• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

IND VS AUS
ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଭାରତ କରିବ ବୋଲିଂ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୁଣିଥରେ ଟସ୍‌ ହାରିଛନ୍ତି । ବ୍ୟାଟସମ୍ୟାନଙ୍କୁ ସୁହାଉଥିବା ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତିରେ ଏଠାରେ କାକର ପଡ଼ିବାର ଆଶଙ୍କା କମ୍‌ ଥିବାରୁ ଅଷ୍ଟ୍ରେଲିଆ ଆରମ୍ଭରୁ ଚାପ ସୃଷ୍ଟି କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଫିଞ୍ଚ କହିଛନ୍ତି। ଅଷ୍ଟ୍ରେଲିଆ କ୍ରମାଗତ ତୃତୀୟ ଥର […]

delhi
ଗ୍ୟାରେଣ୍ଟି କାର୍ଡ ଜାରି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ । ସେଥିପାଇଁ ମାହୋଲ ସରଗରମ୍‌ । ଭୋଟରକୁ ଆପଣେଇବା ପାଇଁ ନୂଆ ତରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ। ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଟି କାମ ନିଶ୍ଚିତ କରିବେ ବୋଲି କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ୍ ଯାତ୍ରା ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। […]

death
୧୩ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ପ୍ରଶିକ୍ଷକ

ତାମିଲନାଡୁ  : ତାମିଲନାଡୁ କୋଇମ୍ବାଟୁରର ମକ୍‌ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍‌ରେ ମକ୍‌ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍‌ସେଡ୍‌ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା […]

ସ୍ମାର୍ଟଫୋନ୍‌ରେ ବଡ଼ ଡିସ୍‌କାଉଣ୍ଟ , ଏକ୍ସଚେଞ୍ଜ ଅଫର ବି ଉପଲବ୍ଧ : ସୀମିତ ସମୟ

ନୂଆଦିଲ୍ଲୀ  :   ଲୋକପ୍ରିୟ ସପିଂ ସାଇଟ୍ ଫ୍ଲିପ୍‌କାର୍ଟରେ  ରିପବ୍ଲିକ୍‌ ଡେ ସେଲ୍‌ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଆସନ୍ତା ୪ ଦିନ ଯାଏ ଚାଲିବ । ୧୯ ଜାନୁଆରୀରୁ ଆରମ୍ଭ ହେଉଥିବା ଏହି ସ୍ପେଶାଲ ସେଲ୍‌ ୨୨ ଜାନୁଆରୀ ଯାଏ ଚାଲିବ । ଅଧିକ ଦାମ୍‌ର ସ୍ମାର୍ଟଫୋନ୍‌ରେ ଡିସ୍‌କାଉଣ୍ଟ ମିଳୁଛି । ବିଶେଷ ତଥ୍ୟ ଏହି ଯେ , ଫ୍ଲିପ୍‌କାର୍ଟରେ ବିକ୍ରି ବେଳେ ଡିଭାଇସ୍‌ ଉପରେ ତ ଦାମ୍‌ରେ କାଟ୍‌ତି ମିଳିବ , ତାହା ସହ […]

boy
ବୟସ ୫, କିନ୍ତୁ ପ୍ରଖର ସ୍ମୃତିଶକ୍ତି

ଚଣ୍ଡିଗଡ଼:  ୫ ବର୍ଷର ଝିଅ ବୈଷ୍ଣବୀ । ଏତେ କମ୍ ବୟସରେ ଅସୀମ ପ୍ରତିଭାଧାରୀ ଏହି ଝିଅଟି । ବୈଷ୍ଣବୀ ସବୁ ପ୍ରଶ୍ନର ଉତ୍ତର ଏପରି ଦେଉଛି ଯେ ଜଣେ ସାଧାରଣ ଲୋକ ସେହି ପ୍ରଶ୍ନର ଉତ୍ତର ଏତେ ଶୀଘ୍ର ଦେବା କଷ୍ଟକର। ଭାରତ ସହ ଜଡ଼ିତ ଅନେକ କଥା କହିବା ସହ, ପ୍ରତେକ ଦେଶ ଓ ତାର ରାଜଧାନୀ ମନେ ରଖିଛି ଏହି ଝିଅଟି। ତା’ର ଏହି ଆଶ୍ଚର୍ଯ୍ୟ କଲା ଭଳି ଗୁଣ ପାଇଁ ତାକୁ […]

fih
FIH ପ୍ରୋ ହକି ଲିଗ୍‌ : ପ୍ରଥମ ମ୍ୟାଚରେ ଜିତିଲା ଭାରତ

ଭୁନେଶ୍ୱର : ପ୍ରଥମଥର ପାଇଁ ଏଫଆଇଏଚ୍‌ ପ୍ରୋ ହକି ଲିଗ ଖେଳୁଥିବା ଭାରତୀୟ ପୁରୁଷ ଦଳ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଦବଦବା ଦେଖାଇଛି। ୟୁରୋପିଆନ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ଟିମ୍‌ ଇଣ୍ଡିଆ ୫-୨ରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ପେନାଲିଟ କର୍ଣ୍ଣର ସ୍ପେଶାଲିଷ୍ଟ ରୁପିନ୍ଦରପାଲ ସିଂହ ଦୁଇଟି ଗୋଲ ଦେଇଥିବା ବେଳେ ମନଦୀପ ସିଂହ, ଲଳିତ ଉପାଧ୍ୟୟ ଓ ଗୁରଜନ୍ତ ସିଂହ ଗୋଟିଏ ଲେଖାଏ ଗୋଲ […]

villager
ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ରାସ୍ତା କାମ କଲେ ଗାଁ ଲୋକେ

ନିଶ୍ଚିନ୍ତକୋଇଲି (ମନୋଜ ଆଚାର୍ଯ୍ୟ) : ପିଲା ଠାରୁ ଆରମ୍ଭ କରି ବୁଢା, ସମସ୍ତଙ୍କ ହାତରେ କୋଡ଼ି କୋଦାଳ। ଲାଗି ପଡ଼ିଛନ୍ତି ଗାଁ ରାସ୍ତା ନିର୍ମାଣରେ। ପ୍ରଶାସନକୁ ବାରମ୍ବାର ରାସ୍ତା ନିର୍ମାଣ ଲାଗି ଗୁହାରୀ କରି ଫେଲ୍‌ ମାରିବାପରେ , ଏବେ ନିଜ ପାରିଶ୍ରମରେ ରାସ୍ତା ନିର୍ମାଣ କରିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ମହାଜନପୁର ବାସିନ୍ଦା । ୭୦ ପରିବାର ଚାନ୍ଦା ଭେଦ କରି ଏବେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ […]

helmet
ହେଲମେଟ ନପିନ୍ଧି ଗାଡ଼ି ଚଳେଇଲେ ଲେଖିବାକୁ ହେବ ୧୦୦ ଶବ୍ଦରେ ପ୍ରବନ୍ଧ

ଭୋପାଳ  : ଆମେ ସମସ୍ତେ ଜାଣିଛେ , ହେଲମେଟ୍‌ ବାଇକ୍‌ ଚଳେଇଲେ ହେଲମେଟ୍‌ର କେତେ ଜରୁରୀ ହୋଇଥାଏ । ସଡ଼କରେ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ମଧ୍ୟରେ ବେଶୀ ହେଲମେଟ ନ ପିନ୍ଧିବା ଯୋଗୁଁ ହୋଇଥାଏ । ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଏ ଦିଗରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।  କେନ୍ଦ୍ର ସରକାର ମଧ୍ୟ ଏକ ନୂଆ ମୋଟର ଯାନ ସଂଶୋଧନ ନିୟମ ଲାଗୁ କରିଛନ୍ତି । ଯେଉଁଥିରେ  ହେଲମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା […]

rs-ok
ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍‌ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା। ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ […]

china image
ଜଳିଯାଇଥା’ନ୍ତା ପେଟ୍ରୋଲ ପମ୍ପ୍‌, ବୁଦ୍ଧି ପ୍ରୟୋଗ କରି ବଂଚାଇଦେଲେ କର୍ମଚାରୀ

ଜିଆଙ୍ଗଜି:  ଚୀନ୍‌ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଏକ ଗ୍ୟାସ୍‌ ଷ୍ଟେସନ୍‌ରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି । ପେଟ୍ରୋଲ୍ ମେସିନ୍‌ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା । ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଗାଡ଼ିରୁ ଡ୍ରାଇଭର ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଇଛି । ଅନ୍ୟମାନେ ମଧ୍ୟ ଭୟରେ ଉକ୍ତ ସ୍ଥାନରୁ ଦୂରେଇ ଯାଇଥିଲେ। କିନ୍ତୁ ଗ୍ୟାସ୍‌ ଷ୍ଟେସନ୍‌ର କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ […]

PM Modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରା ଅବସରରରେ ଦେଶବାସୀଙ୍କ ସୁଖସମୃଦ୍ଧି କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୋଦି ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

pakistan-blast
ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲା, ୧୩୩ ଜଣଙ୍କ ମୃତ୍ୟୁ

ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ […]

FIFA_World_Cup 2018
ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌, ଇଂଲଣ୍ଡ-ବେଲ୍‌ଜିୟମ୍‌ ଟକ୍କର

ସେଣ୍ଟପିଟର୍ସବର୍ଗ: ଅାଜି ଖେଳାଯିବ ଫିଫା ବିଶ୍ୱକପର ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌। ଇଂଲଣ୍ଡ ଓ ବେଲ୍‌ଜିୟମ୍‌ର ବିଶ୍ୱକପ୍‌ ସ୍ୱପ୍ନ ଭାଙ୍ଗିବା ପରେ ଏବେ ତୃତୀୟ ସ୍ଥାନ ପାଇଁ ହେବ ଲଢ଼େଇ। ଇଂଲଣ୍ଡ ସେମିଫାଇନାଲରେ କ୍ରୋଏସିଅା ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିବା ବେଳେ ଫ୍ରାନ୍ସ ଠାରୁ ୧-୦ରେ ପରାସ୍ତ ହୋଇଥିଲା ବେଲ୍‌ଜିୟମ୍‌। ଚଳିତ ବର୍ଷ ଦୁଇ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ପହଞ୍ଚିପାରି ନ ଥିଲେ। ପ୍ରଥମ ୫ଟି ମ୍ୟାଚରେ ଲଗାତାର ବିଜୟ ପରେ […]

record chlild
୫ ବର୍ଷର ପିଲା ତାଇକୋଣ୍ଡରେ କଲେ ଗିନିଜ୍‌ ୱର୍ଲଡ ରେକର୍ଡ

ହାଇଦ୍ରାବାଦ : କମ୍‌ ବୟସ କିନ୍ତୁ ନାଁ ଖୁବ୍‌ ଚର୍ଚ୍ଚିତ ।  ୫ ବର୍ଷୀୟ ଆସମନ ତନେଜା  ତାଇକୋଣ୍ଡରେ କରିଛନ୍ତି ଗିନିଜ୍‌ ୱର୍ଲଡ ରେକର୍ଡ । ହାଇଦ୍ରାବାଦର ଏହି ଶିଶୁଟି ନନ୍‌ ଷ୍ଟପ୍‌ ୧ ଘଣ୍ଟାରେ ୧୨୦୦ରୁ ଅଧିକ ଷ୍ଟ୍ରାଇକ୍‌ ମାରି ଇତିହାସ ରଚିଛନ୍ତି । ଆସମନ ତନେଜା ଜଣେ ଭଲ ତାଇକୋଣ୍ଡ ଖେଳାଳି ଏବଂ କମ୍‌ ବୟସର ଜଣେ ଉତ୍ତମ ଆଥଲେଟ୍‌ ହୋଇପାରିଛନ୍ତି । ସେ ୟୁଏସଏ ର ଏକ  ୱର୍ଲଡ ଓପନେ  ତାଇକୋଣ୍ଡରେ ରଜତ […]

vlcsnap-error620
ଆଜି ପବିତ୍ର ଘୋଷଯାତ୍ରା: ଧିରେ ଧିରେ ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ମାତ୍ର ଘଣ୍ଟାକର ଅପେକ୍ଷା । ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଅା ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି […]

Nawaz-Maryam arrested
ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ଝିଅ ମରିୟମ୍‌

ଲାହୋର:  ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍। ସେମାନେ ଆଜି ରାତିରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ବାପ ଝିଅଙ୍କୁ ଗିରଫ କରାଯାଇଥିଲା।  ଏଥିପାଇଁ ପ୍ରାୟ ୧୦ହଜାର ପୋଲିସ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଥିଲା। ଦିନ ୩ଟାରୁ ସହରରେ ମୋବାଇଲ୍ ଫୋନ ସେବା ବନ୍ଦ ରଖାଯାଇଥିଲା। ସୂଚନା ଅନୁସାରେ, ସରିଫ୍ ଓ ମରିୟମଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ ହେଲିକପଟରରେ ଇସଲାମାବାଦ ନିଅାଯିବ। ସେଠାରୁ ସେମାନଙ୍କୁ ରାଓଲପିଣ୍ଡିର ଅାଦିଅାଲା […]

vlcsnap-error974
ଚିକିତ୍ସା ବିଜ୍ଞାନରେ ଯୁଗାନ୍ତକାରୀ ଉଦ୍ଭାବନ: ଥ୍ରୀ-ଡି କଲର ଏକ୍ସ-ରେ ବାହାର କଲେ ନ୍ୟୁଜିଲାଣ୍ଡ ବୈଜ୍ଞାନିକ

କଟକ: ମେଡିକାଲ ସାଇନ୍ସର ଚମତ୍କାର। ଏଣିକି ଏକ୍ସ-ରେ ମେସିନ୍ ସାହାଯ୍ୟରେ କେବଳ ହାଡ଼ ନୁହେଁ ଏହା ଚାରିପାଖରେ ଥିବା ମାଂସପେଶୀକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ। ଏହା କରିଦେଖାଇଛନ୍ତି ନ୍ୟୁଜିଲାଣ୍ଡର ବୈଜ୍ଞାନିକ। ୟୁରୋପିଅାନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ୍ଚ ଉଦ୍ଭାବନ କରିଥିବା ଏହି ଏକ୍ସ-ରେ ମେସିନରେ ମଣିଷ ଶରୀରର ରଙ୍ଗିନ ଥ୍ରୀ-ଡି ଫଟୋ ଉଠାଇ ହେଉଛି। ଯାହା କି ଅତି ସ୍ପଷ୍ଟ ଓ ସଠିକ। ତେଣୁ ଡାକ୍ତରଙ୍କ ଲାଗି ରୋଗ ନିରୂପଣ ପ୍ରକ୍ରିୟା ଏବେ ସହଜ ହେବ। […]

vlcsnap-error620
ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ଛାଇ ଯାଇଛନ୍ତି ପୁଲିସ ଆଉ କେନ୍ଦ୍ରୀୟ ଫୋର୍ସ

ପୁରୀ: ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସାରିବା ପାଇଁ ପୁରୀରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାରେ ୧୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅାଯାଇଛି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସୁରକ୍ଷାକର୍ମୀଙ୍କର ସାରା ପୁରୀ ସହର ଉପରେ ଛଞ୍ଚାଣ ଅାଖି ରହିଛି। ସମୁଦ୍ର ଉପରେ କୋଷ୍ଟ୍‌ଗାର୍ଡର ସ୍ୱତନ୍ତ୍ର ବିମାନ ପଇଁତରା ମାରୁଛି ।  ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଅାଖପାଖ ଅଞ୍ଚଳ ଉପରେ ଚକ୍କର କାଟୁଛି ହେଲିକପ୍ଟର । […]