ପୁରୀ: ଜଗତର ନାଥଙ୍କ ଅପୂର୍ବ ସାନ୍ନିଧ୍ୟ ପାଇ ବିମୋହିତ ଶ୍ରଦ୍ଧାଳୁ। କାଲି ଭାଇ ଭଉଣୀ ଶରଧାବାଲିରେ ପହଞ୍ଚିସାରିଥିବାରୁ ସତେ ଯେପରି ଅଭିମାନ କରିଥିଲା କାଳିଆ। ଆଜି ସକାଳୁସକାଳୁ ସଜବାଜ ହୋଇ ଆରମ୍ଭ କରିଥିଲା ଦ୍ୱିତୀୟ ଦିନର ଯାତ୍ରା। ଅସରା ଅସରା ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ବି ଉତ୍ସାହର ସହ ସାଲବେଗ ପୀଠ ବଳଗଣ୍ଡି ଛକଠାରୁ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଗୁଣ୍ଡିଚା ମନ୍ଦିର ଯାଏଁ। ଆସନ୍ତାକାଲି ସାଦର୍ଶନ ପରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ହେବ। ଦ୍ୱିତୀୟ ଶ୍ରୀକ୍ଷେତ୍ର […]
ନୂଆଦିଲ୍ଲୀ : ଜଣାଶୁଣା ସାଇକେଲ୍ କଂପାନୀ ଆଟଲସ୍ର ମାଲିକ ସଂଜୟ କପୁରଙ୍କ ପତ୍ନୀ ନତାଶା କପୁର ଆତ୍ମହତ୍ୟା କରିଛନ୍ତି । ରହସ୍ୟଜନକ ଭାବେ ତାଙ୍କର ମୃତଦେହ ନିଜ ବେଡ୍ରୁମ୍ରୁ ଉଦ୍ଧାର ହୋଇଛି । ଦିଲ୍ଲୀ ପୁଲିସ୍ ପ୍ରାଥମିକ ଯାଂଚରୁ ଏହାକୁ ଆତ୍ମହତ୍ୟା ମାମଲା ବୋଲି କହିଛି । ଖବର ଅନୁସାରେ , ଯେଉଁ ଘରେ ନତାଶା କପୁରଙ୍କ ମୃତଦେହ ଝୁଲିଥିଲା , ସେଠାର କବାଟ ଖୋଲାଥିଲା । ଯେଉଁଥିପାଇଁ ପୁଲିସ୍କୁ ଏହା ସନ୍ଦେହ ଜନକ ମନେହୋଇଛି ଏବଂ […]
ଭୁବନେଶ୍ୱର: ସାରା ଦେଶରୁ ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ୪ ଜଣଙ୍କ ଭିତରେ ଓଡ଼ିଶାର ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ। ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟଶିଳ୍ପୀ ସୋନାଲ୍ ମାନ୍ସିଂ। ଯାହା କେବେ ହୋଇ ନଥିଲା, ତାହା ଏବେ ହେଲା। ହେଲେ ଏବେ କାହିଁକି? ତାକୁ ନେଇ ଚର୍ଚ୍ଚା, ଜୋରଧରିଛି। କୁହାଯାଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇମେଜ୍କୁ କାଉଣ୍ଟର ଲାଗି ଏମିତି ଅସ୍ମିତା କାର୍ଡ ଖେଳିଛି କେନ୍ଦ୍ର ବିଜେପି ସରକାର। କାରଣ ବିଜେପି ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି […]
ଭୁବନେଶ୍ୱର: କଂଗ୍ରେସ ଭବନରେ ଚାଲିଛି କେନ୍ଦ୍ରୀୟ ଓ ରାଜ୍ୟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ଇନ୍ଚାର୍ଜ ଜିତେନ୍ଦ୍ର ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ଆଲୋଚନା। ବିଭିନ୍ନ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି ତଥା ପିସିସି ସଭାପତିଙ୍କ ପକ୍ଷରୁ ପ୍ରସ୍ତୁତ ପିସିସି ଓ ଡିସିସି କମିଟିରେ କାହାକୁ ରଖାଯିବ, କାହାକୁ ବାଦ୍ ଦିଆଯିବ, କେଉଁ ନୂଆ ମୁହଁ ସାମିଲ କରାଯିବ, ସେନେଇ ଚାଲିଛି ବିସ୍ତୃତ ଆଲୋଚନା। ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ପ୍ରତିନିଧିତ୍ୱ କରିବା ପାଇଁ ନେତା ମନୋନୟନ ନେଇ […]
ବେଙ୍ଗାଲୁରୁ: ଚଳିତ ବର୍ଷ ଶେଷ ଆଡ଼କୁ ମାନବବିହୀନ ମହାକାଶ ଯାନ (ଗଗନଯାନ) ଉଡ଼ାଣ ଭରିବ। ତେବେ ଏଥିରେ ଇସ୍ରୋ ମହାକାଶକୁ ପଠାଇବାକୁ ଥିବା ହ୍ୟୁମାନଏଡ୍ଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି। ୨୦୨୨ରେ ଭାରତ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବାର ଅଛି। ଏହା ପୂର୍ବରୁ ମହାକାଶକୁ ଜଣେ ହ୍ୟୁମାନଏଡ୍ ବା ମଣିଷ ପରି ଦିଶୁଥିବା ରୋବୋଟ୍ ପଠାଯିବ। ଯଦିଓ ଗଗନଯାନ ମିଶନରେ କେହି ମହିଳା ମହାକାଶଯାତ୍ରୀ ସ୍ଥାନ ପାଇନାହାନ୍ତି, ଏହା ପୂର୍ବରୁ ମହାକାଶ ଯିବାକୁ ଥିବା ହ୍ୟୁମାନଏଡ୍ ଜଣେ ‘ମହିଳା’ […]
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବିଦେଶରେ ବି ଚର୍ଚ୍ଚା ଆରମ୍ଭ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ଖବର ଛାପିବା ପରେ ଏହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପୂରା ଘଟଣାକୁ ନ୍ୟୁୟର୍କ ଟାଇମ୍ସ ବିସ୍ତୃତ ଭାବେ ଛାପିବା ସହ ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ବୁଦ୍ଧିଜୀବୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତକୁ ଏଥିରେ ସ୍ଥାନିତ କରିଛି। ମନ୍ଦିରର ଗୁପ୍ତ ଭଣ୍ଡାରରେ ଥିବା ଲକ୍ଷ ଲକ୍ଷ ଡଲାର […]
ଭୁବନେଶ୍ୱର: ଗୋଟିଏ ପଟେ ଋଣ ବୋଝ, ଅନ୍ୟପଟେ ନିର୍ବାଚନର ଆହ୍ୱାନ। ଖାସ୍ ସେଥିପାଇଁ ବାଟ ବାହାର କରିଛି ଅର୍ଥ ବିଭାଗ। ଆଉ ଫୋକସ୍ରେ ରହିଛି ସପ୍ଲିମେଣ୍ଟାରି ବଜେଟ୍। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଗାଇଡ୍ ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ରାଜ୍ୟରେ ସପ୍ତମ ବେତନ କମିଶନ୍ ଲାଗୁ ହେବା ପରେ ରାଜ୍ୟ ସରକାର ଆର୍ଥିକ ଚାପରେ ଥିବା ଜଣାପଡ଼ିଛି। ସେଦୃଷ୍ଟିରୁ ପ୍ରତି ବର୍ଷ ଭଳି ରୁଟିନ୍ ଖର୍ଚ୍ଚ ବରାଦ ନକରି ଆଡ୍ଜଷ୍ଟମେଣ୍ଟ୍ କରିବାକୁ କୁହାଯାଇଛି। ଯେଉଁ […]
ୱାଶିଂଟନ୍: ଆଉ ନିରାପଦ ନୁହେଁ ଜନ୍ସନ୍ ଏଣ୍ଡ୍ ଜନ୍ସନ୍ କମ୍ପାନୀର ସୁଗନ୍ଧିତ ପାଉଡର୍। ଏଥିରେ ମାରାତ୍ମକ ଆଜ୍ବେଷ୍ଟସ୍ ମିଶିଥିବା ଅଭିଯୋଗ ହୋଇଛି। ଆଉ ଏଥିପାଇଁ ଗର୍ଭାଶୟରେ କ୍ୟାନ୍ସର୍ ହେଉଥିବା ୨୨ ଜଣ ମହିଳା ଅଭିଯୋଗ କରି ଆମେରିକାର ଏକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାର ବିଚାର କରି କମ୍ପାନୀକୁ ୪. ୭ ବିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନ୍ସନ୍ ଏଣ୍ଡ୍ ଜନ୍ସନ୍ କମ୍ପାନୀ ଅସୁରକ୍ଷିତ ସାମଗ୍ରୀ ବିକୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ […]
ମୁମ୍ବାଇ: ଗତ ଦୁଇ ସପ୍ତାହ ହେବ ବାଣିଜ୍ୟ ମହାନଗରୀ ମୁମ୍ବାଇରେ ବର୍ଷା ସ୍ଥିତି ବଢ଼ିବାରେ ଲାଗିଛି। ଏହା ସହିତ ପୁଣି ଆଗକୁ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୁମ୍ବାଇ ମେରାଇନ ଡ୍ରାଇଭ୍ରେ ଚଳିତ ମୌସୁମୀରେ ସବୁଠାରୁ ଉଚ୍ଚତମ ଜୁଆର ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ପାଖାପାଖି ୫ ମିଟର ଉଚ୍ଚ ଜୁଆର ଆସିଛି। ଏହା ଫଳରେ ସମୁଦ୍ରରେ ଥିବା ଅଳିଆ ଆସି ରାସ୍ତା ଉପରେ ଗଦା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। […]
ରାଜସ୍ଥାନ : ରାଜସ୍ଥାନରେ ଏକ ଅଜବ କଥା ଦେଖିବାକୁ ମିଳିଛି । ଜଣେ ପିତା ତାଙ୍କ ନବଜାତ ପୁତ୍ରର ଏମିତି ଏକ ନାଁ ରଖିଛନ୍ତି , ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ, ଉଦୟପୁରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଜଣେ ମିଡିଆ ଅଧିକାରୀ ଭାବେ କାମ କରନ୍ତି ବିନୋଦ ଜୈନ । ମଙ୍ଗଳବାର ଦିନ ତାଙ୍କର ଏକ ନବଜାତ ଶିଶୁର ନାଁ ରଖିଛନ୍ତି ‘କଂଗ୍ରେସ ଜୈନ’ । ଆଉ ମଧ୍ୟ ସେ ଶିଶୁ […]
ବେଙ୍ଗାଲୁରୁ: ‘ମେଣ୍ଟ ସରକାର ଚଳାଇବା କେତେ ଯନ୍ତ୍ରଣାଦାୟକ ତାହା ମୁଁ ହିଁ ଜାଣିଛି। ଏହି ଯନ୍ତ୍ରଣା ବିଷଜ୍ୱାଳାଠାରୁ ବି ଅଧିକ’ । ଏ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ। ସେ ଆହୁରି କହିଛନ୍ତି, ଭଗବାନ ତାଙ୍କୁ ଏଥିପାଇଁ ଶକ୍ତି ଦେଇଛନ୍ତି। ମେଣ୍ଟ ସରକାରରେ ଆଉ କେତେଦିନ ରହିବେ, ସେନେଇ ସେ ଚିନ୍ତା କରୁଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଆଖି ଛଳଛଳ କରି ଏଭଳି କହିଛନ୍ତି କୁମାରସ୍ୱାମୀ। ଆପଣମାନେ ମୋତେ ସ୍ୱାଗତ […]
ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗ ଗଣ ଆତ୍ମହତ୍ୟା ଘଟଣାରେ ପୁଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟା ଦୁଇଟି ଦିଗରୁ ତଦନ୍ତ କରିବ ବୋଲି କହିଛି। ମୃତକମାନେ ହେଉଛନ୍ତି ହଜାରୀବାଗ ମୁଙ୍ଗା ବଗିଚା ଅଂଚଳର ନରେଶ ମାହେଶ୍ୱରୀ, ତାଙ୍କ ବାପା ଓ ମାଆ, ପତ୍ନୀ ଓ ଦୁଇ ପିଲା । ମାହେଶ୍ୱରୀ ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପତ୍ନୀ ଓ ବାପା ମାଆଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମାହେଶ୍ୱରୀଙ୍କ ଦୁଇ ପିଲାଙ୍କ ବେକ କଟାଯାଇଛି। […]
ବଲିଉଡ୍ର ହଟ୍ ଅଭିନେତ୍ରୀଙ୍କ ମଧ୍ୟରେ ଦିଶା ପାଟନୀ ଅନ୍ୟତମ । ନିଜର ଅଭିନୟ ସହ ଆକର୍ଷଣୀୟ ଓ ସୁନ୍ଦର ଫିଟ୍ନେସ୍ ପାଇଁ ସମସ୍ତଙ୍କର ପ୍ରିୟ ପାଲଟି ଯାଇଛନ୍ତି । ତାଙ୍କର ସୁନ୍ଦର ଫିଟ୍ନେସ୍ ଚର୍ଚ୍ଚା ଚାରିଆଡେ । ସେ କଣ ଖାଆନ୍ତି ? ତାଙ୍କର ସ୍ୱାସ୍ଥ୍ୟ ପ୍ଲାନ୍ କଣ ? ସେ କଣ କଣ ପସନ୍ଦ କରନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ତାଙ୍କର ପ୍ରଶଂସକ ପ୍ରୟାସ କରନ୍ତି । ଆଉ ଦିଶା ତାଙ୍କର […]
କେନ୍ଦ୍ରାପଡ଼ା : ଇଞ୍ଜେକସନ୍ ନେଇ ନାବାଳକର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ସମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ବାଳିକଣା ଗାଁ ମେଘନାଦ ବାରିକଙ୍କ ପୁଅ ସୁବ୍ରତଙ୍କୁ ଜ୍ୱର ନ ଛାଡ଼ିବାରୁ ଗାଁରେ ଥିବା ଇନ୍ଦ୍ରଜିତ ବିଶ୍ୱାସଙ୍କ ମେଡିକାଲ ଷ୍ଟୋରକୁ ନେଇଯାଇଥିଲେ। ସେଠାରେ ସୁବ୍ରତଙ୍କୁ କ୍ୱାକ୍ ଇଞ୍ଜେକସନ୍ ଦେଇଥିଲେ। ତେବେ କ୍ୱାକ୍ ସୁବ୍ରତଙ୍କୁ ଇଞ୍ଜେକସନ ଦେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ସହ ପାଟିରୁ ଫେଣ ବାହାରିଥିଲା। ଏହାର କିଛି ସମୟ ମଧ୍ୟରେ ତାଙ୍କର […]
ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ୩୫କେଜି ସୁନା ଦାନ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୪କୋଟି ଟଙ୍କା । ଦିଲ୍ଲୀର ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଏହି ଦାନ କରିଥିବାବେଳେ ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖାଯାଇଛି । ଏହି ସୁନା ମନ୍ଦିରର ମୁଖ୍ୟ କବାଟ ଏବଂ ଏକ ପ୍ଲେଟ ପ୍ରସ୍ତୁତ କରାଯାଇ ଛାତ ତଳେ ଲଗାଯାଇଛି। କୁହାଯାଉଛି ସିଦ୍ଧିବିନାୟକ ମନ୍ଦିରରୁ ଏଭଳି ଦାନ ଇତିହାସରେ ପ୍ରଥମ । ମାଘୀ ଗଣେଶ ଜୟନ୍ତୀ ପାଇଁ ଗତ […]
ଛତିଶଗଡ଼ : ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ୨ ବିଏସ୍ଏଫ୍ ଯବାନ ସହିଦ୍। କାଙ୍କେର ଜିଲ୍ଲା ମହାଲ ଜଙ୍ଗଲରେ ବିଏସ୍ଏଫ୍ ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପଟରୁ ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି। ଏଥିରେ ଗୁରୁତର ଥିବା ଅନ୍ୟ ୨ ଯବାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।
କଚ୍ଛ : ଘର ଭିତରେ ପଶିଲା ବାଘ । ଗୁଜରାଟର କଚ୍ଛ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜିଲ୍ଲାର ମୋତିଗଧ୍ୟାର ଗାଁରେ ଜଣଙ୍କ ଘର ଭିତରେ ଏକ କଲରା ପତରିଆ ବାଘ ପଶି ଆସିଥିଲା। ଏହି ସମୟରେ ଘରେ କେହି ନଥିଲେ । ପରେ ଘର ମାଲିକ ଆସି ବାଘକୁ ଦେଖିବାପରେ ଭୟଭୀତ ହୋଇଯାଇଥିଲେ। ତେବେ ସେ ଘର ବାହାରକୁ ଦଉଡ଼ି ପଳାଇ ଆସି ବାହାରପଟୁ କବାଟ ବନ୍ଦ କରି ଦେଇଥିଲେ। ସୌଭାଗ୍ୟବଶତଃ ବାଘଟି କାହାକୁ […]