ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ଯୁବରାଜ ସିଂ ଅବସର ନେଇଛନ୍ତି। ଯୁବି ଅବସର ନେବେ ବୋଲି କେବଳ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ସତକୁ ସତ ବିଶ୍ୱକପ୍ ଚାଲିଥିବା ବେଳେ ଯୁବରାଜ ଏମିତି ଏକ ଘୋଷଣା କରି କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛନ୍ତି। ୩୭ ବର୍ଷୀୟ ଯୁବରାଜ ତାଙ୍କ କ୍ୟାରିୟରରେ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେହିପରି ୪୦ଟି ଟେଷ୍ଟ ମ୍ୟାଚ ଓ ୫୮ ଟି-୨୦ ମ୍ୟାଚ ଖେଳିଛନ୍ତି ୩୦୪ ଦିନିକିଆରୁ […]
ରାଞ୍ଚି: ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଧାନୁଆ ଘାଟିରେ ଆଜି ସଡ଼କ ଦୁର୍ଘଟଣା ଘଟି ୧୧ ଯାତ୍ରୀଙ୍କ ମୃତ୍ୟ ଘଟିଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଡ୍ରାଇଭର ମହମ୍ମଦ ମୁଜାହିଦ୍, ଯାତ୍ରୀ ଉପେନ୍ଦ୍ର, ଆଦିତ୍ୟ କୁମାର, ଯୋଗେନ୍ଦ୍ର ପ୍ରସାଦ, ଭାରତୀ ଦେବୀ, ରାମ କ୍ରିଷନ ପ୍ରସାଦ, ରାମାନ୍ଦନ ପାଶ୍ୱାନ, ବଧାନି ମୁଣ୍ଡା, ଶିବଶଙ୍କର ପ୍ରସାଦ। ଅନ୍ୟମାନଙ୍କ ପରିଚୟ ମିଳି ପାରିନାହିଁ। ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍ଟି ୨ ନମ୍ବର ଜାତୀୟ ରାଜପଥର ଧାନୁଆ […]
ଶ୍ରୀନଗର: ବହୁ ଚର୍ଚ୍ଚିତ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାମଲାର ଶୁଣାଣି କରି ପଠାନକୋର୍ଟର ଏକ ସ୍ୱତନ୍ତ୍ର କୋର୍ଟ ଗାଁ ମୁଖିଆ ସାଞ୍ଜି ରାମ, ଦୁଇଜଣ ପୋଲିସ ଅଧିକାରୀ ଦୀପକ ଖଜୁରିଆ ଓ ସୁରେନ୍ଦର ବର୍ମା, ହେଡ କନେଷ୍ଟବଳ ତିଲକ ରାଜଙ୍କ ସହ ଅନ୍ୟ ଦୁଇ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତିନିଜଣଙ୍କୁ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ତଥ୍ୟ, […]
ବେଙ୍ଗାଲୁରୁ: ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡଙ୍କର ଆଜି ପରଲୋକ ହୋଇଯାଇଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ୧୯୩୮ ମେ’ ୧୯ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ ପ୍ରେସିଡେନ୍ସୀ)ରେ ସେ ଜନ୍ମ ହୋଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ଓ ସେଠାରେ ପଢ଼ିବା ବେଳେ ହିଁ ତାଙ୍କର ପ୍ରଥମ ନାଟକ ‘ଯଯାତି’ […]
ମୁମ୍ବାଇ: ଅବସର ନେବେ ୨୦୧୧ ବିଶ୍ୱକପ୍ ହିରୋ ଯୁବରାଜ ସିଂହ, ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ସେ ଏକ ପ୍ରେସ୍ମିଟ୍ ଡାକିଛନ୍ତି, ଯାହା ଏହି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୁବି ସୀମିତ ଓଭର କ୍ରିକେଟରେ ଏବଂ ବିଶେଷ କରି ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଅବିଶ୍ୱସନୀୟ ଇନିଂସ୍ମାନ ଖେଳି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୨୦୦୭ ଟି୨୦ […]
