• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

lara
ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଛାତିରେ ଯନ୍ତ୍ରଣା କାରଣରୁ ମଙ୍ଗଳବାର ମୁମ୍ବାଇସ୍ଥିତ ପରେଲର ଗ୍ଲୋବାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ଲାରା ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭୂତ କରିଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା। ଲାରାଙ୍କ ସ୍ୱାସ୍ଥାବସ୍ଥା ଦେଇ ଡାକ୍ତର କୌଣସି ସୂଚନା ଦେବାକୁ ମନା କରିଛନ୍ତି। ତେବେ ସେ ଡାକ୍ତରଙ୍କ ମୁତାକବ ଲାରା ବର୍ତ୍ତମାନ ସୁସ୍ଥ ଅଛନ୍ତି। ହସ୍ପିଟାଲରେ ତାଙ୍କର ଏଞ୍ଜିଓଗ୍ରାଫି ହୋଇସାରିଛି। ଲାରା ଦିନକ ପାଇଁ ଡାକ୍ତରଙ୍କ ଅବଜରଭେସନରେ […]

micky
ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନ କୋଚ୍‌ ମିକି ଆର୍ଚର୍‌

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହି ପରାଜୟ ପ୍ରଶଂସକଙ୍କୁ ଯେତିକି ବାଧିଥିଲା, ତା’ଠାରୁ ଅଧିକ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ମିକି ଆର୍ଚରଙ୍କୁ ମର୍ମାହତ କରିଥିଲା। ଗୋଟିଏ ପଟେ ସୋଶାଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଜୋରଦାର ସମାଲୋଚନା କରାଯାଉଥିଲା, ଅନ୍ୟପକ୍ଷରେ କୋଚ୍ ଆର୍ଥର ସ୍ୱୀକାର କରିଛନ୍ତି, ଟିମକୁ ଏତେ ସମାଲୋଚନା କରାଯିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ […]

DailyHunt
ଆୟକର ଜାଲରେ କୋଟିପତି ସିଙ୍ଗଡ଼ା ଦୋକାନୀ

ଆଲିଗଡ଼: କଚୋଡ଼ି ଓ ସିଙ୍ଗଡ଼ା ବିକ୍ରି କରି ଜଣେ ବ୍ୟକ୍ତି ବର୍ଷକୁ ୬୦ରୁ ୧ କୋଟି ଟଙ୍କା ଆୟ କରୁଥିବା ଜାଣିବା ପରେ ଆୟକର ବିଭାଗ ସଂପୃକ୍ତ ବ୍ୟବସାୟୀଙ୍କୁ ନୋଟିସ୍‌ କରିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ପ୍ରସିଦ୍ଧ ‘ମୁକେଶ କଚୋଡ଼ି’ ଦୋକାନ ମାଲିକଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଆୟକର ବିଭାଗ ଠାବ କରିବା ପରେ ଏଭଳି ନୋଟିସ୍‌ କରିଥିବା ଜଣାପଡ଼ିଛି। ଆଲିଗଡ଼ର ସୀମା ସିନେମା ହଲ୍‌ ପାଖରେ ‘ମୁକେଶ କଚୋଡ଼ି’ ଦୋକାନ ରହିଛି। ଏଠାରେ କଚୋଡ଼ି ସହ […]

bus
ଘାଇକୁ ଖସିଲା ବସ୍‌; ୬ ମୃତ, ୩୯ ଆହତ

ରାଞ୍ଚି:ଝାରଖଣ୍ଡର ଗଢ଼ୱାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ଯାତ୍ରୀବାହୀ ବସ୍‌ଟି ଗଭୀର ଘାଇକୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

crime cuffs_0
୩୦ ଯବାନ ଓ କର୍ଣ୍ଣେଲଙ୍କ ବିରୋଧରେ ମାମଲା ରୁଜୁ

ପୁଣେ: ଗାଁ ଲୋକଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଣେର ଖେଦ ପୁଲିସ୍‌ ଜଣେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନଙ୍କ ନାଁରେ ମାମଲା ରୁଜୁ କରିଛି। ଗୁଲାନି ଗାଁରେ କର୍ଣ୍ଣେଲ ଓ ୩୦ରୁ ୪୦ ଜଣ ଯବାନ ପ୍ରବେଶ କରି ଜଣେ ବ୍ୟକ୍ତିଙ୍କ କ୍ଷେତକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିବା ସହ ଗାଁ ଲୋକଙ୍କୁ ବନ୍ଧୁକ ଦେଖାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏହି କର୍ଣ୍ଣେଲ ଓ ଯବାନମାନେ ହାଇଦ୍ରାବାଦରେ […]

stray-dogs-1561440312
୩ ମାସର ଶିଶୁକୁ ମାରିଦେଲେ କୁକୁର

ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ଭୟଙ୍କର ଘଟଣା ଘଟିଛି। ବୁଲା କୁକରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶୁଶୁକୁ ଝୁଣି ମାରି ଦେବା ପରେ ତା’ ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବେହାତ ଅଞ୍ଚଳରେ ଥିବା ଦୟାଲପୁର ଗାଁରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ଶିଶୁ ଜଣଙ୍କୁ ତାଙ୍କ ପରିବାର ଲୋକ […]

NPIC-2019329141755
ଗୁଜରାଟ ରାଜ୍ୟସଭା ଉପନିର୍ବାଚନ: କଂଗ୍ରେସକୁ ସୁପ୍ରିମକୋର୍ଟ ଝଟ୍‌କା

ନୂଆଦିଲ୍ଲୀ: ଗୁଜରାଟ୍‌ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍‌ରେ ଅଲଗା ଅଲଗା ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଜୁଲାଇ ୫ରେ ଏହି ଦୁଇଟି ଆସନ ପାଇଁ ଭୋଟିଂ ହେବ। କିନ୍ତୁ ଅଲଗା […]

Rahul-Gandhi-PTI-1539327778
ଶେଷ ହେଲା ରାହୁଲଙ୍କ ଇସ୍ତଫା ଡ୍ରାମା, ଏବେ ଆକ୍ସନ୍‌ ମୋଡ୍‌ରେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ସମଗ୍ର ଦେଶରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଥିଲା। ତେବେ ସମୟ ବଦଳିବା ସହ ରାହୁଲଙ୍କ ମୁଡରେ ମଧ୍ୟ ପରିବର୍ତ୍ତନ ଆସିଥିବା ଜଣାପଡ଼ିଛି। ରାହୁଲ ଗାନ୍ଧି ନିଜର ଇସ୍ତଫା ଡ୍ରାମାକୁ ବନ୍ଦ କରି ଏବେ ଆକ୍ସନ ମୋଡକୁ ଆସିଛନ୍ତି। ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ନେତାମାନଙ୍କୁ ରାହୁଲ ଗାନ୍ଧି […]

Kashmir_Reuters_0_0
କାମଦେଲାନି ଅପରେସନ୍‌ ଅଲଆଉଟ୍‌, ବର୍ଷକରେ ଗଡ଼ିଛି ୧୧୩ ମୁଣ୍ଡ

ନୂଆଦିଲ୍ଲୀ: ଜମ୍ମୁ-କଶ୍କୀରରେ ଆତଙ୍କବାଦର ମୂଳପୋଛ କରିବାକୁ ମୋଦି ସରକାର ଅପରେସନ ଅଲଆଉଟକୁ ଅହେତୁକ ସଫଳତା ମିଳିଛି। ହେଲେ ଏହି ଅପରେସନ ଅଲଆଉଟ୍‌କୁ ଆତଙ୍କବାଦୀମାନେ ଫୁ’ କରି ଉଡ଼ାଇଛନ୍ତି। ୨୦୧୪ ତୁଳନାରେ ୨୦୧୮ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି। ୨୦୧୪ରେ ୨୨୨ଟି ଆତଙ୍କୀ କାର୍ଯ୍ୟକଳାପ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୬୧୪ରେ ପହଞ୍ଚିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କ୍ରୀଷ୍ଣା ରେଡ୍ଡୀ ଲୋକସଭାରେ ଦେଇଥିବା ରିପୋର୍ଟ ଅନୁଯାୟୀ, ୨୦୧୬ରୁ ୨୦୧୯ […]

modi-cabinet
ଏହି ଫୋନ୍‌ ବ୍ୟବହାର କରନ୍ତି ମୋଦି ଓ ତାଙ୍କ ମନ୍ତ୍ରୀମଣ୍ଡଳ

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ୍ କହିଲେ ଆଜିର ଦୁନିଆରେ ସାଧାରଣତଃ ଆଣ୍ଡ୍ରଏଡ ମୋବାଇଲକୁ ବୁଝାଏ। ଦେଶରେ ଏବେ ଏହି ମୋବାଇଲ ଫୋନ୍ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି। ହେଲେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀଙ୍କର ପସନ୍ଦ କିନ୍ତୁ ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ନୁହେଁ। ଆଣ୍ଡ୍ରୋଏଡ ମୋବାଇଲ ଫୋନ୍ ପରିବର୍ତ୍ତେ ସୋଶାଲ ମିଡିଆରେ ଅଧିକ ସକ୍ରିୟ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆପଲ ଆଇଫୋନ ବ୍ୟବହାର କରୁଥିବା ଜାଣିଥିଲେ। ଏବେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ […]

pic2
ବିହାରରେ ଏଇଏସ ରୋଗ ବେକାବୁ: ବରିଷ୍ଠ ଡାକ୍ତରଙ୍କୁ ସସପେଣ୍ଡ୍ କଲେ ନୀତୀଶ କୁମାର

ପାଟନା: ବିହାର ମୁଜାଫରନଗରରେ ବେକାବୁ ହୋଇଥିବା ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ) ଜ୍ୱରରେ ୧୩୫ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ହେଲାଣି। ତେବେ ନିଜ ସରକାରଙ୍କ ଭାବମୂର୍ତ୍ତି ଉପରେ ଲାଗିଥିବା ଦାଗ ଲିଭାଇବାକୁ ଯାଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଜାଫରନଗର ଜିଲ୍ଲା ସ୍ଥିତ ଶ୍ରୀକୃଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ବରିଷ୍ଠ ଡାକ୍ତର ଭୀମସେନ୍ ଗୁପ୍ତାଙ୍କୁ ନିଲମ୍ୱିତ କରିଛନ୍ତି। ଡାକ୍ତର ଭୀମସେନ ତାଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ […]