ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ। ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ ଏୟାରରେ ଡାଇଭ୍ ମାରି ବଲକୁ ରୋକିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ଏବଂ ତଳେ ଗଳି ପଡ଼ିଥିଲେ। ତେବେ ରାହୁଲ ଯନ୍ତ୍ରଣା ଅନୁଭୂତ କରିବା […]
ବର୍ମିଂହାମ: ରବିବାର ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଇଂଲଣ୍ଡ । ଏଜବାଷ୍ଟନରେ ଦର୍ଶକଙ୍କ କ୍ଷମତା ୨୫ହଜାର ରହିଛି। ଗ୍ୟାଲେରୀରେ ଇଂଲଣ୍ଡ ଅପେକ୍ଷା ଭାରତୀୟ ପ୍ରଶଂସକଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ମଧ୍ୟ ଭାରତ ମ୍ୟାଚ୍ ଗୁଡ଼ିକରେ ପ୍ରଶଂସକଙ୍କ ଜୋରଦାର ଭିଡ଼ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଏଜବାଷ୍ଟନରେ କିଛି ଗ୍ରୀନ୍ ଜର୍ସି ପିନ୍ଧିଥିବା ପାକିସ୍ତାନୀ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଏମାନେ ଭାରତୀୟ ଟିମକୁ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି। […]
ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସ୍ ନାମ ଡିଜିଜନ୍ ରିଭ୍ୟୁ ସିଷ୍ଟନ୍ ବଦଳରେ “ଧୋନି ରିଭ୍ୟୁ ସିଷ୍ଟମ’ ରଖିଛନ୍ତି। ଏଭଳି ସ୍ଥିତିରେ ଡିଆରଏସ୍ ନେବା ମାମଲାରେ ଧୋନି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସବୁଠାରୁ ବଡ଼ ଅସ୍ତ୍ର। ଧୋନି ଡିଆରଏସ୍ ନେବାରେ […]
ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ଟିମକୁ ଦୁଇ ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ […]
ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଶ ଏ ସମ୍ପର୍କରେ ଆଲୋଚନା କରି କରିଡର୍ ନିର୍ମାଣର ରୂପରେଖ ସ୍ଥିର କରିବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ ଯୋଗଦେବା ପାଇଁ ଭାରତ ସରକାର ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ […]
ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ ଥିବା ଦୁଇ ନାବାଳକଙ୍କ ଠାରୁ ୨୦୦ ଟଙ୍କା ଧାର ନେଇଥିଲେ। ତେବେ ଏହାକୁ ସେ ନ ଶୁଝିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେମାନେ […]
ମୁମ୍ୱାଇ: ଆଗକୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଧାରିତ ଫିଲ୍ମ। ଫିଲ୍ନ ନିର୍ମାତା ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି ଏହା ଘୋଷଣା କରିଛନ୍ତି। ତେବେ ଏହି ୨୬/୧୧ ଫିଲ୍ମଟି କେବଳ ମରାଠୀ ଭାଷାରେ ରିଲିଜ୍ ହେବ ବୋଲି ସେ କହିଛନ୍ତି। ସଞ୍ଜୟ ନିକଟରେ ରିଲିଜ୍ ହୋଇଥିବା ବାଲ୍ ଠାକରେଙ୍କ ଜୀବନୀ ସମ୍ବଳିତ ଫିଲ୍ମ ନିର୍ମାଣ କରିଥିଲେ। ଆଗାମୀ ଦିନରେ ବାଲ ଠାକରେ ଫିଲ୍ନର ଦ୍ୱିତୀୟ ଭାଗ […]
ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି। #WATCH Telangana: A […]
ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍ ଜଙ୍ଗ ଉନ୍ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍ ଜୋନ୍ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]
ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍ ୟୁନିଟି ବେହାଲ ହୋଇଛି। ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ […]
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଆଜି ପ୍ରଥମ ଥର ପାଇଁ “ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ନିଜର ମନର କଥା କହିଛନ୍ତି। ଦୀର୍ଘ ୪ମାସ ପରେ ଲୋକଙ୍କ ସହ ନିଜ ମନର କଥା କହୁଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଦେଶବାସୀ ଦ୍ୱିତୀୟ ଥର ପାଇଁ ତାଙ୍କ ସରକାରକୁ ଭୋଟ ଦେବେ ବୋଲି ସେ ଆଶା ରଖିଥିଲେ। ଦେଶବାସୀ ମଧ୍ୟ ତାଙ୍କ ଆଶାକୁ ବଜାୟ ରଖିଥିବାରୁ […]
ରାୟପୁର: ମଞ୍ଚ ଉପରେ କର୍ମୀଙ୍କ ଆଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କାନ୍ଦିଛନ୍ତି। ଛତିଶଗଡ଼ ପ୍ରଦେଶ କଂଗ୍ରେସ ସଭାପତି ପଦବୀରୁ ସେ ଇସ୍ତଫା ଦେଇଛନ୍ତି ଓ ଏହି ଅବସରରେ ଆଜି ଏକ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। କର୍ମୀଙ୍କୁ ଆଖି ଛଳ ଛଳ କରି ଉଦବୋଧନ ଦେଉଥିବା ବେଳେ ହଠାତ କାନ୍ଦି ପକାଇଥିଲେ ବାଘେଲ। ଆଜି ନୂଆ ପିସିସି ସଭାପତି ଭାବରେ ମୋହନ ମର୍କମଙ୍କୁ ଦଳ ନିଯୁକ୍ତି ଦେଇଛି। ବାଘେଲ କାନ୍ଦୁଥିବା ବେଳେ ଦଳୀୟ […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସ୍ଥାନ ନେବେ ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ ସିନ୍ଦେ। ଜାତୀୟ ଇଂରାଜୀ ଖବରକାଗଜ ‘ସଣ୍ଡେ ଗାର୍ଡିଆନ୍’ ଏହି ଖବର ପ୍ରକାଶ କରିଛି। ସିନ୍ଦେଙ୍କ ନାମରେ ପରିବାର ରାଜନୀତି, ଜାତି ରାଜନୀତି ଆଦି ପ୍ରସଙ୍ଗ ଲାଗିନଥିବାରୁ କଂଗ୍ରେସର ବରିଷ୍ଠ ନେତା ଏବଂ ଗାନ୍ଧି ପରିବାର ସୁଶୀଲ କୁମାର ସିନ୍ଦେଙ୍କ ନାମକୁ ଅଧିକ ପସନ୍ଦ କରିଛନ୍ତି ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ନେତା ଉପ ରାଷ୍ଟ୍ରପତି ଦୌଡ଼ରେ ମଧ୍ୟ ଥିଲେ। ହେଲେ ବିଜେପିର ଉପରାଷ୍ଟ୍ରପତି […]
ଲଣ୍ଡନ: ଇଂଲଣ୍ଡକୁ ହରାଇ ସେମି ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ରେ ପ୍ରଥମେ ବୋଲିଂ କରିବ। ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍। ଏହି ମ୍ୟାଚ୍ରେ ଟସ୍ ଜିତି ଇଂଲିଶ ଟିମ୍ ଅଧିନାୟକ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଆଜି ଉଭୟ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଟିମ୍ ଇଣ୍ଡିଆ ୪ ନଂରେ ବ୍ୟାଟିଂ କରୁଥିବା ବିଜୟ ଶଙ୍କରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେଇଛି। […]
ମୁମ୍ୱାଇ: ବଲିଉଡର ବାଦଶାହଙ୍କୁ ପାଠ ପଢାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ହେଲେ କ’ଣ ପାଇଁ ଜାଣିଛନ୍ତି। ବାଇକ୍ ଚଳାଇବା ବେଳେ ଶାହାରୁଖ ହେଲମେଟ ପିନ୍ଧି ନ ଥିବାରୁ ଏହା ଦେଖି ଉପଦେଶ ଦେବାକୁ ଭୁଲି ନାହାନ୍ତି ଏହି କ୍ରିକେଟ ସୁପରଷ୍ଟାର। ଆଉ ମଜାଳିଆ ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି ବାଜିଗର। ବଲିଉଡର ବାଦଶାହ ଶାହାରୁଖ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରା କରି ସାରିଲେଣି। ୧୯୯୨ ମସିହାରେ ଆସିଥିବା ଫିଲ୍ମ ‘ଦିବାନା’ରୁ ନିଜ ଫିଲ୍ମି […]
ମ୍ୟାଞ୍ଚେଷ୍ଟର୍: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ପୁଣିଥରେ ସମସ୍ୟା ହୋଇ ଦେଖା ଦେଇଛି। ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମୁକାବିଲାରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ଏହି ମୁକାବିଲା ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୨୬୯ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଓପନିଂ ଯୋଡ଼ି ପୁଣି […]
ଭୁବନେଶ୍ୱର: ଦେଶର ପ୍ରାୟ ୭୫ ପ୍ରତିଶତ ଲୋକେ ଚାହା ପିଇବାକୁ ପସନ୍ଦ କରନ୍ତି। ଆଉ ବିଶେଷ କରି ଅଦା ଚାହା ପିଇବାକୁ ବେଶି ପସନ୍ଦ କରନ୍ତି। ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଦା ଚା’ କପେ ପିଇଦେଲେ ପୂରା ଫ୍ରେଶ୍ ଲାଗିଥାଏ। କୁହାଯାଏ ଏହି ଚାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ। ଏହା ଥଣ୍ଡା କାଟିବା ସହ ହଜମ କ୍ରିୟାକୁ ମଧ୍ୟ ସହଜ କରେ। ହେଲେ ଆପଣ ଜାଣନ୍ତି, ସବୁ ସମୟରେ ଏହାକୁ […]
ମୁମ୍ବାଇ: ଭାରତୀୟ ସଂଗୀତ ଯାଦୁଗରଙ୍କ ଦୁନିଆରେ ରାହୁଲ ଦେବ୍ ବର୍ମନ୍ ବା ଆରଡି ବର୍ମନ୍ ଓରଫ ପଞ୍ଚମ ଦା’ଙ୍କ ନାମ ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଇ ପଞ୍ଚମ ଦା’ ଡାକଟି କେମିତି ତାଙ୍କ ନାଁ ସହ ଯୋଡ଼ି ହେଲା? କେଉଁଠୁ ଆସିଲା ଏ ନାଁ। ଆଜି ଆରଡି ବର୍ମନ୍ଙ୍କ ୮୦ତମ ଜନ୍ମ ଦିବସ ଆଉ ଏଇ ଅବସରରେ ଆମେ ଆପଣଙ୍କୁ କହିବୁ ସେହି ‘ପଞ୍ଚମ’ ନାମ ସହିତ ଜଡ଼ିତ କିଛି ମନଛୁଆଁ କାହାଣୀ। ସଂଗୀତ ଦୁନିଆରେ […]
ମୁମ୍ବାଇ: ମହାରାଷ୍ଟ୍ର ସରକାର ପାରିତ କରିଥିବା ବହୁ ଚର୍ଚ୍ଚିତ ମରାଠା ଆରକ୍ଷଣ ବିଲ୍କୁ ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ କାଏମ୍ ରଖିଛନ୍ତି। କୋର୍ଟ ଏହି ଅବସରରେ କହିଛନ୍ତି ରାଜ୍ୟ ସରକାର ନିଜ ଅଧିକାର ଭିତରେ ସୀମିତ ରହି ଏହି ବିଲ୍ ଆଣିଛନ୍ତି। ତେବେ ହାଇକୋର୍ଟ କହିଛନ୍ତି, ଆରକ୍ଷଣର ମାତ୍ରା ୧୬% ହେବା ଉଚିତ ନୁହେଁ। ପଛୁଆ ବର୍ଗଙ୍କ ପାଇଁ ଗଠିତ ବ୍ୟାକ୍ୱାର୍ଡ କମିଶନ୍ଙ୍କ ସୁପାରିସ ଅନୁଯାୟୀ ଏହା ୧୨-୧୩ ପ୍ରତିଶତ ମଧ୍ୟରେ ସୀମିତ ରହିବ। କୋର୍ଟ ମରାଠା […]
ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର ଅହମଦଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଜମ୍ମୁ କଶ୍ମୀର ଗସ୍ତରେ। […]
ସୋପିଆନ୍: ଦକ୍ଷିଣ କଶ୍ମୀରର ସୋପିଆନ୍ରେ ଥିବା ଐତିହାସିକ ମୋଗଲ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିକ୍ନିକ୍ ପାଇଁ ଯାଉଥିବା କମ୍ପ୍ୟୁଟର ଛାତ୍ରଛାତ୍ରୀଙ୍କ ଟେମ୍ପୋ ଘାଟିରୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପୁଲିସ୍ର ସୂଚନା ଅନୁଯାୟୀ, ଟେମ୍ପୋଟି ପୁଞ୍ଚରୁ ସୋପିଆନ୍ ଯାଉଥିଲା। ଏହି ଟେମ୍ପୋରେ ଏକ ଘରୋଇ […]