• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

monsoon.jpg.image.784.410
ବର୍ଷା ଦିନରେ ଏହିପରି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରା ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଚାତକ ପରି ବର୍ଷାକୁ ଅପେକ୍ଷା କରିଥାନ୍ତି। ବର୍ଷା ହେଲେ ଗରମରୁ ନିସ୍ତାର ମିଳିଥାଏ ସତ କିନ୍ତୁ ଏହା ଅନେକ ରୋଗକୁ ଡାକି ଆଣିଥାଏ। ଏହି ଋତୁକୁ ସଙ୍କ୍ରମଣ ଋତୁ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ଦିନରେ ଲୋକମାନେ ଥଣ୍ଡା, ଜ୍ୱର ଆଦି ବିଭିନ୍ନ ରୋଗରେ ପୀଡିତ ହୋଇଥାନ୍ତି। ଏବେ ବର୍ଷାଦିନ ଆରମ୍ଭ ହୋଇଗଲାଣି। ଯଦି ଆମେ ଆରମ୍ଭରୁ ସଜାଗ ନ ହେବା ତାହାଲେ ଆମକୁ […]

Nitish_Kumar_PTI
ବିହାରରେ ବିଜେପି-ଜେଡିୟୁ ମଧ୍ୟରେ ଫାଟ

ନୂଆଦିଲ୍ଲୀ: ବିଜେପି ଓ ତା’ର ବିହାର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ଦିନକୁ ଦିନ ବିବାଦ ତୀବ୍ର ହେବାରେ ଲାଗିଛି। ବିଜେପି ସାଂସଦ ଗୋପାଲ ନାରାୟଣ ସିଂହ ବିଜେପି-ଜେଡିୟୁ ମେଣ୍ଟ ଉପରେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ସେ ବିଜେପି ଓ ଜେଡିୟୁ ମେଣ୍ଟ ସ୍ୱାର୍ଥର ଗଠବନ୍ଧନ ବୋଲି କହିଛନ୍ତି। ଗୋପାଲ ସିଂହଙ୍କ ଏଭଳି ମନ୍ତବ୍ୟ ଉପରେ ଜେଡିୟୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗୋପାଲ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିଜେପି ଓ ଜେଡିୟୁ […]

Untitled-design-1_opt
ଆଫଗାନିସ୍ତାନକୁ ୩୧୨ ରନର ଟାର୍ଗେଟ୍ ଦେଲା ୱେଷ୍ଟଇଣ୍ଡିଜ୍

ଲିଡ୍ସ: ଚଳିତ ଆଇସିସି ବିଶ୍ୱକପର ୪୨ତମ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୩୧୨ ରନ୍ କରିବାକୁ ପଡ଼ିବ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏଭିନ୍ ଲୁଇସ୍ (୫୮), ଶାଇ ହୋପ୍ (୭୭) ଓ ନିକୋଲାସ ପୁରନ୍ (୫୮) ଅର୍ଦ୍ଧଶତକ ମାରିଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ୍ ଓ ଆଫଗାନିସ୍ତାନ ପାଇଁ ଏହି […]

Economic_Survey_EPS21
ସଂସଦରେ ଉପସ୍ଥାପିତ ହେଲା ଅର୍ଥନୀତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦ ଗୃହରେ ଇକନମିକ୍‌ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ବର୍ତ୍ତମାନର ଆର୍ଥିକ ସ୍ଥିତି ବାବଦରେ ତଥ୍ୟ ଦିଆଯିବା ସହିତ ବିଭିନ୍ନ ସମସ୍ୟାର ମୁକାବିଲା କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯିବ, ସେ ବାବଦରେ ମଧ୍ୟ ତଥ୍ୟ ରଖାଯାଇଛି। ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣିଅନ୍‌ ଏବଂ ତାଙ୍କ ଟିମ୍‌ ପ୍ରସ୍ତୁତ କରିଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୯-୨୦ରେ […]

a0aed72b-cfbf-4112-90e0-5b556f11c2d4
ହାଫିଜ୍‌ ଉପରେ ପାକିସ୍ତାନର କର୍ଯ୍ୟାନୁଷ୍ଠାନକୁ କଷମେଟିକ୍‌ ଷ୍ଟେପ୍ ବୋଲି କହିଲା ଭାରତ

ନୂଆଦିଲ୍ଲୀ: ଟ୍ରଷ୍ଟ ନାଁରେ ପାଣ୍ଠି ଯୋଗାଡ଼ କରି ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଓ ତା’ର ୧୨ ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ମାମଲା ରୁଜୁ କରିଥିବା କଥା କହିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ଭାରତ ସରକାର ଲୋକ ଦେଖାଣିଆ ବା କଷମେଟିକ୍‌ ଷ୍ଟେପ୍ ବୋଲି କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, “ ପାକିସ୍ତାନ ସରକାରଙ୍କ ଏହି ଲୋକଦେଖାଣିଆ କାର୍ଯ୍ୟାନୁଷ୍ଠାନ ବିଶ୍ୱାସଯୋଗ୍ୟ ନୁହେଁ। ଆତଙ୍କବାଦୀ […]

Rathajatra
ସୁରତରେ ରଥ ଟାଣିଲେ ଶହ ଶହ ଲୋକ

ସୁରତ: ସୁରତର ରଥଯାତ୍ରା ପାଳନ ପରମ୍ପରା ବହୁ ବର୍ଷ ପୂରୁଣା। ଏଠାରେ ଥିବା ଇସ୍କନ ମନ୍ଦିରର ରଥଯାତ୍ରା ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା। ଏଠାରେ ୧୭ କିଲୋମିଟରର ମାର୍ଗରେ ରଥ ଟଣାଯାଇଥାଏ, ଯେଉଁଥିରେ ଯୋଗଦେବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ସୁରତର ରେଲୱେ ଷ୍ଟେସନ୍‌ ଅଞ୍ଚଳରୁ ବାହାରୁଥିବା ଏହି ରଥଯାତ୍ରାରେ ଜନଗହଳି ଦେଖିଲେ ଆଖି ଖୋସି ହୋଇଯିବ। ପୁରୀ ରଥଯାତ୍ରା ପରି ଏଠାରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ମଧ୍ୟ […]

waa
କେକ୍ ଖାଇ ହାତୀ ପାଳିଲା ତା’ ମୁକ୍ତିର ପଞ୍ଚମ ବାର୍ଷିକୀ

ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ନାମକ ଏନ୍‌ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା। ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି। ପିଲାଦିନରୁ ରାଜୁ ଲୁହା […]

qaa
ପାହାଡ଼ରୁ ଖସୁଥିଲା ବଡ଼ ବଡ଼ ପଥର, କିନ୍ତୁ ଅମରନାଥ ଯାତ୍ରୀଙ୍କ ପାଇଁ ଢାଲ ସାଜିଲେ ଯବାନ

ନୂଆଦିଲ୍ଲୀ: ଦେଶର ଯବାନମାନେ କେମିତି ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବଳି ଚଢ଼ାଇ ଦିଅନ୍ତି, ତା’ର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅମରନାଥ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷାକର୍ମୀମାନେ ପାହାଡ଼ ଉପରୁ ଖସୁଥିବା ପଥରକୁ ରୋକିବା ପାଇଁ କେମିତି ପଦକ୍ଷେପ ନେଇଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି। ଜୁଲାଇ ୧ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ୪୫ ଦିନ ଧରି ହେବାକୁ ଥିବା ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ସାମିଲ […]

qw-1
ପରିବାରବାଦ: ୩୫ ବର୍ଷ ସମ୍ଭାଳିଥିଲେ ବାପା,ଏବେ ପୁଅକୁ ମିଳିଲା ଦାୟିତ୍ୱ

ଚେନ୍ନାଇ: ପରିବାରବାଦର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ତାମିଲନାଡୁର ପ୍ରମୁଖ ବିରୋଧୀ ଦଳ ଡିଏମକେ ପରିବାରବାଦକୁ ଖୋଲା ପ୍ରୋତ୍ସାହନ ଦେଇଛି। ଯେଉଁ ଡିଏମକେ ଯୁବ ବାହିନୀର ମୁଖ୍ୟ ଭାବେ ଏମକେ ଷ୍ଟାଲିନ ୩୫ ବର୍ଷ ଧରି କାର୍ଯ୍ୟ କରିଥିଲେ, ଏବେ ଏହାର ଦାୟିତ୍ୱ ତାଙ୍କ ପୁଅ ତଥା ଅଭିନେତା ଉଦୟନିଧିଙ୍କୁ ମିଳିଛି। ତାଙ୍କୁ ଡିଏମକେ ଯୁବ ବାହିନୀର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସଚିବ ପଦରେ ଷ୍ଟାଲିନ ଦୀର୍ଘ ୩୫ ବର୍ଷ ଧରି କାର୍ଯ୍ୟ […]

p1
ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୋପାଲ: ସରକାରୀ ହସ୍ପିଟାଲ୍‌ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍‌ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍‌ରେ […]

shah-1562205717
ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଗୃହମନ୍ତ୍ରୀ

ଅହମ୍ମଦାବାଦ: ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ। ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର […]

nusrat_4784135_835x547-m
ରଥ ଟାଣିଲେ ନୁସ୍‌ରତ୍‌ ଜହାଁ

କୋଲକାତା: ପଶ୍ଚିମବଙ୍ଗ ଟିଏମସି ଦଳର ସାଂସଦ ତଥା ଅଭିନେତ୍ରୀ ନୁସ୍‌ରତ୍‌ ଜହାଁ ଆଜି କୋଲକାତା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସ୍‌ରତ୍‌ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ନୁସ୍‌ରତ୍‌ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଳତୀ କରିଥିଲେ। ଏହାପରେ ମମତାଙ୍କ ସହ ମିଶି ସେ ରଥ ଟାଣିଥିଲେ। ଏହି ସମୟରେ ନବବିବାହିତା ନୁସ୍‌ରତ୍‌ଙ୍କ ସ୍ୱାମୀ ନିଖିଳ ଜୈନ […]

jobs
ଫାଙ୍କା ପଡ଼ିଛି ୭ ଲକ୍ଷ ସରକାରୀ ଚାକିରି

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ରେଳ ବିଭାଗରେ ସର୍ବାଧିକ ୨.୬ […]

0
ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ […]

q-2
ଡ୍ୟାମ୍‌ ଭୁଶୁଡ଼ି ମୃତ୍ୟୁସଂଖ୍ୟା ୧୪ ଛୁଇଁଲା, ୯ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ ତିଭେର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳବାର ରାତିରେ ୩୦୮ ମିଟର ଲମ୍ବର ତିୱେର ଡ୍ୟାମ୍‌ର ୧୦୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଥିବା […]

s-2
ଆତଙ୍କୀ ହାଫିଜ ଉପରେ ପଞ୍ଝା କଷିଲା ପାକିସ୍ତାନ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ଟେରର ଫାଇନାନ୍ସିଂ ମାମଲା ରୁଜୁ କରିଛନ୍ତି। ପାକିସ୍ତାନର ଆତଙ୍କ ନିରୋଧୀ ବିଭାଗର ମୁଖପାତ୍ର କହିଛନ୍ତି, ହାଫିଜ ଓ ତା’ର […]

rice farming
ବଜେଟ୍‌ ପୂର୍ବରୁ କୃଷକଙ୍କୁ ଉପହାର

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ୍ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ […]