ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ଉପଦ୍ରବ ସୃଷ୍ଟି କରୁଥିବା ଲୋକଙ୍କୁ ଧରିବା ପାଇଁ ପୁଲିସ୍ ଉଠାଇଛି ଏକ ସ୍ୱତନ୍ତ୍ର କୌଶଳ । ଫିଲ୍ମରେ ଯେମିତି ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍ ନିଜର ବେଶ ବଦଳେଇଥାନ୍ତି । କେତେବେଳେ ଫଳ ବିକାଳୀ ତ କେତେ ଭିକ୍ଷୁକ ସାଜି ସଡ଼କରେ ବସିଥାନ୍ତି । ଆଉ ଅପରାଧି ଅପରାଧ ଘଟାଇବା ବେଳେ , ତାକୁ ଧରିନେଇଥାନ୍ତି । ଠିକ୍ ଏହିଭଳି ନାଗରିକ ସଂଶୋଧନ ଆଇନ୍( CAA)କୁ ନେଇ ବିଶୃଙ୍ଖଳା ସୃଷ୍ଟି […]
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, କ୍ରିକେଟ୍ ଖେଳନ୍ତୁ ବା ଖେଳ ବାହାରେ ଥାଆନ୍ତୁ , କିନ୍ତୁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଧୋନିଙ୍କ ପରି ତାଙ୍କ ଝିଅ ଜିଭା ମଧ୍ୟ ନିଜର ଶିଶୁ ସୁଲଭ ଚାଲିଚଳନକୁ ନେଇ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥାଆନ୍ତି । ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଲାଡଲି ଜିଭାର ଗୀତ ଗାଇବା ଭିଡ଼ିଓ ଏବେ ଭାଇରାଲ ହୋଇଛି । ସେ ନିଜର କଅଁଳ କଣ୍ଠରେ ମାଲୟାଲମ୍ […]
ନୂଆଦିଲ୍ଲୀ : ସ୍ୱନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ। […]
ତିରୁଚିରାପ୍ପାଲି: ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଅଜବ ଫ୍ୟାନ୍ ଅଛନ୍ତି। ସେ ମୋଦିଙ୍କ କାମ କରିବା ତରିକାରେ ଏତେ ପ୍ରଭାବିତ ହୋଇଯାଇଛନ୍ତି ଯେ, ତାଙ୍କ ଚାଷ ଜମିରେ ମୋଦିଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରରେ ମୋଦିଙ୍କର ଏକ ମୂର୍ତ୍ତି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ବା ଆମ୍ମାଙ୍କର ମଧ୍ୟ ଫଟୋ ସ୍ଥାନ ପାଇଛି। ଏଥି ସହ ବର୍ତ୍ତମାନର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ ପଲାନୀସାମୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫଟୋ ସ୍ଥାନ […]
ମୁମ୍ବାଇ: ଚୟନକର୍ତ୍ତା ଗୋଟିଏ ପରାମର୍ଶ ଦେଇଥିବା ବେଳେ ବିସିସିଆଇ ବସ୍ ସୌରଭ ଗାଙ୍ଗୁଲି ଏହାକୁ ବଦଳାଇ ଦେଇଛନ୍ତି। ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ୍ ଇଣ୍ଡିଆର ଯଶପ୍ରୀତ ବୁମ୍ରାଙ୍କୁ ରଣଜୀ ଟ୍ରଫି ମ୍ୟାଚରେ ନିଜର ଫିଟନେଶର ପ୍ରମାଣ ଦେବାକୁ ଚୟନକର୍ତ୍ତା କହିଥିଲେ। ହେଲେ ଏବେ ସୌରଭ ଗାଙ୍ଗୁଲି ଏଥିରେ ହସ୍ତକ୍ଷେପ କରି ବୁମ୍ରା ରଣଜୀ ନୁହେଁ ସିଧାସଳଖ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଠାରୁ ଗୁଜରାଟ […]
ଇସ୍ଲାମାବାଦ୍: ସାରା ବିଶ୍ୱ ଖ୍ରୀଷ୍ଟମାସ ପାଳୁଥିବାବେଳେ ପାକିସ୍ତାନ ସେନା ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାର ଅଭ୍ୟାସ ବନ୍ଦ କରିନି। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପବିତ୍ର ଅବସରରେ ହିନ୍ଦୁତ୍ୱ କଥା ଉଠାଇ ସେ ବିବାଦ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଟ୍ୱିଟ୍ କରି କହିଛନ୍ତି, “ପାକିସ୍ତାନ ଏବଂ ବିଶ୍ୱର […]
ଏୟାରଟେଲ୍ ଠୁ ନେଇ ରିଲିଏନ୍ସ ଜିଓ ଯାଏ , ସବୁ ଟେଲିକମ୍ କଂପାନୀ ନିଜର ତାରିଫ୍ ପ୍ଲାନ୍ର ଦାମ ବଢାଇଦେଇଛନ୍ତି । ଯଦ୍ୱାରା ଗ୍ରାହକମାନେ ପୂର୍ବରୁ ସବୁ ସୁବିଧା ପାଇଁବା ପାଇଁ ଅଧିକ ଶୁଳ୍କ ଦେବାକୁ ପଡୁଛି । ଆଉ ଏହାକୁ ନେଇ ଖୁବ୍ ଚିନ୍ତିତ ଗ୍ରାହକମାନେ । ହେଲେ ଏହା ଭିତରେ ଏମିତି ଏକ ଉପାୟ ଅଛି , ଯାହାକି ଜିଓ ୟୁଜର ମାନେ ଚାହିଁଲେ ପୁରୁଣା ପ୍ୟାକ୍କୁ ବର୍ତ୍ତମାନ ମଧ୍ୟ ଆକ୍ଟିଭେଟ କରିପାରିବେ । […]
ନୂଆଦିଲ୍ଲୀ : NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି। ଗୁଜରାଟରେ ଓଡ଼ିଶା, ଦିଲ୍ଲୀ, ୟୁପିରୁ ଆସି ବହୁ ଲୋକ ରହୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ତ କିଛି କରିହେବ । ଓଡ଼ିଆ ଲୋକଙ୍କ ସଂଖ୍ୟା ଜାଣିଲେ ସେମାନଙ୍କ ଭାଷା ପଢ଼ାଇହେବ ଏବଂ ସ୍କୁଲରେ ପଢ଼ାଇବା ବ୍ୟବସ୍ଥା କରିହେବ ବୋଲି ଅମିତ ଶାହା କହିଛନ୍ତି । […]
ଲଣ୍ଡନ: କ୍ରିକେଟର ‘ବାଇବଲ୍’ କୁହାଯାଉଥିବା ୱିଜଡେନ ତା’ର ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ୱିଜଡେନ୍ ଟେଷ୍ଟ ଟିମର କ୍ୟାପଟେନ୍ କରାଯାଇଛି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍ ସ୍ଥାନ ପାଇଛନ୍ତି। କୋହଲି ୮୪ ଟେଷ୍ଟରେ ୫୪.୯୭ ହାରରେ ୭୨୦୨ ରନ୍ କରିଛନ୍ତି, ଯେଉଁଥିରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସାମିଲ୍ ଅଛି। ୱିଜଡେନ୍ ଟେଷ୍ଟ ଟିମରେ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ […]