ମୁମ୍ୱାଇ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ସାକୋଲିରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଲ ଉପରୁ ଏକ ଟ୍ୟାକ୍ସି ତଳେ ଯାଇଥିବା ଚୁଲବନ୍ଦ ନଦୀରେ ଖସି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଫେରାର ରହିଛି। ସୂଚନାଯୋଗ୍ୟ, ପୋଲ ଉପରେ ଟ୍ୟାକ୍ସିଟି ଯାଉଥିବା ବେଳେ ତାର ଟାୟାର ଫାଟି ଯାଇଥିଲା। ଏହାପରେ ନିୟନ୍ତ୍ରଣ ହରାଇ ପୋଲର ରେଲିଂ ଭାଙ୍ଗି ଟ୍ୟାକ୍ସି ୮୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା […]
ଭୁବନେଶ୍ୱର : ଆପଣ ଏଟିଏମ୍ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ। ଏହା ଏକ କାହାଣୀ, ବାସ୍ତବ ନୁହେଁ। ଆଉ ଏପରି ଏକ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍ର ଫିଲ୍ମ ‘ପ୍ରେମ ଏଟିଏମ୍’। ପିଲ୍ମର ସୁଟିଂ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ଦୀର୍ଘାୟୁ ହୁଅନ୍ତୁ। ମୋଦିଙ୍କ ସହିତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନେତା ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ହରାଇ ଆମେଠିର ସାଂସଦ […]
ନୂଆଦିଲ୍ଲୀ: ୧୭ ତମ ଲୋକସଭାର ବାଚସ୍ପତି ହେଲେ ବିଜେପି ସାଂସଦ ଓମ୍ ବିର୍ଲା। ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ୧୬ ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିଲେ। ହେଲେ ଚଳିତଥର ସେ ନିର୍ବାଚନ ଲଢ଼ି ନଥିଲେ। […]
କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ପ୍ରସିଦ୍ଧ ମଡେଲଙ୍କୁ ଅସଦାଚରଣ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୦ ମସିହାର ମିସ ଇଣ୍ଡିଆ ୟୁନିଭର୍ସ ହୋଇଥିବା ଉଷସୀ ସେନଗୁପ୍ତାଙ୍କୁ କିଛି ଯୁବକ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣା ସମ୍ବନ୍ଧିତ ଅସଦାଚରଣର ଏକ ଭିଡିଓକୁ ମଧ୍ୟ ନିଜ ଫେସବୁକରେ ପୋଷ୍ଟ କରିଛନ୍ତି। ନିଜ ସହକର୍ମୀ ସହ ସେ ଘରକୁ ଫେରୁଥିବାବେଳେ ବାଇକରେ ଯାଉଥିବା କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା […]
ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ଦଳକୁ ସୋଶାଲ୍ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଛି। କିନ୍ତୁ ଏହାରି ମଧ୍ୟରେ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ ଅଭିନେତ୍ରୀ ବୀଣା ମଲ୍ଲିକଙ୍କ ଟ୍ୱିଟର୍ ଓ୍ୱାର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଟେନିସ୍ ସୁନ୍ଦରୀ ତଥା ପାକିସ୍ତାନ କ୍ରିକେଟର୍ ସୋଏବ ମଲ୍ଲିକଙ୍କ ପତ୍ନୀ ସାନିଆ ମିର୍ଜା ଓ ଅଭିନେତ୍ରୀ ବୀଣା ମଲ୍ଲିକ ଟ୍ୱିଟର୍ରେ ପରସ୍ପରକୁ ଜୋରଦାର ଆକ୍ଷେପ ଓ ପ୍ରତି ଆକ୍ଷେପ […]
ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଏ ପ୍ରସଙ୍ଗ ସହ ଆଉ ୫ଟି ବିଷୟରେ ଏହି ବୈଠକରେ ଆଲୋଚନା ହେବ। ଏହି ସର୍ବଦଳୀୟ ବୈଠକରେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ବାରମ୍ବାର ନିର୍ବାଚନ ହେବା ଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ରୋକିବା ପ୍ରସଙ୍ଗରେ ବୈଠକରେ ସବୁ ଦଳର ନେତା ଆଲୋଚନା କରିବେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ନୂଆଦିଲ୍ଲୀ: ଗତକାଲି ଆଫଗାନିସ୍ତାନର ପୂର୍ବ ନାଂଗରହାର ପ୍ରାନ୍ତର ରାଜଧାନୀ ଜଲାଲାବାଦର ଏକ ପୁଲିସ ସୁରକ୍ଷାକର୍ମୀଙ୍କ ଚେକିଂ ପୋଷ୍ଟ ନିକଟରେ ଜଣେ ଆତଙ୍କବାଦୀ ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ବିସ୍ପୋରଣ କରିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନାଂଗରହାର ପ୍ରାନ୍ତର ରାଜ୍ୟପାଳଙ୍କ ମୁଖପାତ୍ର ଅତାହୁଲ୍ଲାହ ଏହି ଆତ୍ମଘାତୀ ଆକ୍ରମଣ ଇସଲାମିକ ଷ୍ଟେଟ (ଆଇଏସ) ଦ୍ୱାରା କରାଯାଇଛି ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଛୋଟ ପିଲା […]
ବିଶକେକ୍: ଭାରତ ସହ ଦ୍ୱିପାକ୍ଷିକ ଆଲୋଚନା ଆଶା ବହୁତ୍ କମ୍। ତଥାପି ଭାରତ ସହ ଭଲ ସମ୍ପର୍କ ନେଇ ଆଶା ଛାଡ଼ି ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍। ଏସସିଓ ବୈଠକରେ ଯୋଗଦେବା ପୂର୍ବରୁ ଋଷିଆର ଖବର ସରବରାହ ସଂସ୍ଥା ସ୍ପଟନିକକୁ ଗତକାଲି ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଏହି ସାକ୍ଷାତକାରରେ ସେ ମୁଖ୍ୟତଃ ଭାରତ ସହ ତାଙ୍କ ଦେଶର ମତ ଓ ଆଭିମୁଖ୍ୟ କ’ଣ ରହିଛି ସେ ବାବଦରେ ଇମରାନ ଖାନ […]
ମୁମ୍ବାଇ : ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନରସ୍ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନରସ୍ ଅପ୍ ମହମ୍ମଦ ଫୈଜ୍ ହୋଇଛନ୍ତି। ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୁର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର […]