• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

5
ଜିତେନ୍ଦ୍ରଙ୍କର ଏହି ସର୍ତ୍ତ ଯୋଗୁ ବିବାହ କରିନାହାନ୍ତି ଏକତା କପୁର

ମୁମ୍ୱାଇ: ଟେଲି ଜଗତର କୁଇନ୍‌ କହିଲେ ଜିତେନ୍ଦ୍ର ତନୟା ଏକତା କପୁରଙ୍କୁ ହିଁ ବୁଝାଇଥାଏ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ। ବହୁ ହିଟ୍‌ ଟିଭି ସିରିଏଲ ଏକତାଙ୍କ ନାମରେ ରହିଛି। ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ ପ୍ରସ୍ପୁଟିତ କରି ପାରୁଥିବା ଏକତାଙ୍କର କିନ୍ତୁ ବିବାହ ଉପରେ ଭରସା ନାହିଁ। ଏଥିଲାଗି ଏଯାଏ ସିଙ୍ଗଲ ଥିବା ଏକତା କିଛି ଦିନ ହେବ ସରୋଗେସି ଜରିଆରେ ଏକ […]

55
ଦୁବାଇ ବସ୍‌ ଦୁର୍ଘଟଣାରେ ୧୭ ମୃତ

ଦୁବାଇ: ଦୁବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ରହିଛନ୍ତି। ମୃତାହତଙ୍କ ସମ୍ପର୍କରେ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସରୁ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ଭାରତୀୟଙ୍କ ପରିଚୟ ମିଳିଛି। ସେମାନେ କେରଳ, ଆନ୍ଧ୍ର ଏବଂ ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ଆହତ ହୋଇଥିବା ୧୦ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁବାଇର ଅଲ୍ ରସିଦିଆ ଛକରେ ଯାତ୍ରୀବାହୀ […]

mm
ବାୟୁସେନାର ନିଖୋଜ ବିମାନରେ ଅଛନ୍ତି ଜଣେ ଓଡ଼ିଆ ଅଫିସର

ପୁନେ: ବାୟୁସେନାର ନିଖୋଜ ବିମାନ AN-32ରେ ରହିଛନ୍ତି ଜଣେ ଓଡ଼ିଆ ଅଫିସର। ସେହି ଓଡ଼ିଆ ଅଫିସର୍ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନିତ ମହାନ୍ତି। ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନିତ ମହାନ୍ତି AN-32 ବିମାନରେ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଲିଆପଲ୍ଲୀରେ ବୋଲି ଜଣାପଡ଼ିଛି। ଆସାମ ଜୋରହାଟ୍‌ରେ ସେ କାର୍ଯ୍ୟରତ ଥିଲେ। ଘଟଣା ପରଠୁ AN-32 କିମ୍ବା ସୁନିତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଗତ ତିନି ତାରିଖ ଦିନ AN-32 ବିମାନ ୧୩ ଜଣଙ୍କୁ […]

FAWAD
ଧୋନିଙ୍କୁ ସମାଲୋଚନା କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ବଳିଦାନ ବ୍ୟାଜ୍ ଲାଗିଥିବା ଗ୍ଲୋଭସ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି ଉଠାଇଛି। ଇମ୍ରାନ୍ ଖାନଙ୍କ ସରକାରରେ ବିଜ୍ଞାନ ଓ ଟେକ୍ନୋଲୋଜି ମନ୍ତ୍ରୀ ଥିବା ଚୌଧୁରୀ ଫୱାଦ ହୁସେନ୍ ଏହି ମାମଲାରେ ଧୋନିଙ୍କ ସମେତ ଭାରତୀୟ ଗଣାମାଧ୍ୟମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଧୋନି ଇଂଲଣ୍ଡରେ କ୍ରିକେଟ୍ ଖେଳିବାକୁ ଯାଇଛନ୍ତି, କୌଣସି ମହାଭାରତ ଯୁଦ୍ଧ ପାଇଁ ଯାଇନାହାନ୍ତି। ଏବେ […]

f-1
ପାସପୋର୍ଟ ଆଣିବାକୁ ଭୁଲି ଗଲେ ପାଇଲଟ୍‌, ଆସି ପାରିଲେନି ପ୍ରଧାନମନ୍ତ୍ରୀ

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆଣିବାକୁ ଫିନଲ୍ୟାଣ୍ଡ ଯାଉଥିବା ସ୍ୱତନ୍ତ୍ର ବିମାନର ପାଇଲଟ୍‌ଙ୍କ ଏକ ଅଜବ କାଣ୍ଡ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ସେ ବାଂଲାଦେଶରୁ ସ୍ୱତନ୍ତ୍ର ବିମାନ ନେଇ ଫିନଲ୍ୟାଣ୍ଡ ଯିବାର ଥିଲା। ସେଠାରେ ସେ ୩ଟି ଦେଶ ଗସ୍ତରେ ଥିବା ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ସ୍ୱଦେଶ ଆଣିଥାଆନ୍ତେ। ହେଲେ କତାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଇଲଟ୍‌ ଜଣଙ୍କ ବିନା ପାସ୍‌ପୋର୍ଟରେ ଯାଉଥିବା ଜଣାପଡ଼ିଥିଲା। ପାସ୍‌ପୋର୍ଟ ନଥିବାରୁ ବାଂଲାଦେଶ ଏୟାରଲାଇନ୍ସର ଏହି […]

w-7
‘ଭାଏଗ୍ରା’ ଖୋଜୁ ଖୋଜୁ ଚାଲିଗଲା ଜୀବନ

କାଠମାଣ୍ଡୁ: ହିମାଳୟରେ ଦୁର୍ଲଭ ଔଷଧୀୟ ବୃକ୍ଷରୁ ମିଳୁଥିବା ‘ହିମାଲୟାନ ଭାଏଗ୍ରା’ ନାଁରେ ପରିଚିତ ଏକ କାମୋଦ୍ଦୀପକ ଜଡ଼ିବୁଟି ୟସରଗୁମ୍ବା ଖୋଜିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ହିମାଳୟାନ ଭାଏଗ୍ରା ଖୋଜିବା ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ସେ ତାଙ୍କ ମା’ଙ୍କ ସହ ହିମାଳୟ ପର୍ବତ ଉପରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ନେପାଳର ଡୋଲପା ଜିଲ୍ଲାରେ […]

333
କାଠ ଘରେ ଲାଗିଗଲା ନିଆଁ

ଶିମ୍‌ଲା: ଗତକାଲି ଶିମଲା ଲକ୍କଡ୍ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ ହେବା ସହ ଧୂଆଁ ବାହାରିଥିଲା। ସୂଚନା ମୁତାବକ, ଲକ୍କଡ ବଜାରର ବସଷ୍ଟାଣ୍ଡ ନିକଟରେ ଥିବା ଏକ କାଠ ତିଆରି ୬ ମହଲା ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଏହା ପାଖରେ ଥିବା ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଏବେ ଭୟଙ୍କର ଥିଲା ଯେ, ୬ ମହଲା ଘରଟି ସଂପୂର୍ଣ୍ଣ ଭୁଶୁଡି ପଡିଛି। ତେବେ ଘରେ […]

msdhonigloves
ଧୋନିଙ୍କ ଗ୍ଲୋଭ୍‌ସକୁ ବିରୋଧ କଲା ଆଇସିସି

ଲଣ୍ଡନ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ବର୍ତ୍ତମାନ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଆଇସିସି ଧୋନିଙ୍କ ଗ୍ଲୋଭସରେ ଥିବା ଭାରତୀୟ ପାରା ସ୍ପେଶାଲ୍ ଫୋର୍ସର ପ୍ରତୀକ ଚିହ୍ନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଏ ନେଇ ଆଇସିସି ବିସିସିଆଇକୁ ଅବଗତ କରାଇଛି। ଧୋନି ତୁରନ୍ତ ନିଜ ଗ୍ଲୋଭସରୁ ଏହି ପ୍ରତୀକ ଚିହ୍ନ ହଟାନ୍ତୁ ବୋଲି ଆଇସିସି ବିସିସିଆଇକୁ ଅନୁରୋଧ କରିଛି। ଧୋନି ପାରା ସ୍ପେଶାଲ ଫୋର୍ସକୁ ସମ୍ମାନ ଦେବା […]

wq-1
ଇସ୍ରାଏଲ ସହ ଡିଲ୍‌ କଲା ଭାରତ, କିଣିବ ଆଉ ୧୦୦ ‘ବାଲାକୋଟ୍‌’ ବୋମା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍‌ ସମୟରେ ଭାରତ ବ୍ୟବହାର କରିଥିବା ସ୍ପାଇସ ବୋମାକୁ ଏବେ ଅଧିକ ପରିମାଣରେ କିଣାଯିବ। ଆଉ ୧୦୦ଟି ସ୍ପାଇସ ବୋମା କିଣିବାକୁ ଆଜି ଭାରତ ସରକାର ଇସ୍ରାଏଲ୍‌ ସହ ଚୁକ୍ତି କରିଛନ୍ତି। ଏହି ବୋମାକୁ ବ୍ୟବହାର କରି ଭାରତୀୟ ବାୟୁସେନା ଫେବୃଆରୀ ୨୬ରେ ବାଲାକୋଟରେ ଥିବା ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କରି ଦେଇଥିଲା। ବୋମା ପାଇଁ ଇସ୍ରାଏଲ୍‌ ସହ ୩୦୦ କୋଟି ଟଙ୍କାର ଡିଲ୍‌ ହୋଇଛି। ଆସନ୍ତା ୩ମାସ ମଧ୍ୟରେ […]

ur-1
ନିଖୋଜ ବାୟୁସେନା ବିମାନକୁ ଖୋଜିବ ଡ୍ରୋନ୍‌

ନୂଆଦିଲ୍ଲୀ: ମଝି ଆକାଶରେ ଉଡ଼ୁଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଥିବା ଏଏନ୍‌-୩୨ ବିମାନର କୌଣସି ପତ୍ତା ମିଳିପାରୁ ନାହିଁ। ବାୟୁସେନା, ସ୍ଥଳ ସେନା ଓ ଇସ୍ରୋ ସର୍ଚ୍ଚ ଅପରେସନ କରୁଛନ୍ତି, ହେଲେ ବିମାନ କିମ୍ବା ଏହା ମଧ୍ୟରେ ଥିବା ୧୩ ଜଣଙ୍କର ଏଯାଏ କୌଣସି ସନ୍ଧାନ ମିଳିନାହିଁ। ଏବେ ନିଖୋଜ ବିମାନ ସନ୍ଧାନରେ ମାନବ ବିହୀନ ଡ୍ରୋନ ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି। ସୋମବାର ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ […]

hovckey
ବୃହତ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର: ଆଜିଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ହକି ଟିମ୍ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଭାରତ ତା’ର ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ରୁଷକୁ ୮-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚରେ ଭାରତ ଉନ୍ନତ ପ୍ରଦର୍ଶନ କରି ରୁଷକୁ ସବୁ ବିଭାଗରେ ପଛରେ ପକାଇଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ (୩୨ତମ ଓ ୪୮ତମ) ଓ ଆକାଶଦୀପ ସିଂହ (୪୨ତମ […]

taxpayer_bandit2523
ଟିକସ ନଠକିଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ନିଆରା ପ୍ରୟାସ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଯେଉଁ ଟିକସଦାତାମାନେ ଠିକ୍‌ ସମୟରେ ଟିକସ ପୈଠ କରିବେ ସେମାନଙ୍କୁ ସମ୍ମାନିତ କରାଯିବ। ଏଥିପାଇଁ ସରକାର ଖୁବ୍‌ ଶୀଘ୍ର ଏକ ନୂତନ ସ୍କିମ୍‌ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସାଙ୍ଗରେ ଚା’ […]