ନୂଆଦିଲ୍ଲୀ : ଅନେକ ଉପାୟରେ ପଶୁମାନେ ମଣିଷ ପ୍ରତି ନିଜର ଭାବନାକୁ ବ୍ୟକ୍ତ କରିଥାନ୍ତି । ଆପଣ କୌଣସି ପୋଷା ବିଲେଇ କି କୁକୁରକୁ ଦେଖିଥିବେ , ଯିଏକି ନିଜର ମାଲିକକୁ ସ୍ନେହ କରି ପାଖରେ ରହିଥାଏ । ହେଲେ କୌଣସି ଓଟ ଏମିତି ଆଦର କରିବା ଦେଖିନଥିବେ । ଯାହାକି ଆପଣଙ୍କୁ ପ୍ରଥମ ଅନୁଭବ ପରି ହୋଇପାରେ। ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଓଟର ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । […]
ବ୍ରିଷ୍ଟଲ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମ୍ୟାଚ ଜିତି ୨-୧ରେ ସିରିଜ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବ୍ରିଷ୍ଟଲରେ ଖେଳା ଯାଇଥିବା ଶେଷ ଟି- ଟ୍ୱେଣ୍ଟି ମ୍ୟାଚରେ ଭାରତ ସାତ ଓ୍ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ୧୯୯ ରନ୍ର ବିଜୟ ଲକ୍ଷ୍ୟକୁ ଦଳ ୮ଟି ବଲ୍ ବାକି ଥାଇ ମାତ୍ର ୩ ଓ୍ୱିକେଟ ବିନିମୟରେ ହାସଲ କରିନେଇଛି। ରୋହିତ ଶର୍ମା ୫୬ ବଲ୍ରୁ ଧୂଆଁଧାର ନଟ୍ ଆଉଟ୍ ୧୦୦ ରନ୍ କରିଛନ୍ତି। ତାଙ୍କୁ ମ୍ୟାନ୍ […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନରସିଂହଗଡ଼ରୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ବିରଳ ସାପ ଉଦ୍ଧାର । ରେଡ୍ ସ୍ୟାଣ୍ଡ୍ ବୋଆ ପ୍ରଜାତିର ଏହି ବିରଳ ସାପକୁ ନରସିଂହଗଡ଼ ବସ୍ଷ୍ଟାଣ୍ଡରେ ୨ଜଣ ବ୍ୟକ୍ତିଙ୍କ ଠାରୁ ପୁଲିସ ଉଦ୍ଧାର କରିଛି । ସେମାନେ ସାପକୁ ଏକ ପ୍ଲାଷ୍ଟିକ୍ ଥଳିରେ ରଖି ଫୋନ୍ ଯୋଗେ ବିକ୍ରି ପାଇଁ ମୂଲଚାଲ କରୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଘଟଣାରେ ୩ ନାବାଳକଙ୍କୁ ହେପାଜତକୁ ନେବା ସହ ଅନ୍ୟ ୨ଜଣଙ୍କୁ ଅଟକ […]
ନୂଆଦିଲ୍ଲୀ : ଜେନେରାଲ ବିପିନ ରାଓ୍ୱତ ହେଲେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ । ଗତକାଲି କେନ୍ଦ୍ର ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ସେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରିନ୍ସପାଲ ସାମରିକ ପରାମର୍ଶଦାତା ଭାବେ କାମ କରିବେ । ଏହା ସହିତ ନୂଆ କରି ଗଠନ ହୋଇଥିବା ମିଲିଟାଲି ଆଫେୟାର୍ସ ବିଭାଗର ମୁଖ୍ୟ ଭାବେ ସେ ଦାୟିତ୍ୱ ତୁଳାଇବେ । ଆର୍ମି, ନେଭି ଓ ଏୟାରଫୋର୍ସ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ […]
ବ୍ୟାଙ୍କକ୍: ଦୀର୍ଘ ୧୭ ଦିନ ଧରି ରହସ୍ୟଜନକ ଭାବେ ଗୁମ୍ଫାରେ ରହିବା ପରେ ଆଜି ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ୧୮ଜଣିଆ ଉଦ୍ଧାରକାରୀ ଦଳ ଗୁମ୍ଫା ଭିତରକୁ ପ୍ରବେଶ କରିଥିଲେ। ଏଥିରେ ଥାଇଲ୍ୟାଣ୍ଡର ୫ଜଣ ଓ ବିଭିନ୍ନ ଦେଶର ୧୩ଜଣ ଡାଇଭର ରହିଛନ୍ତି। ଗୁମ୍ଫା ଭିତରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ଅଣଓସାରିଆ ରାସ୍ତା ରହିଥିବାରୁ ଏହା ଉଦ୍ଧାରକାରୀ ଟିମ ପାଇଁ ଆହ୍ୱାନ ସୃଷ୍ଟି କରିଥିଲା। ଉଦ୍ଧାର ପାଇଁ […]
