ହାଇଦ୍ରାବାଦ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଥିବା NIMS ଡାକ୍ତରଖାନାରେ ଡାକ୍ତରମାନେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମେରୁଦଣ୍ଡର ହାଡ଼ରୁ ଏକ ବୁଲେଟ୍ (ଗୁଳି) ବାହାର କରିଛନ୍ତି। ଯାହାକୁ ନେଇ ଏବ ଚର୍ଚ୍ଚା ଜୋର ଧରିଛି । ଡାକ୍ତରଙ୍କ କହିବା ମୁତାବକ ଅସମା ବେଗମ ନାମକ ଏହି ଯୁବତୀଙ୍କ ଗତ ୨ ବର୍ଷ ହେଲା ବହୁତ ଅଣ୍ଟା ବିନ୍ଧା ହେଉଥିଲା । ସେ ବହୁତ କଷ୍ଟ ଅନୁଭବ କରୁଥିଲେ । ଯନ୍ତ୍ରଣା […]
ନୂଆଦିଲ୍ଲୀ: ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା ପୂର୍ବତନ କ୍ୟାପଟେନ୍ ଏବଂ ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ବିଶ୍ୱ କ୍ରିକେଟରେ ଧୋନି ଏକମାତ୍ର କ୍ୟାପଟେନ୍, ଯିଏ ଆଇସିସିର ତିନି ବଡ଼ ଟ୍ରଫି ଉପରେ କବଜା କରିଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ (୨୦୦୭), କ୍ରିକେଟ୍ ବିଶ୍ୱକପ୍ (୨୦୧୧) ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି (୨୦୧୩) ଟାଇଟଲ୍ ଜିତିସାରିଛି। ଏହାବ୍ୟତୀତ ଭାରତ ୨୦୦୯ରେ ପ୍ରଥମଥର ଟେଷ୍ଟରେ […]
ରାଞ୍ଚି: ମହାରାଷ୍ଟ୍ର ପରେ ବିଜେପି ହାତରୁ ଗଲା ଝାଡ଼ଖଣ୍ଡ । ପୂର୍ବତନ ସହଯୋଗୀଙ୍କ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏମିତିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏପଟେ କଂପୁଛି ଜେଏମ୍ଏମ୍, କଂଗ୍ରେସ ଓ ଆର୍ଜେଡି ଶିବିର। ବାଜା, ବାଣ ଓ ମିଠା ବଣ୍ଟନ ଭିତରେ ବିଜୟ ଉତ୍ସବ ପାଳିଛନ୍ତି ଦଳୀୟ କର୍ମୀ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ ହେବାକୁ […]
ସୁରତ(ଶୈଳେଶ ଚାପାନେରିଆ): ଗଣବିବାହର ନୂଆ କାହାଣୀ। ସାତଜନ୍ମର ସାଥୀ ହେଲେ ୨୭୧ ଯୋଡ଼ା ବର-କନ୍ୟା । ଗୁଜରାଟ ସୁରତରେ ଜାତି, ଧର୍ମ ନବାଛି ବାପଛେଉଣ୍ଡ ଝିଅଙ୍କ ବାପା ସାଜି ବାହାଦେଲେ ଶିଳ୍ପପତି। ଆଉ ଓଡ଼ିଆ ଝିଅ ମିନତୀଙ୍କୁ ବି ମିଳିଲା ମନ ଲାଖି ବର। ଗୁଜରାଟ ସୁରତରେ ଏକ ଆଡ଼ମ୍ବରପୂର୍ଣ୍ଣ ଗଣବିବାହକୁ ନେଇ ଚର୍ଚ୍ଚା। ବିବାହ ବେଦୀରେ ନବବଧୂକୁ ସ୍ୱାମୀଟିଏ ମିଳୁଥିବା ବେଳେ, ଏଠି ସ୍ୱାମୀ ସହ ସେମାନେ ଜଣେ ବାପା ବି ପାଇଛନ୍ତି। କାରଣ ଏହି […]