ଶ୍ରୀନଗର: କର୍ତ୍ତବ୍ୟ ଆଗରେ ହାର୍ ମାନିଛି ପ୍ରକୃତି। ପ୍ରକୃତିର କୋପ ବି ଦୃଢ଼ମନା ଯବାନଙ୍କ ମନୋବଳ ଭାଙ୍ଗିପାରିନାହିଁ। ବର୍ଷକ ବାର ମାସ, ଖରା ହେଉ ଅବା ବର୍ଷା କିମ୍ବା ଶୀତ ଦେଶ ମାତୃକାର ସେବାରେ ନିମଗ୍ନ ଯବାନଙ୍କ ଲାଗି ଯମ ପାଲଟିଥିବା ରୌଦ୍ରତାପ ବି ହାର୍ ମାନିବାକୁ ବାଧ୍ୟ ହୋଇଛି। ଜମ୍ମୁ ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଖରା ୪୦ ଡିଗ୍ରୀ ପାର୍ କରିଛି। କିନ୍ତୁ ସେଠାରେ ନିୟୋଜିତ ଥିବା ଯବାନ ଖରାକୁ ଖାତିର୍ ନକରି ଭାରତ-ପାକିସ୍ତାନ ସୀମାରେ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଚନ୍ଦ୍ରକୁ ମଙ୍ଗଳ ଗ୍ରହର ଏକ ଅଂଶ ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କୁ ଏଥିପାଇଁ ଟ୍ୱିଟରରେ ହଟହଟା ହେବାକୁ ପଡ଼ିଛି। ସେ ଗତକାଲି ରାତିରେ ଟ୍ୱିଟ୍ କରି କହିଥିଲେ, ଆମେ (ମହାକାଶ ଅଭିଯାନ ପାଇଁ) ଯେଉଁ ପ୍ରକାର ପାଣି ଭଳି ଅର୍ଥ ବ୍ୟୟ କରୁଛୁ ସେଥିରେ ନାସା ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯିବା କଥା ନ ଉଠାଇଲେ ଭଲ। ତାହା ଆମେ ୫୦ ବର୍ଷ ଆଗରୁ କରିସାରିଛେ। ବରଂ ଏବେ ମଙ୍ଗଳ (ଚନ୍ଦ୍ର ଯାହାର […]
ଲଣ୍ଡନ: ୫ଥରର ବିଶ୍ୱ ଚାମ୍ପିୟନ ତଥା ଚଳିତ ବିଶ୍ୱକପ୍ରେ ପ୍ରଥମ ୨ଟି ଯାକ ମ୍ୟାଚ୍ରେ ବିଜୟୀ ହୋଇଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଆସନ୍ତାକାଲି ଭାରତ ଭେଟିବ। ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ନିକଟରେ ଅଷ୍ଟ୍ରେଲିଆ ଭାରତ ଆସି ଟିମ୍ ଇଣ୍ଡିଆକୁ ଦିନିକିଆ ସିରିଜ୍ରେ ପରାସ୍ତ କରିଥିଲା। ଏବେ ଟିମ୍ ଇଣ୍ଡିଆ ଏହାର ବଦଲା ନେବା ମୁଡ୍ରେ ରହିଛି। ୨୦୧୧ରେ ଭାରତ ଟିମ୍ ଅଷ୍ଟ୍ରେଲିଆକୁ ସେମି-ଫାଇନାଲ୍ରେ ପ୍ରବେଶ କରିବାକୁ ଦେଇ […]
ଓ୍ୱାଇନାଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ମିଛ କହି ସାଧାରଣ ନିର୍ବାଚନ ଜିତିଛନ୍ତି। କେରଳ ଓ୍ୱାଇନାଡ଼ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ନିଜ ସଂସଦୀୟ କ୍ଷେତ୍ର ଗସ୍ତ ବେଳେ ଏହା କହିଛନ୍ତି। ସେ ମିଛ କହି ଓ ଲୋକଙ୍କ ମଧ୍ୟରେ ଘୃଣା ଭାବ ଜନ୍ମାଇ ନିର୍ବାଚନ ଜିତିଛନ୍ତି। ଆମେ କିନ୍ତୁ ତାଙ୍କୁ ପ୍ରେମ, ସମ୍ମାନର ସହ କଥା ହେବା ବୋଲି ସେ କହିଛନ୍ତି। ନିର୍ବାଚିତ ହେବା ପରେ ସାଂସଦ ତଥା କଂଗ୍ରେସ ଅଧ୍ୟକ୍ଷ […]
ଭୁବନେଶ୍ୱର: ମହାସାଗର ଆଉ ଜଳ ସମ୍ପଦ ପାଇଁ ପୃଥିବୀରେ ଜୀବଜଗତ ବଞ୍ଚିପାରିଛନ୍ତି। ଏଥିପାଇଁ ପୃଥିବୀକୁ ‘ୱାଟର୍ ପ୍ଲାନେଟ୍’ ବୋଲି କୁହାଯାଏ। ସମୁଦ୍ରର ମହତ୍ତ୍ୱ ଏବଂ ଏହାର ସଂରକ୍ଷଣ ପାଇଁ ପ୍ରତ୍ୟେକ ବର୍ଷ ୮ ଜୁନ୍ରେ ବିଶ୍ୱ ସମୁଦ୍ର ଦିବସ ପାଳନ କରାଯାଏ। ଚଳିତ ବର୍ଷ ସମୁଦ୍ର ଦିବସର ବିଷୟବସ୍ତୁ ରହିଛି ‘ଆମେ ଏକତ୍ରିତ ହେଲେ ସମୁଦ୍ରକୁ ବଞ୍ଚାଇ ପାରିବା’। ଏହା ସହ ସମୁଦ୍ରରେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ଯୋଗୁ ଆସିବାକୁ ଥିବା ବିପଦ ଏଡାଇବାକୁ ସଚେତନତା […]