ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ପାଟନାରେ ପହଞ୍ଚି ଶାହ ନୀତୀଶଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପୁଣି ଥରେ ଉଭୟ ନେତାଙ୍କ ମଧ୍ୟରେ ଆଜି ହେବ ଡିନର୍ ମିଟିଂ। ରାତ୍ରି ଭୋଜନରେ ଦୁଇ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପି ଏବଂ ଜେଡିୟୁ ମଧ୍ୟରେ ପୁନଃ ମେଣ୍ଟ […]
ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି। ମୋ ଟିମରେ ବିଭିନ୍ନ ପ୍ରକାରର ଲୋକ ଥିଲେ। ସେଥିମଧ୍ୟରୁ ଅଲଗା-ଅଲଗା ଜାତି, ଅଲଗା ଧର୍ମର ଲୋକ ମଧ୍ୟ ଥିଲେ। ମୋ ମତରେ ଭାରତ ସରକାର ନିଶ୍ଚୟ କିଛି […]
ସିକିମ୍ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା। କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି […]
ଭୁବନେଶ୍ୱର: ମୌସୁମୀ ପୁଣି ସକ୍ରିୟ ହୋଇଛି। ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ ସାଙ୍ଗକୁ ବଙ୍ଗୋପ ସାଗରରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହେବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେବ । ଆଜିଠୁ ଚାରିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ […]
ଇନ୍ଦୋର : ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏକ ଘଟଣା ଘଟିଛି, ଯାହାକି ଆପଣଙ୍କୁ ଚିନ୍ତାରେ ପକାଇଦେବ। ଏଠାରେ ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ନିଜ ଷ୍ଟୁଣ୍ଡେଣ୍ଟଙ୍କ ସହ ଅଶ୍ଳୀଳ ବ୍ୟବହାର କରିବା ସହ ଏହାର ଭିଡ଼ିଓ କରି ନିଜ ବୟଫ୍ରେଣ୍ଡକୁ ପଠାଇଛନ୍ତି । ନବଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ ପିଲାଙ୍କୁ ପଢ଼ାଉଥିବା ବେଳେ ଏମିତି ସବୁ ଖରାପ କାମ କରିଥିଲେ । ୬ ବର୍ଷ ଓ ୩ ବର୍ଷର ଛୋଟ ଶିଶୁଙ୍କର ପୋଷାକ […]
ଭୁବନେଶ୍ୱର: ଫିଫା ବିଶ୍ୱକପ୍ରେ ଚଳିତ ବର୍ଷ ପ୍ରଥମଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଫଳରେ ୧୯୬୬ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଆଶା ମଉଳି ଯାଇଛି। ୬୭ ମିନିଟ୍ ଧରି ପଛୁଆ ରହିବା ପରେ ନିର୍ଦ୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଇଥିଲା। ୧୦୯ ମିନିଟ୍ରେ ମାରିଓ ମଣ୍ଡଜୋକିଙ୍କ […]
ଲସ୍ ଏଞ୍ଜଲ୍ସ : ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍ ଫିଲ୍ମ । ମଙ୍ଗଳବାର ପ୍ୟୁର୍ ଫ୍ଲିକ୍ସ ଏଣ୍ଟରଟେନ୍ମେଣ୍ଟ୍ ପକ୍ଷରୁ ଏହା ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍ ଫେସ୍ବୁକ୍ରେ ଏହା ଘୋଷଣା କରିବା ସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ହଲିଉଡ୍ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ, କାଓସ୍ ଏଣ୍ଟରଟେନ୍ମେଣ୍ଟ୍ ଓ ପ୍ୟୁର୍ ଫ୍ଲିକ୍ସ ଏଣ୍ଟରଟେନ୍ମେଣ୍ଟ୍ ମିଳିତ ଭାବେ […]
ଭୁବନେଶ୍ୱର: ରାଜ୍ୟରେ ସବୁଠି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର। ମାତ୍ରାଧିକ ପଲିଥିନ୍ ବ୍ୟବହାର ଯୋଗୁଁ ହିଁ ପ୍ରଦୂଷିତ ହେଉଛି ପରିବେଶ। ଏହାକୁ ଆଖିରେ ରଖି ପଲିଥିନ୍ ବ୍ୟାନ୍ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ପ୍ଲାଷ୍ଟିକ ବ୍ୟବହାର ଅଭ୍ୟାସରୁ ଲୋକଙ୍କୁ କିଭଳି ଦୂରେଇ ରଖାଯିବ? ପଲିଥିନ୍ର ବିକଳ୍ପ ଭାବେ କେଉଁ ସାମଗ୍ରୀ ବ୍ୟବହାର କରାଯିବ? ତାହା ଏବେ ବଡ଼ ପ୍ରଶ୍ନ। ସହରାଞ୍ଚଳରେ ନଗର ଉନ୍ନୟନ ବିଭାଗ ଓ ଗ୍ରାମାଂଚଳରେ ପଂଚାୟତିରାଜ ବିଭାଗ ଏହି କଟକଣାକୁ କାର୍ଯ୍ୟକାରୀ କରିବେ। […]
ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ତାଜମହଲର ସଂରକ୍ଷଣକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଜୁଲାଇ ୩୧ରୁ ପ୍ରତିଦିନ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଦୂଷଣ ଦ୍ୱାରା ତାଜମହଲ ନଷ୍ଟ ହେଉଥିବାରୁ ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ପ୍ରଦୂଷଣର କାରଣ ଓ ଏହାର ସମାଧାନ ପାଇଁ […]
ଭୁବନେଶ୍ୱର: ପ୍ରଥମେ ୭, ପରେ ୧୧ ଆଉ ଏବେ ୧୪। ତଳକୁ ତଳ ଯାଉଛି ଶିଳ୍ପ ଅନୁକୁଳ ବାତାବରଣ ସୃଷ୍ଟି କରିବାରେ ଓଡିଶାର ସ୍ଥାନ। ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିରେ ଆମର ସବୁ ପଡ଼ୋଶୀ ଆଗରେ ଅଛନ୍ତି। ଆନ୍ଧ୍ର ପ୍ରଦେଶ ରହିଛି ଏକ ନମ୍ବରରେ। ତେଲେଙ୍ଗାନା ୨, ଝାଡଖଣ୍ଡ ଓ ଛତିଶଗଡ଼ ଅଛନ୍ତି ୪ ଓ ୬ ନମ୍ବର ସ୍ଥାନରେ। ଦୁଇଟି ମାପଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା। ଗୋଟିଏ ହେଉଛି ଶିଳ୍ପ ସଂସ୍କାରର ସ୍କୋର ବୋର୍ଡ […]
ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ। ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଭାରତର ଜିଡିପି ୨ ଦଶମିକ ୫୯୭ ଟ୍ରିଲିୟନ ଡଲାର ରହିଛି। ଅପରପକ୍ଷେ ଫ୍ରାନ୍ସର ରହିଛି ୨ ଦଶମିକ ୫୮୨ ଟ୍ରିଲିୟନ୍ ଡଲାର। ଗତ ବର୍ଷ ଜୁଲାଇ […]
ଇସ୍ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କ ପଗଡ଼ି ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଲାବ ସିଂହ। ଘର ଭିତରେ ସବୁ ଜିନିଷକୁ ତାଲା ପକାଇ ତାଙ୍କ ପରିବାରକୁ ବାହାର କରିଦିଆଯାଇଥିବା ଅଭିଯୋଗରେ […]
ସେଣ୍ଟ ପିଟର୍ସବର୍ଗ: ଆଜି ଫିଫା ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ । ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ପୂର୍ବରୁ ଫୁଟବଲ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ। ପ୍ରଥମ ସେମିଫାଇନାଲରେ ବେଲଜିୟମ୍କୁ ୧-୦ ଗୋଲରେ ହରାଇ ଫ୍ରାନ୍ସ ଚଳିତ ବିଶ୍ୱକପ୍ର ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ଓ କ୍ରୋଏସିଆ ମ୍ୟାଚ୍ର ବିଜେତା ଫ୍ରାନ୍ସ ସହ ଫାଇନାଲ ଖେଳିବ।
ୱାଶିଂଟନ୍ : ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି। ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]
ନୂଆଦିଲ୍ଲୀ : ଯଦି ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛା ଶକ୍ତି ଥାଏ ତ ଅସମ୍ଭବ ବି ସମ୍ଭବ ହୋଇଥାଏ । କୌଣସି କାମ କରିବାକୁ ବୟସ ନୁହେଁ ,ସ୍ୱତନ୍ତ୍ର ଆବେଗ ହିଁ ଲୋଡା ପଡିଥାଏ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ୯୪ ବର୍ଷୀୟା ହରଭଜନ କୌର ନାମକ ଜଣେ ମହିଳାଙ୍କ ଉଦ୍ୟମତାକୁ ଟ୍ୱିଟରରେ ଖୁବ୍ ପ୍ରଶଂସା ମିଳିଛି । । ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସମୟ ସମୟରେ […]
ଆମର ଦୈନନ୍ଦିନ ଜୀବନରେ ବରଫକୁ ଅନେକ ଉପାୟରେ ବ୍ୟବହାର କରିଥାଉ। ପାନୀୟ ଜଳ, ଜୁସ୍ ଇତ୍ୟାଦିରେ ପକାଇ ପିଇଥାଉ। ଯଦି ଆମର ହାତ କିମ୍ବା ଗୋଡ଼ ମୋଡ଼ି ହେଇଯାଇଥାଏ ତାହାଲେ ସେହି କଷ୍ଟରୁ ରକ୍ଷା ପାଇବା ପାଇଁ ବରଫ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ବରଫ ଆହୁରି ଅନେକ କାମରେ ଆସିଥାଏ। ଆସନ୍ତୁ ଜାଣିବା ବରଫକୁ ଆଉ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିପାରିବା। ୧.ଛୋଟ ପିଲା ହେଉ କି ବଡ଼ ଲୋକ ସମସ୍ତେ […]