କରାଚି : ଦାନିଶ କାନେରିଆଙ୍କ ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ହିନ୍ଦୁଙ୍କ ବିରୋଧରେ ଭେଦଭାବର ଖୁଲାସା ହୋଇଥିଲା। କିନ୍ତୁ ଏବେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଏଭଳି ଏକ କଥା କହିଛନ୍ତି, ଯେଉଁଥିରେ ପାକିସ୍ତାନର ଧର୍ମନିରପେକ୍ଷତା ଉପରେ ପୁଣି ପ୍ରଶ୍ନ ଉଠିଛି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଆଫ୍ରିଦି ଖୁଲାସା କରିଛନ୍ତି ଯେ ଥରେ ତାଙ୍କ ଝିଅ ଆଳତୀ କରୁଥିଲେ, ଯାହାକୁ ଦେଖି ଆଫ୍ରିଦି ରାଗି ଯାଇଥିଲେ ଏବଂ ସେ ରାଗରେ ଟିଭିକୁ […]
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ପ୍ରତିଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସମସ୍ତ ପୁରୁଣା ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ଦୀର୍ଘ ୧୧୯ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ ଦିଲ୍ଲୀରେ ଶୀତର ପ୍ରକୋପ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ଦିଲ୍ଲୀରେ ଆଜି ଦିନ ବେଳା ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୧୯୦୧ ପରେ ଡିସେମ୍ବର ମାସରେ ଦିଲ୍ଲୀରେ କେବେ […]
ଆଜିକାଲି ଛୋଟ ପିଲାମାନଙ୍କ ଆଖିରେ ବିଭିନ୍ନ ସମସ୍ୟା ଦେଖାଦେବା ଏକ ସାଧାରଣ କଥା ହୋଇଗଲାଣି। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଛୋଟବେଳୁ ପିଲାମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। କେତେକ କ୍ଷେତ୍ରରେ ଦେଖାଯାଉଛି, ପିଲାମାନେ ବଡ଼ ହେବା ପରେ ମଧ୍ୟ ଏହି ସମସ୍ୟାରୁ ମୁକୁଳିପାରୁ ନାହାନ୍ତି । ଫଳରେ ସାରା ଜୀବନ ସେମାନଙ୍କୁ ଚଷମା ବ୍ୟବହାର କରିବାକୁ ପଡ଼ୁଛି। ଏହି ସମସ୍ୟା ସାଧାରଣତଃ ଭିଟାମିନ୍ ସି’ ଓ ଇ’ ଅଭାବରୁ ଦେଖାଦେଇଥାଏ। ପିଲାମାନଙ୍କର ଖାଦ୍ୟପେୟ ଉପରେ ଗୁରୁତ୍ୱ […]
କାନସାସ୍: ଆମେରିକାର କାନସାସ୍ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତ ହତ୍ୟାକାରୀର ଭିଡିଓ ଜାରି କରିଛି। ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ତେବେ କେଉଁ କାରଣରୁ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି, ସେ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା କାନସାସ୍ ପୁଲିସ୍ କହିଛି। ମୃତ ଭାରତୀୟ ଛାତ୍ରଙ୍କ ନାମ ହେଉଛି ଶରତ କୋପ୍ପୁ । ଗତ […]
ବ୍ୟାଙ୍କକ୍: ରହସ୍ୟଜନକ ଭାବେ ଏକ ଗୁମ୍ଫାରେ ଫସି ରହିଥିବା ୧୨ଜଣ ଫୁଟ୍ବଲ ଖେଳାଳୀ ଓ ସେମାନଙ୍କ କୋଚ୍ଙ୍କୁ ଉଦ୍ଧାର କରିବାପାଇଁ ଶେଷ ଚେଷ୍ଟା ଆରମ୍ଭ ହୋଇଛି। ଥାଇଲ୍ୟାଣ୍ଡର ଏକ ଗୁମ୍ଫାରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ହେବ ଏମାନେ ଫସି ରହିଛନ୍ତି। ଗୁମ୍ଫା ଭିତରକୁ ଯାଇଥିବା ଟନେଲ୍ଟି ଅଣଓସାରିଆ ଓ ପୂରା ଅନ୍ଧାର ହୋଇଥିବାରୁ ଭିତରକୁ ଯିବାପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଉଦ୍ଧାର କାର୍ଯ୍ୟ ଶେଷ ହେବାପାଇଁ ୨ ରୁ ୩ ଦିନ ସମୟ ଲାଗିବ […]