ ପାଦେ ଆଗେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ମହିଳାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ଘୋଷଣା କରିଛି। ତେବେ ଏହା ସବୁ ବର୍ଗର ମହିଳାଙ୍କୁ ମିଳିବ ନାହିଁ। କେବଳ ବିପିଏଲ୍ ବର୍ଗର ମହିଳାଙ୍କୁ ମିଳିବ। ସେମାନଙ୍କୁ କେବଳ ସ୍ମାର୍ଟଫୋନ୍ ନୁହେଁ ମାଗଣାରେ ମଙ୍ଗଳସୂତ୍ର ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ଭାଗ୍ୟଲକ୍ଷ୍ମୀ ଯୋଜନାରେ ମହିଳାଙ୍କ ପାଇଁ ମଡେଲ କ୍ଲାସ୍ ନିର୍ମାଣ ମଧ୍ୟ ହେବ। […]
ନୂଆଦିଲ୍ଲୀ : କ୍ୟାବିନେଟ୍ ମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶପଥ ନେଇଛନ୍ତି। ସେ ଓଡ଼ିଶାର ମୋଦି ଭାବେ ବେଶ ପରିଚିତ। ସେ ୫୪ତମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଶପଥ ପାଇଁ ଆସିବା ବେଳେ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ। ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ ଥିବା ଦୁଇ ଜଣ […]