• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

hima--
ଇତିହାସ ରଚିଲେ ହିମା ଦାସ

ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ଆଥ୍‌ଲେଟ୍ ହିମା ଦାସ। ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ। ଫିନ୍‌ଲାଣ୍ଡରେ ଚାଲିଥିବା ୨୦ ବର୍ଷରୁ କମ୍ ଅନ୍ତର୍ଜାତୀୟ ଆଥ୍‌ଲେଟିକ୍ ଚାମ୍ପିଆନସିପ୍‌ର ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ହିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୮ ବର୍ଷିୟ ହିମା ୪୦୦ ମିଟର ଦୌଡ଼କୁ ୫୧.୪୬ ସେକେଣ୍ଡରେ ପୁରା କରିଥିଲେ। ଏହା ସହ ସେ ଜାଭଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ସହ ସମକକ୍ଷ ହୋଇଛନ୍ତି। […]

BUS
ଜଳିଗଲା ଚଳନ୍ତା ବସ୍‌ !

ଲକ୍ଷ୍ନୌ: ଉତ୍ତରପ୍ରଦେଶର କନ୍ନୌଜଠାରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯିବାରୁ ପ୍ରାୟ ୨୦ ଜଣଙ୍କା ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ, ତେଣୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏହି ଡବଲ୍‌ ଡେକ୍‌ ବସ୍‌ଟି ହାଇୱେରେ ଏକ ଟ୍ରକ୍‌ ସହ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ନିଆଁ ଲାଗିଥିଲା। ୯.୩୦ ବେଳକୁ ଘିନୋଇଠାରେ ଏହି ଘଟଣା ଘଟିଥିଲା। ପ୍ରଥମ ପ୍ରତିକ୍ରିୟାରୁ ଜଣାପଡ଼ିଛି ପ୍ରାୟ ୫୦ ଜଣ ଜଳନ୍ତା […]

INDIA
ଇଂଲଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

ନଟିଂହାମ୍‌ : ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ ଏବଂ ରୋହିତ ଶର୍ମାଙ୍କ ୧୮ତମ ଶତକ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ଦେଇଥିବା ୨୬୯ ରନ ଟାର୍ଗେଟ୍‌କୁ ପିଛା କରି ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୪ଟି ଛକ୍କା ଏବଂ ୧୫ ଚୌକା ସହାୟତାରେ ଅପରାଜିତ ୧୩୭ ରନ ସଂଗ୍ରହ କରିଥିଲେ। ସେହିପରି କ୍ୟାପଟେନ୍ […]

cat
ବିଲେଇ ପାଇଁ ନିଜ ନାତିକୁ ୫ ମହଲା କୋଠାରୁ ତଳକୁ ଲଟକାଇଲେ ବୃଦ୍ଧା !

ସୋଶାଲ ମିଡ଼ିଆରେ ଚୀନ୍‌ର ଏକ  ଆଶ୍ଚର୍ଯ୍ୟକର ଭିଡ଼ିଓ ଭାଇରାଲ୍‌ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଏହି ଘଟଣାଟି ଏହି ସପ୍ତାହର ପ୍ରାରମ୍ଭରେ ସିଚୁଆନ ପ୍ରାନ୍ତର ପଗଟନର କାଉଁଟିରେ ଘଟିଥିଲା । ଜଣେ ବୃଦ୍ଧା ନିଜର ୭ ବର୍ଷର ନାତିକୁ ଏକ ରଶିରେ ବାନ୍ଧି ରହୁଥିବା ଆପାର୍ଟମେଣ୍ଟର  ୫ମହଲା କୋଠାରୁ ତଳକୁ ଲଟକାଇ ଥିଲେ । ଆଉ କାହିଁକି ଏପରି କରୁଥିଲେ ଜାଣନ୍ତି ଏକ ପୋଷା  ବିଲେଇକୁ ବଂଚାଇବା  ପାଇଁ । ଏହି […]

minister son
ସିବିଆଇ ସ୍କାନରରେ ସୂର୍ଯ୍ୟଙ୍କ ପୁଅ

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ। ଅର୍ଥତତ୍ୱ ଲିଙ୍କ୍‌ରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡ଼ିଛି। ବିପ୍ଲବ ନିଜ ଅଫିସରେ ଲଗାଇଥିବା ଏକାଧିକ କଂପୁଟରର ବିଲ୍ ଅର୍ଥତତ୍ୱ ଆକାଉଣ୍ଟରୁ ପୈଠ ହୋଇଥିବା CBI ସୁରାକ ପାଇଥିଲା। ଏହାପରେ ସିବିଆଇ ଅଧିକାରୀ ତାଙ୍କ ଅଫିସ୍‌କୁ ଯାଇ ଯାଞ୍ଚ କରିବା ସହ ହାଜର ହେବା ଲାଗି ସମନ କରିଥିଲେ। ଅନ୍ୟପକ୍ଷରେ ଜଣେ ପ୍ରତିଷ୍ଠିତ ବିଲ୍ଡର ଓ  […]

kohli
ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ପୁଣେ : ଘରୋଇ ମାଟିରେ ଆଉ ସିରିଜ୍ ଜିତି ବିରାଟବାହିନୀ ନୂଆ ବର୍ଷରେ ଜବରଦସ୍ତ ଆରମ୍ଭ କରିଛି। ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି। ଗୌହାଟୀରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା। ଶୁକ୍ରବାର ଖେଳାଯାଇଥିବା ନିର୍ଣ୍ଣାୟକ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ […]

puri
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ

ପୁରୀ : ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଦୀର୍ଘ ୧୫ ଦିନର ଅଣସର ପରେ ଆଜି ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ। ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଜଗମୋହନ ମରାମତି କାମ ସରିଥିବାରୁ ଭିତର କାଠ ନିକଟକୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସକାଳ ୬ଟାରେ ଚକା ଅପସର କରାଯାଇଛି। ୮ଟାରୁ ଶ୍ରୀଜୀଉଙ୍କ ପରିମାଣିକ ଦର୍ଶନ ଆରମ୍ଭ ହେବ।  ଶ୍ରଦ୍ଧାଳୁ ଦକ୍ଷିଣ ଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ପରେ ସକାଳ ୯ଟାରୁ ୧୦ଟା ୩୦ […]

india
ଶ୍ରୀଲଙ୍କାକୁ ୨୦୨ ରନର ଟାର୍ଗେଟ୍ ଦେଲା ଭାରତ

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୦୧ ରନ୍ କରିଛି। ଫଳରେ ସିରିଜ୍ ବରାବର କରିବା ପାଇଁ ଶ୍ରୀଲଙ୍କାକୁ ନିର୍ଦ୍ଧାରିତ ଓଭରରେ ୨୦୨ ରନ୍ କରିବାକୁ ପଡ଼ିବ। ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ମଧ୍ୟକ୍ରମରେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ହୋଇଥିଲେ ହେଁ, ଶେଷକ୍ରମରେ […]

heritage
ଗଠନ ହେଲା ଐତିହ୍ୟ କ୍ୟାବିନେଟ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଶ ପୂର୍ବକ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରି ତାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଗଠନ କରିଛନ୍ତି ଐତିହ୍ୟ କ୍ୟାବିନେଟ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୮ ଜଣ ବରିଷ୍ଠ ମନ୍ତ୍ରୀ ରହିବେ।  ଏହି କ୍ୟାବିନେଟ କମିଟିର କାମ ହେଲା-ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାମ କରୁଥିବା ସଂସ୍ଥା ଓ […]

ratha
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅନ୍ତ ହେବ ଦୀର୍ଘ ୧୫ ଦିନର ପ୍ରତୀକ୍ଷା। ରାତି ପାହିଲେ ନବ ଯୌବନ […]

chandra
ପୋଡ଼ି ମାରି ଦେଲେ ସ୍ୱାମୀ ଓ ଶାଶୁ-ଶ୍ୱଶୁର

ଖୋର୍ଦ୍ଧା  : ଯେତେ ସଚେତନତା ଏବଂ ଆଇନ ତିଆରି କଲେ ବି ଯୌତୁକ ରାକ୍ଷାସ କବଳରୁ ଫିଟିପାରୁନି ମଣିଷ । ଆଜି ବି ବୋହୂଟି ଜଳୁଛି ଯୌତୁକ ଜୁଈରେ। ଜଳିପୋଡ଼ି ଧୂଳିସାତ ହୋଇଯାଉଛି, ତାର ସବୁ ଅସୁମାରୀ ସ୍ୱପ୍ନ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆସିଛି ଆଉ ଏକ ସମ୍ବେଦନଶୀଳ ଏବଂ ସ୍ପର୍ଶକାତର ଘଟଣା । ୮ ବର୍ଷ ତଳେ ବିବାହ କରିଥିବା ବୋହୂକୁ ଯୌତୁକ ପାଇଁ ସ୍ୱାମୀ ସହ ମିଶି କିରୋସିନି ନିଆଁରେ ଜାଳି ମାରିଦେଇଛନ୍ତି […]

sashi tharoor
ମାନସିକ ଭାରସାମ୍ୟ ହରାଇଛନ୍ତି ଥରୁର, ଚିକିତ୍ସା ଦରକାର : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ :ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ରଖିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଥରୁରଙ୍କ ଚିକିତ୍ସା ଦରକାର, ଏମିତିକି ଦରକାର ପଡିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ଦରକାର ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢେ, ତାହେଲେ ଆମ ଦେଶ ଭାରତ, ହିନ୍ଦୁ ପାକିସ୍ତାନ ହୋଇଯିବ ବୋଲି କହିଥିଲେ ଥରୁର। ଏହାପରେ ଥରୁରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଆକ୍ଷେପ […]

SC
ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ

ନୂଆଦିଲ୍ଲୀ : ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ । ୩୭୭କୁ ବଦଳାଇବାକୁ ରାଜି ହୋଇଛନ୍ତି ସବୋର୍ଚ୍ଚ ଅଦାଲତ । ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ । ସମଲିଙ୍ଗୀ ସମ୍ପର୍କର ଗୁରୁତ୍ୱକୁ ଅନୁଭବ କରିଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । ନିଜ ଇଚ୍ଛା ସତ୍ତ୍ୱେ ସମାଜର ଚାପ ପ୍ରଭାବିତ କରେ। ଯାହା ମାନସିକ ଏବଂ ଶାରୀରିକ […]

kulbhushan-jadhav_ee9341ce-3923-11e7-8e2c-04c6be70fea0
ପୁଣି ପାକିସ୍ତାନର ଚାଲ୍

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ତ ହେବ ପାକିସ୍ତାନ। ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ କାଉଣ୍ଟର ପିଟିସନ୍ ଦାଖଲ କରିବ ପାକିସ୍ତାନ। ଆସନ୍ତା ୧୭ ତାରିଖରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍-ICJଙ୍କ ଦ୍ୱାରସ୍ତ ହେବା ପାଇଁ ପାକିସ୍ତାନ ସରକାର ସଜବାଜ ହେଉଥିବା ପାକ୍ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ପ୍ରଥମରୁ ସାରା ବିଶ୍ୱରେ ଲଜ୍ଜିତ ହୋଇଥିବା ପାକିସ୍ତାନ ଏନେଇ ପୁଣି […]

vlcsnap-error435
ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା

କୋରାପୁଟ/ରାୟଗଡ଼ା: ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକାଙ୍କ ବିରୋଧରେ ଏତଲା । ନୀଳାଦ୍ରି ବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବିଧାୟକ ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ନୀଳାଦ୍ରି ରାୟଗଡ଼ା ଜିଲ୍ଲାର ଟିକିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀପୁରଠାରୁ ସୋରିଷ ପଦର ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଏକ […]