• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

lateesha-1200
ଅକ୍ସିଜେନ୍ ସିଲିଣ୍ଡର ଲଗାଇ ପରୀକ୍ଷା ଦେଲେ ଛାତ୍ରୀ

ଥିରୁଅନନ୍ତପୁରମ୍‌: ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ୟା ଶକ୍ତିହୀନ। ଆଉ ଏହି ଉକ୍ତିକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି, କେରଳର ୨୪ ବର୍ଷୀୟା ଛାତ୍ରୀ ଲାଥେଶା ଅଂସାରୀ। ଜଟିଳ ହାଡ଼ ଜନିତ ସମସ୍ୟା ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ସତ୍ତ୍ୱେ ହ୍ୱିଲ୍ ଚେୟାରରେ ଅକ୍ସିଜେନ୍ ସିଲିଣ୍ଡର ଲଗାଇ IAS ପରୀକ୍ଷା ଦେଇଛନ୍ତି ଲାଥେଶା। ଯାହାର ଏକ ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ଲାଥେଶାଙ୍କୁ ସମସ୍ତେ ଭୂରିଭୂରି ପ୍ରଶଂସା ମଧ୍ୟ କରିଛନ୍ତି। ସୂଚନା […]

pic
୨୦୧୯ ସାଧାରଣ ନିର୍ବାଚନ ଥିଲା ସବୁଠାରୁ ବ୍ୟୟବହୁଳ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ହିସାବ ଏବେ ବିଭିନ୍ନ ସର୍ଭେ ସଂସ୍ଥା କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ୱରେ ଭାରତର ଚଳିତ ସାଧାରଣ ନିର୍ବାଚନ ସବୁଠୁ ବ୍ୟୟବହୁଳ ଥିଲା। ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଖର୍ଚ୍ଚର ପରିମାଣ ଡବଲ୍ ହୋଇଛି। ସପ୍ତଦଶ ଲୋକସଭା ନିର୍ବାଚନର ସାତଟି ପର୍ଯ୍ୟାୟରେ ମୋଟ ୬୦ ହଜାର କୋଟି ଟଙ୍କା (୮.୭ ବିଲିଅନ) […]

riteish-deshmukh_5cf2163322-750x430
ଜେନେଲିଆଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାର ଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍‌ଦାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି। ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍‌ […]

ajith-doval
ଅଜିତ୍‌ ଡୋଭାଲ୍‌ଙ୍କୁ ମୋଦି ଦେଲେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ କ୍ୟାବିନେଟ୍ ରାଙ୍କ୍‌ ମିଳିଛି। ଆଗାମୀ ପାଞ୍ଚ ବର୍ଷ ଯାଏ ଏହା ଲାଗୁ ରହିବ। ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଡୋଭାଲ୍‌ଙ୍କୁ ଏହି ପଦବୀ ମିଳିଛି। ୨୦୧୪ରେ ମୋଦି ସରକାର ଅମଳରେ ପ୍ରଥମ ଥର ପାଇଁ NSA ଭଳି ଗୁରୁ ଦାୟିତ୍ୱ ମିଳିଥିଲା। ତାଙ୍କ ନେତୃତ୍ୱରେ ହିଁ ପାକିସ୍ଥାନରେ ସର୍ଜିକାଲ୍ ଷ୍ଟାଇକ୍ କରିଥିଲା ଭାରତୀୟ ସେନା। ସର୍ଜିକାଲ୍ ଷ୍ଟାଇକ୍‌ରେ ଯୋଜନା, ସୁରକ୍ଷିତ ଭାବେ ଯବାନଙ୍କୁ ଫେରାଇ […]

ww
ପୁଅକୁ ଫ୍ୟାନ୍‌ରେ ଟାଙ୍ଗି ମାରିଦେଲା ବାପା

ବେଙ୍ଗାଲୁରୁ: ଚରମ ଆର୍ଥିକ ଦୁଃସ୍ଥିତି ଯୋଗୁ ଜଣେ ବାପା ତା’ର ନିଜର ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଘଟଣାଟି ହାଲର ବିଭୂତିନଗର ଠାରେ ଘଟିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ। ପୁଲିସ୍‌ ସୁରେଶଙ୍କୁ ଗିରଫ […]

121024-xkdeeykter-1559471104
ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଦୁର୍ବ୍ୟବହାର ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଇସଲାମାବାଦ: ପାକିସ୍ତାନରେ ଭାରତୀୟ ହାଇକମିଶନଙ୍କ ଇଫ୍‌ତାର ପାର୍ଟିରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କୁ ଦୁର୍ବ୍ୟବହାର ଘଟଣାକୁ ବିଭିନ୍ନ ଆଡୁ ନିନ୍ଦା କରାଯାଇଛି। ଏହି ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଜୋରଦାର ପ୍ରତିବାଦ କରିଥିଲା। ଇସଲାମାବାଦରେ ସେରେନା ହୋଟେଲରେ ଭାରତୀୟ ହାଇକମିଶନଙ୍କ ତରଫରୁ ଇଫତାର ପାର୍ଟିରେ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେବାକୁ ପାକିସ୍ତାନର ବିଭିନ୍ନ ପ୍ରଦେଶର […]

Arvind-kejriwal-Announces-D-644x362
ମେଟ୍ରୋ ଟ୍ରେନ୍‌ରେ ମାଗଣାରେ ଯିବେ ମହିଳା

ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି। ମେଟ୍ରୋ ଟ୍ରେନରେ ଏଣିକି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏଥିସହ ଡିଟିସି ଓ କ୍ଲଷ୍ଟର ବସରେ ମଧ୍ୟ ମହିଳାଯାତ୍ରୀମାନେ ମାଗଣାରେ ଯାଇପାରିବେ। ଏଥିପାଇଁ ଦିଲ୍ଲୀ ସରକାରଙ୍କର ୧୨ଶହ କୋଟି ଟଙ୍କା ରାଜସ୍ୱ ହାନି ହେବ। ଦିଲ୍ଲୀ ସରକାର ଏହି କ୍ଷତି ଭରଣା କରିବେ ବୋଲି ଅରବିନ୍ଦ କେଜରିୱାଲ କହିଛନ୍ତି। ତେବେ ଯେଉଁ ମହିଳାମାନେ ସବସିଡି ନେବାକୁ ଚାହିଁବେ ନାହିଁ, ସେମାନେ ଟିକେଟ କିଣି ଯାଇପାରିବେ ବୋଲି […]

health min
ସାଇକେଲ୍‌ ଚଢ଼ି ଅଫିସ୍‌ ଆସିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ସେ ସାଇକେଲ୍ ଚଢ଼ି ଅଫିସ୍ ଆସିଥିଲେ। ଅଫିସ୍‌ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କର୍ମଚାରୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଆଜି ହେଉଛି ବିଶ୍ୱ ସାଇକେଲ୍ ଦିବସ। ଏହି ଅବସରରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଇକେଲ୍ ଚଢ଼ି ଅଫିସ୍‌ ଆସିବା […]

Bom Blast
ବୋମା ବିସ୍ଫୋରଣରେ ୩୫ ମୃତ

ଇରାକର ସଦର ସହରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି।

Kangana Ranaut
କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।

11
ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ; ଦୁଇ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲା ମୋଲୁ-ଚିତ୍ରଗାମରେ ଯବାନଙ୍କ ସହ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୋଲୁ-ଚିତ୍ରଗାମରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗତ ରାତିରୁ ମିଳିତ ବାହିନୀ ଅପରେସନ ଆରମ୍ଭ କରିଥିଲେ। ମିଳିତ ବାହିନୀ ଚାରିପଟୁ ଘେରି ଯିବା ସହ ଆତ୍ମସମର୍ପଣ ପାଇଁ କହିଥିଲେ। ହେଲେ ଲୁଚି ରହିଥିବା ସ୍ଥାନରୁ ଆତ୍ମସମର୍ପଣ ପରିବର୍ତ୍ତେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରିଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ।