ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଧିରେ ଧିରେ ଖୋଲିବାରେ ଲାଗିଛି ଟିଟୋ ସାମ୍ରାଜ୍ୟର ଗୁମର। ଅାଜି ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀକୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜେରା କରି ବିଭିନ୍ନ ତଥ୍ୟ ହାସଲ କରିଥବା କୁହାଯାଉଛି। ସେପଟେ ପେଟ୍ରୋଲ ଟାଙ୍କି ଲିଙ୍କ୍ ନେଇ ଅାଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସ୍ ଓ ସିଏସ୍ଓ ଅଫିସ୍ରେ ତନାଘନା କରୁଛି। ଡନ୍ର ପତ୍ନୀ ବେନଜିର ବିବିକୁ ଆଜି ଜେରା କରିଛି ଏସ୍ଟିଏଫ୍ । କେନ୍ଦ୍ରାପଡା ଦିଲାରପୁର ସ୍ଥିତ ଘରେ ବେନଜିରଙ୍କୁ ଜଣେ ଡିିଏସପି ଓ ଦୁଇ ମହିଳା […]
ଶ୍ରୀନଗର: ମୋଦି ସରକାରକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଚେତାବନୀ। ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ପିଡିପିରେ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦି ଏଭଳି କରନ୍ତି ତା’ହେଲେ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବ ଏବଂ ସଲାଉଦ୍ଦିନ ଭଳି ଅାହୁରି ଅାତଙ୍କୀ ସୃଷ୍ଟି ହେବେ। ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ଭିତରେ ବିଜେପିକୁ ଏହି ଚେତାବନୀ ଶୁଣାଇଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା […]
ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ତେବେ ଅାମେରିକା […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, […]
ବାଲେଶ୍ୱର: ରେମୁଣା ବ୍ଲକ୍ ଇଞ୍ଚୁଡିର ନୂଅାନଈ ଉପରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ତିଅାରି ହୋଇଥିବା ଦୁଇଟି ସେତୁ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଉଦ୍ଘାଟନ ହେବା ପୂର୍ବରୁ ଏହାର ଦୁଇ ପାଖକୁ ସଂଯୋଗ କରୁଥିବା ଆପ୍ରୋଚ୍ ରୋଡ୍ରେ ଦେଖାଦେଇଛି ଫାଟ । ଅାପ୍ରୋଚ ରୋଡ୍ରେ ବାଲି ବଦଳରେ ମାଟି ଦିଅାଯାଇ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲ କାମ କିଛି ମାସ ତଳେ ଶେଷ ହୋଇଛି । କେଉଁଠି କଂକ୍ରିଟ୍ ଢଳେଇ […]
ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ […]
ନୂଆଦିଲ୍ଲୀ: ଚୋର ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛି। ଚୋରଙ୍କ ଏହି ନିଆରା ଏବଂ ବେଫିକର୍ ଅନ୍ଦାଜ ଦିଲ୍ଲୀରେ ଦେଖିବାକୁ ମିଳିଛି। ରାତିର ଅନ୍ଧାରରେ କଳାକନା ବୁଲାଉ ଥିବା ବେଳେ ଚୋରମାନେ ବଲିଉଡ୍ ଡ୍ୟାନ୍ସ କରୁଛନ୍ତି। ପ୍ରଥମେ ଗୋଟିଏ ପରେ ଗୋଟିଏ ଦୋକାନର ସଟର୍ ତାଡ଼ି ଚୋରି କରି ସାରିଲା ପରେ ଡ୍ୟାନ୍ସ କରୁଛନ୍ତି। ନା ସେମାନଙ୍କର କୌଣସି ଡର ଅଛି ନା କାହାକୁ ଖାତିର ଅଛି। ଶୁନ୍ସାନ୍ ରାସ୍ତା ଯେପରି ଚୋରଙ୍କ ପାଇଁ ଷ୍ଟେଜ୍ […]
ନୂଆଦିଲ୍ଲୀ : ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା । ଏହା ସହିତ ଆଉ ୪ଟି ଭାଷାକୁ ବି ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀରି, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ ସାଂସଦମାନେ। ଆଲୋଚନା ବେଳେ ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲରେ ଥିବା […]
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ଖବର ପ୍ରକାଶ ପରେ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଲୋକ ମାଛ କିଣିବା ବେଳେ ଆଶାଆଶଙ୍କାରେ ରହୁଛନ୍ତି। ମାଛରେ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ ମିଶା ଯାଉଥିବା ଅଭିଯୋଗ ପରେ ଏହାର ଯାଞ୍ଚ ଲାଗି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ବଜାରକୁ କି ପ୍ରକାର ମାଛ ଆସୁଛି, […]
ମୁମ୍ବାଇ: ୱାଙ୍ଖଡେରେ ଆଣ୍ଠେଇଛି ଟିମ୍ ଇଣ୍ଡିଆ। ୨୦୨୦ରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତା’ର ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ଆତ୍ମସମର୍ପଣ ଏବଂ ପରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପରାଜୟର ମୁଖ୍ୟ କାରଣ ସାଜିଛି। ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଡେଭିଡ୍ ୱାର୍ଣ୍ଣର୍ ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କ ଅପରାଜିତ ଶତକ […]
ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଏଠାରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି। ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ […]
ଅଷ୍ଟ୍ରେଲିଆ : ମରୁଡ଼ିଗ୍ରସ୍ତ ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ହଜାର ଓଟକୁ ଗୁଳି କରି ହତ୍ୟା କରାଯାଇଛି। ସେମାନଙ୍କ ଉପରକୁ ଆକାଶ ମାର୍ଗରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଗରୁ ୧୦ ହଜାର ଓଟଙ୍କୁ ମାରିବାକୁ ଯୋଜନା କରାଯାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତେ ସଂଖ୍ୟକ ଓଟ ମାତ୍ରାଧିକ […]
ମକର ସଂକ୍ରାନ୍ତିରେ ମକର ଶବ୍ଦ ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି , ଯାହାର ସ୍ୱାମୀଦେବ ଶନି ଗ୍ରହ । ସଂକ୍ରାନ୍ତିର ଅର୍ଥ ସଂକ୍ରମଣ ଅର୍ଥାତ୍ ଗ୍ରହର ପ୍ରବେଶ କରିବା । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି ମକର ରାଶିରେ ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ […]