ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟିକରଣରେ ଓ ଜାତିଗତ ଭେଦଭାବରେ କଲେଜିୟମ୍ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଜୁଲାଇ ୧ରେ ଜଷ୍ଟିସ ପାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, “୩୪ ବର୍ଷ କ୍ୟାରିୟର ମଧ୍ୟରେ […]
ମୁମ୍ୱାଇ: ଟେଲିଭିଜନ୍ ଦୁନିଆର କମେଡି କୁଇନ୍ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବଡ଼ ହୋଇଥିବା ଭାରତୀ ଆଜି ସାରା ଦେଶର ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି। ଭାରତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ […]
ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି। ୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍ ୨୧ରୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। […]
ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି।ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବା ଦରକାର।” ଅବଶ୍ୟ ଏହି ସମୟରେ ଦଲାଇଲାମା ହସିହସି ମତ ଦେଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦଲାଇଲାମାଙ୍କ ଭଳି […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ। ମୋତିଲାଲ ଭୋରେ ୨୦୧୪ରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ୧୯୮୮ରେ ସେ ପ୍ରଥମଥର ରାଜ୍ୟସଭାକୁ ଯାଇଥିଲେ। ସେହିପରି ୧୯୮୫,୧୯୮୮ ଓ ୧୯୮୯ରେ ସେ କିଛି ସମୟ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ। ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ କେବଳ ଇଂରାଜୀ ଭାଷରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ […]
ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍। ତାଙ୍କ ନାଁରେ ପୁଣି ଏକ ଏଫ୍ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ୍ ଲାଇନ୍ ପୁଲିସ୍ ଷ୍ଟେସନରେ ଆଜମ ଖାନ୍ଙ୍କ ନାଁରେ ଏଫ୍ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆକାଶ କିଛି ଦିନ ତଳେ ଜଣେ ପୌରପାଳିକା ଅଧିକାରୀଙ୍କୁ ବ୍ୟାଟ୍ରେ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କୁ ଅତ୍ୟନ୍ତ ରାଜକୀୟ […]
ନୂଆଦିଲ୍ଲୀ: ସିଲେକସନ୍ ନୁହେଁ ଇଲେକସନ୍ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି । ଇସ୍ତଫା ଦେବା ପୂର୍ବରୁ ରାହୁଲ୍ ଏପରି ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ଇସ୍ତଫା ଦେବା ନେଇ ସ୍ପଷ୍ଟ ହୋଇଯାଇଥିଲା। ରାହୁଲ କହିଥିଲେ, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି […]
ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍ୱେରେ ସ୍ପାଇସ୍ ଜେଟ୍ ବିମାନ ଫସି ରହିବା ପରେ ବିମାନ ଚଳାଚଳ ସଂସ୍ଥାକୁ ଚରମବାଣୀ ଶୁଣାଇଛି ଡିଜିସିଏ। ପାଗ ଖରାପ ଥିବାବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କହିଛି। ଏଭଳି ସ୍ଥିତିରେ ଯେତେବେଳେ କି ଅବତରଣ ଲାଗି ରନ୍ଓ୍ୱ ଠିକ୍ ନଥିବ ବା ଦୃଶ୍ୟମାନ ଦୂରତା କମ୍ ଥିବ ସେତେବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କଡ଼ା ନିର୍ଦ୍ଦେଶ ଦେଇଛି। ଏହା ଛଡ଼ା ପାଗ ଖରାପ […]
ବର୍ମିଂହାମ୍: ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ। ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। […]