ପୁଣି ଟେଲିକମ୍ ଦୁନିଆରେ ଚହଳ ପକାଇଲା ରିଲିଏନ୍ସ ଜିଓ । କମ୍ପାନୀ ଘୋଷଣା କଲା ନୂଆ ବର୍ଷର ଅଫର । ସୋମବାର ଦିନ ‘୨୦୨୦ ହାପି ନ୍ୟୁ ଅଫର ’ ଲଂଚ ପାଇଁ ରିଲିଏନ୍ସ ଜିଓ ଘୋଷଣା କରିଛି । ଏହି ନୂଆ ସ୍କିମ୍ରେ ରିଲିଏନ୍ସ ଜିଓ ଦେଉଛି ୨୦୨୦ ଟଙ୍କାରେ ୧ ବର୍ଷ ପାଇଁ ଅସୀମିତ ସେବାର ସୁବିଧା ଏବଂ ଏହି ନୂଆ ସ୍କିମ୍ଟି ଡିସେମ୍ୱର ୨୪ରୁ ଆରମ୍ଭ ହେଉଛି । ରିଲିଏନ୍ସ ଜିଓର ଏହି […]
ବେଙ୍ଗାଲୁର : କୁକୁର ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର। ଘଟଣାଟି ବେଙ୍ଗାଲୁରର। ସହରର ଜଣେ ଡଗ୍ ବ୍ରିଡର, ତାଙ୍କ ହଜିଯାଇଥିବା କୁକୁର ପାଇଁ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। କୁକୁରଟି ଆଲାସ୍କାନ ମାଲାମ୍ୟୁଟେ ପ୍ରଜାତିର। ଚୀନ୍ରୁ ଆସିଥିବା ଏହି ମାଇ କୁକୁରକୁ ଡଗ୍ ବ୍ରିଡର ଜଣଙ୍କ ଜଣେ ମହିଳାଙ୍କୁ ବିକ୍ରି କରିଥିଲେ। ସର୍ତ୍ତଥିଲା କୁକୁରଟି ଯେତେଥର ଜନ୍ମ କରିବ, ମହିଳାଜଣଙ୍କ ପ୍ରତିଥର ତା ଛୁଆରୁ ଗୋଟିଏ ଲେଖାଏଁ ଡଗ୍ ବ୍ରିଡରଙ୍କୁ ଦେବେ। ହେଲେ ୧୫ […]
ନୂଆଦିଲ୍ଲୀ : ଟେଲିକମ୍ କଂପାନୀଗୁଡ଼ିକ ନିକଟରେ ନୂଆ ତାରିଫ୍ ପ୍ଲାନ୍ ଆଣିଛନ୍ତି । ଯାହା କି ପୂର୍ବର ପ୍ଲାନ୍ ଅପେକ୍ଷା ମହଙ୍ଗା । ବର୍ତ୍ତମାନ ସମୟରେ ଏୟାରଟେଲ୍, ଭୋଡ଼ାଫୋନ୍-ଆଇଡ଼ିଆ,ନିଜର ପ୍ଲାନ୍ରେ ଅନ୍ଲିମିଟେଡ୍ କଲିଂର ଫାଇଦା ଗ୍ରାହକଙ୍କୁ ଦେଉଛନ୍ତି । କିନ୍ତୁ ରିଲାଏନ୍ସ ଜିଓ ନିଜର ପ୍ଲାନ୍ରେ ଗ୍ରାହକଙ୍କୁ ଜିଓ -ଟୁ –ଜିଓ ଫ୍ରି ଭଏସ୍ କଲିଂର ଫାଇଦା ଦେଉଛି । ଅନ୍ୟ ନେଟୱର୍କକୁ କଲ୍ ପାଇଁ ନନ୍ଜିଓ FUP ମିନିଟ୍ସ ଦେଇଛି କଂପାନୀ । ଆମେ ଆପଣଙ୍କୁ […]
କଟକ : ରୋହିତ୍, ରାହୁଲ୍ ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ପରେ ଟେଲ୍ ଏଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ସାଥୀ କରି ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ଟି ବଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଦିନିକିଆ ସହ ସିରିଜ୍ ବିଜୟ ଦେଇଛନ୍ତି। ବିଶେଷକରି ଶାର୍ଦ୍ଦୁଲ ୪୮ତମ ଶେଷ ଓଭରରେ କଟ୍ଟରେଲଙ୍କ ଲଗାତାର ଛକା ଓ ଚୌକା ସହ ଏହି ବିଜୟକୁ ସହଜ କରିଥିଲେ। ଏହି ବିଜୟ ସହ ଟିମ୍ ଇଣ୍ଡିଆ ୨୦୧୯କୁ ବିଦାୟ […]
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ସାହିତ ଶରଣାର୍ଥି ପରିବାର। ତାଙ୍କ ନବଜାତ ଶିଶୁକନ୍ୟାର ନାଁ ରଖିଥିଲେ ‘ନାଗରିକତା’। ଦିଲ୍ଲୀର ମଜନୁ-କା-ଟିଲା ଅଞ୍ଚଳରେ ବସବାସ କରୁଥିବା ଏଇ ଶରଣାର୍ଥୀ ପରିବାରକୁ ଭେଟିଥିଲା ଓଟିଭି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସେହି ଶିଶୁର ନାମ ଉଲ୍ଲେଖ୍ୟ କରିଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଶରଣାର୍ଥୀଙ୍କ ଶିବିରରେ ଉତ୍ସାହ । ନବଜାତ ଶିଶୁର ନାଁ ରଖିଲେ ‘ନାଗରିକତା’ #CitizenshipAmmendmentAct pic.twitter.com/ST3BFLbUeE — ଓଟିଭି (@otvkhabar) December […]
ବେଙ୍ଗାଲୁରୁ : ସାହିତ୍ୟ ଅକାଦେମୀ ପୁରସ୍କାର ବିଜେତା ଜି.ନନଜୁନ୍ଦନଙ୍କ ମୃତଦେହ ମିଳିଛି । ସେ ରହୁଥିବା ନିଜର ବେଙ୍ଗାଲୁରୁ ସ୍ଥିତ ବାସ ଭବନରୁ ଗତ ଶନିବାର ଦିନ ତାଙ୍କର ଶବ ଉଦ୍ଧାର ହୋଇଛି । ପୁଲିସ୍ର ସୂଚନା ମୁତାବକ , ଜି.ନନଜୁନ୍ଦନଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଡେକାନ ହେରାଲ୍ଡର ସୂଚନାନୁସାରେ, ଜି.ନନଜୁନ୍ଦନ ଜଣେ ଜଣାଶୁଣା ଟ୍ରାନ୍ସଲେଟର । ସେ ତାଙ୍କର ବାସ ଭବନରେ ଏକା ରହୁଥିଲେ […]
କଟକ : ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ରୋହିତ୍ ରବିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ୯ ରନ୍ କରିବା ମାତ୍ରକେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ସନତ ଜୟସୂରିୟା ୧୯୯୭ରେ ୨୩୮୭ ରନ୍ କରିଥିଲେ। ଅନ୍ୟପକ୍ଷରେ ରୋହିତ୍ ଏହି ମ୍ୟାଚ୍ […]
କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମରେ ବହୁପ୍ରତୀକ୍ଷିତ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି। ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓ ନିକୋଲାସ୍ ପୁରନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୧୫ ରନ୍ କରିଛି। ଫଳରେ ବାରବାଟୀ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ୩୧୬ ରନ୍ କରିବାକୁ ପଡ଼ିବ। ଇଣ୍ଡିଜ୍ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ୍ […]