ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି। ଏହି ଘଟଣାରେ ଜେଏନ୍ୟୁଏସ୍ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି […]
ଇସ୍ଲାମାବାଦ୍ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ […]
ଗୌହାଟି : ବିରାଟଙ୍କ ଆଉ ଜଣେ ଜବରା ଫ୍ୟାନ୍। ଭଙ୍ଗା ମୋବାଇଲରେ ତିଆରି କଲେ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଫଟୋଟି ପେନସିଲ୍ କିମ୍ବା ତୁଳୀରେ ତିଆରି କରାଯାଇନାହିଁ । ସାମ୍ନାରୁ ଦେଖିଲେ ଲାଗୁଛି ସତେ ଯେମିତି ପେନସିଲ୍ କିମ୍ବା ତୁଳୀରେ ତିଆରି ହୋଇଛି ବିରାଟଙ୍କ ପ୍ରତିମୂର୍ତ୍ତି । ହେଲେ ଯଦି ଏହାକୁ ଯେ କୌଣସି ଏକ ପାର୍ଶ୍ୱ କିମ୍ବା ନିକଟରୁ ଦେଖିବେ ତେବେ ଜାଣିପାରିବେ ଏହା ମୋବାଇଲରେ […]
ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି ଗୁମ୍ଫାରେ କୋଚ୍ଙ୍କ ସମେତ ଆହୁରି ୪ ଜଣ ଅଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। […]
ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେଲା ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ ପଡ଼ୁଥିବା ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ଫଠାନ ଶେଷରେ କ୍ରିକେଟକୁ ବାଏବାଏ କହିଛନ୍ତି। ୨୦୦୭ ଟି-୨୦ ବିଶ୍ୱକପ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଠାନ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୨ ଅକ୍ଟୋବର ୨ରେ ଭାରତ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୨ […]
ନୂଆଦିଲ୍ଲୀ : ବିଗ୍ବସ୍ ୧୩ ଟିଆର୍ପି ମାମଲାରେ ବହୁତ ଭଲ କରିବାରେ ଲାଗିଛି । ଏହି ସୋ’ର ୧୩ତମ ସପ୍ତାହ ବହୁତ ଅଧିକ ଟିଆର୍ପି ଆଣିଛି ଏବଂ ଏହାର ଶ୍ରେୟ କେବଳ ସିଦ୍ଧାର୍ଥ ଶୁକ୍ଲାଙ୍କୁ ହିଁ ଦିଆଯାଇପାରେ । କାରଣ ଏହି ସପ୍ତାହରେ ସେମାନଙ୍କର ଝଗଡ଼ା ହୋଇଥିଲା। ଆଉ ଏହା ଥିଲା ସବୁଠୁ ହଟ୍ ଟପିକ୍ ଥିଲା । ଏଣୁ ତାହା କୌଣସି ଝଗଡ଼ାର ବିଷୟ ହେଉ ବା କୌଣସି ପରିବର୍ତ୍ତନର ସମୀକରଣ , ଘରର ସବୁ […]
ବାଗଦାଦ: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ। ଏମାନଙ୍କୁ ମିଲିଶିଆ ବୋଲି କୁହାଯାଏ। ଇରାକର ରାଜଧାନୀ ବାଗଦାଦର ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ୱିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ […]