• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

teacher
ପତ୍ନୀଙ୍କ ହେଲିକପ୍ଟରରେ ଉଡ଼ିବାର ଇଚ୍ଛାକୁ ଏମିତି ପୂରଣ କଲେ ଶିକ୍ଷକ

ଜୟପୁର: ଚାକିରିରୁ ଅବସର ନେବା ଦିନ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ପତି। ତା’ବି ପୁଣି ଭଡ଼ାରେ ହେଲିକପ୍ଟର ଆଣି । କଥାଟା ଶୁଣି ଅଜବ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଅଲ୍‌ୱାର୍‌ରେ ଏଭଳି କିଛି ଘଟଣା ଘଟିଛି। ଅଲ୍‌ୱାର୍‌ର ଏକ ସ୍କୁଲ୍‌ରେ ଶିକ୍ଷକତା କରନ୍ତି ରମେଶ ଚାନ୍ଦ। ରମେଶଙ୍କ ପତ୍ନୀ ମୀନା। ହେଲିକପ୍ଟରରେ ବସିବା ପାଇଁ ମୀନାଙ୍କର ପ୍ରବଳ ଇଚ୍ଛା ଥିଲା। ଏପରିକି ଦିନେ ଛାତ ଉପରେ ବସିଥିବା ବେଳେ ଏକ ହେଲିକପ୍ଟରକୁ ଭଡ଼ାରେ ଆଣିବା […]

nex 3
ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ସ୍ମାର୍ଟଫୋନ୍‌ Vivo Nex 3 5G ଲଞ୍ଚ୍‌ କରିବା ପୂର୍ବରୁ ଏହି ଫୋନ୍‌ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍‌ ଏହି ଫୋନ୍‌ରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ତାହା ଲିକ୍‌ ହୋଇଥିବା ଜଣାପଡ଼ିଛି। ଲିକ୍‌ ହୋଇଥିବା ରିପୋର୍ଟ ଅନୁସାରେ ଏହି ସ୍ମାର୍ଟଫୋନ୍‌ରେ ୱାଟର୍‌ଫଲ୍‌ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ଏହାଛଡ଼ା ଏଥିରେ 5G variant ଓ ଟ୍ରିପଲ୍‌ ରିଅର୍‌ କ୍ୟାମେରା ସେଟ୍‌ […]

Sheikh Rashid Ahmed
ମୋଦିଙ୍କ ନାଁ ଧରିବା କ୍ଷଣି କରେଣ୍ଟ ଖାଇଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠୁ ପାକିସ୍ତାନ ସରକାର ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ସମାଲୋଚନା କରୁଛନ୍ତି। ଏପରିକି ଭାରତକୁ ପାକିସ୍ତାନ ରେଳମନ୍ତ୍ରୀ ସିଧାସଳଖ ଯୁଦ୍ଧ ଧମକ ମଧ୍ୟ ଦେଇଥିଲେ। ହେଲେ ଏବେ ଭଗବାନଙ୍କୁ ମଧ୍ୟ ପାକିସ୍ତାନର ଏଭଳି ବୟାନବାଜୀ ଭଲ ଲାଗୁନାହିଁ। କାରଣ ଯେଉଁ ପାକ୍‌ ରେଳମନ୍ତ୍ରୀ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ ସେ କରେଣ୍ଟ ମାଡ଼ ଖାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

P-Chidambaram
ପୁଣି ରିମାଣ୍ଡରେ ଗଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ପୁଣିଥରେ ରିମାଣ୍ଡରେ ନେଇଛି। ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ […]

niramala
୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶି ୪ଟିରେ ପରିଣତ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଟ୍ରିଲିଅନ୍ ଅର୍ଥନୀତି ଘୋଷଣାକୁ ବାସ୍ତବ ରୂପ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥନୀତିରେ ସୁଧାର ଅଣାଯିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବେ ୪ଟିରେ ପରିଣତ ହେବ। ଆଜି ଏହି ଘୋଷଣା ହୋଇଛି। ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ,ପିଏନ୍‌ବି, ଓବିସି ଏବଂ ୟୁନାଇଟେଡ୍ ବ୍ୟାଙ୍କର ମିଶ୍ରଣ କରାଯାଇ ଭାରତର ଦ୍ୱିତୀୟ ସର୍ବବୃହତ୍ […]

pm modi
ସେପ୍ଟେମ୍ୱର ୨୭ରେ ମୁହାଁମୁହିଁ ହୋଇପାରନ୍ତି ମୋଦି-ଇମ୍ରାନ୍ !

ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେଇପାରନ୍ତି। ଏହି ବୈଠକରେ ମୋଦି କାଶ୍ମୀର ପ୍ରସଙ୍ଗରେ କିଛି କହିବେ ନାହିଁ ବୋଲି ଜଣାପଡ଼ିଥିବା ବେଳେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ କଡ଼ା ସମାଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆମେରିକାର ନ୍ୟୁୟର୍କରେ ଆୟୋଜିତ ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶ ସହ ଉଚ୍ଚ ସ୍ତରୀୟ ବୈଠକ କରିପାରନ୍ତି। ୨୦୧୪ରେ ମଧ୍ୟ ପ୍ରଧାନମନ୍ତ୍ରୀ ୟୁଏନଜିଏରେ ଉଦ୍‌ବୋଧନ […]

jeans
ଏହି ଅଫିସରେ ଜିନ୍ସ, ଟି-ଶାର୍ଟ ବ୍ୟାନ୍‌

ପାଟନା: ବିହାର ସରକାର ସଚିବାଳୟରେ ଜିନ୍ସ ଓ ଟି-ଶାର୍ଟକୁ ବ୍ୟାନ୍‌ କରିଛନ୍ତି। ଏଣିକି ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସ ଆସିପାରିବେ ନାହିଁ। ଜିନ୍ସ ଓ ଟି-ଶାର୍ଟ ବଦଳରେ ସେମାନେ ଭଦ୍ର ଓ ସାଧାସିଧା ପୋଷାକ ପରିଧାନ କରିବେ। ବିହାର ସରକାରଙ୍କ ସଚିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ହୋଇଛି। ଏଥିରେ କୁହାଯାଇଛି ଯେ, “ଅନେକ ସମୟରେ ଅଫିସକୁ ପିନ୍ଧିକି ଆସୁଥିବା କର୍ମଚାରୀଙ୍କ ପୋଷାକ ଅଫିସରେ ପ୍ରଚଳିତ ସଂସ୍କୃତିକୁ […]

toll gate 1
ଟୋଲ୍‌ ଗେଟ୍‌ରେ ମହିଳା କର୍ମଚାରୀଙ୍କୁ ଚାପୁଡ଼ା ମାରିଲେ ଗାଡ଼ି ଚାଳକ

ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ୍‌ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଓଁର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଟୋଲ୍‌ ଗେଟ୍‌ରେ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ। ପୁଣି ଥରେ ଗୁରଗାଓଁରେ ସମାନ ଘଟଣା ଦେଖିବାକୁ ମିଲିଛି। ଗୁରଗାଓଁର ଖେରକି ଦୌଲା ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ […]

former union minister
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଛାତ୍ରୀ ରାଜସ୍ଥାନରୁ ଉଦ୍ଧାର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଛାତ୍ରୀଙ୍କୁ ଉତ୍ତର ପ୍ରଦେଶ ପୁଲିସ୍ ଉଦ୍ଧାର କରିଛି। ରାଜସ୍ଥାନରେ ଛାତ୍ରୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହ ବୁଲୁଥିବା ବେଳେ ଆଜି ୟୁପି ପୁଲିସ ତାଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଶାହଜହାଁପୁରରେ ଥିବା ଚିନ୍ମୟାନନ୍ଦ ଲ’ କଲେଜରେ ଏଲ୍‌ଏଲ୍‌ବି ପଢ଼ୁଥିବା ଉକ୍ତ ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ନାଟକୀୟ ଭାବରେ ଛାତ୍ରୀ ଜଣଙ୍କ କେଉଁଆଡ଼େ […]

jio
ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତା’ର ଗ୍ରାହକମାନଙ୍କୁ ଏକ ସ୍ପେଶାଲ୍‌ ସରପ୍ରାଇଜ୍‌ ଦେଇପାରେ। ଏହି ସ୍ପେଶାଲ୍‌ ସରପ୍ରାଇଜ୍‌ ମାଧ୍ୟମରେ ଜିଓ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫାଇଭର ଟୁ ଦ ହୋମ୍‌(ଏଫ୍‌ଟିଟିଏଚ୍‌) ସର୍ଭିସ୍‌ ଘୋଷଣା କରିଛନ୍ତି। ଯାହାକୁ ଜିଓ ଜିଗାଫାଇଭର(GigaFiber) ବୋଲି କୁହାଯାଉଛି। ସେପ୍ଟେମ୍ବର ୫ରେ ଏହାର କମର୍ସିଆଲ୍‌ ଲଞ୍ଚ୍‌ ହେବ। ୨୦୧୮ରେ ରିଲାଏନ୍ସ ଏହାର ଜିଓ ଜିଗାଫାଇଭର୍‌ ସର୍ଭିସ୍‌ ଘୋଷଣା କରିଥିଲା। ଏହାପରେ  ଜିଓ ଜିଗାଫାଇଭର୍‌ ପ୍ରିଭ୍ୟୁ […]

Harami Nala
ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସହଯୋଗ କରିବ କି ଏହି ନାଳ?

ନୂଆଦିଲ୍ଲୀ: ଜଳପଥରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବନ୍ଦରଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର। ଏବେ ଗୁଇନ୍ଦା ବିଭାଗ […]

omar
ଖୁବ୍‌ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ୨ ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଖୁବ୍‌ଶୀଘ୍ର ଗୃହବନ୍ଦୀରୁ ମୁକୁଳିପାରନ୍ତି ଜମ୍ମୁ ଓ କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତି। ୨ ସପ୍ତାହ ଭିତରେ ଗୃହବନ୍ଦୀରୁ ସେମାନଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ରାଜନୈତିକ ନେତାଙ୍କୁ ବି ମୁକ୍ତ କରାଯିବ ବୋଲି ସୂଚନା ମିଳିଛି। ଧାରା ୩୭୦ ଉଚ୍ଛେଦର ଠିକ୍ ପୂର୍ବରୁ ଏହି ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ପରିସ୍ଥିତି ସୁଧୁରୁଥିବାରୁ ଧୀରେ ଧୀରେ ଲାଗୁ […]

Mumbai
ସ୍ୱପ୍ନରେ ରହିଗଲା ଫିଲ୍ମରେ ଅଭିନୟ କରିବାର ଇଚ୍ଛା

ମୁମ୍ବାଇ: ଅଭିନେତ୍ରୀ ହେବାକୁ ଚାହୁଁଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ତାଙ୍କ ଆପାର୍ଟମେଣ୍ଟ୍‌ର ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ତାଙ୍କ ବୟସ ପାଖାପାଖି ୨୦ ବର୍ଷ ହେବବୋଲି ଅନୁମାନ କରାଯାଉଛି। ସେ ଫିଲ୍ମରେ ଅଭିନୟ କରିବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିଲେ ବୋଲି ଜଣାପଡ଼ିଛି। ଯୁବତୀ ଜଣକ ରହୁଥିବା ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡଙ୍କ କହିବା ଅନୁଯାୟୀ, […]

atm
ଏଟିଏମ୍‌ରେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ

ନୂଆଦିଲ୍ଲୀ: ଏଟିଏମ୍‌ରେ ଜାଲିଆତି କରି ଟଙ୍କା ଉଠାଣ ତଥା ଠକାମିରୁ ଗ୍ରାହକମାନେ କିଭଳି ଏଥିରୁ ବର୍ତ୍ତିବେ ସେନେଇ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ(OTP)ର ଆବଶ୍ୟକତା ପଡ଼ିବ। ଫଳରେ ନା ଆଉ ଏଥିରେ ଜାଲିଆତି କରିହେବ ନା କିଛି ଠକାମି। ନୂଆ ନିୟମ ଅନୁଯାୟୀ, ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ OTP ଆବଶ୍ୟକ […]

imran khan
କାଶ୍ମୀର ପ୍ରସଙ୍ଗରେ ସବୁଆଡୁ ନିରାଶ ପରେ ପାକିସ୍ତାନର ନୂଆ ଧମକ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସବୁଆଡ଼ୁ ନିରାଶ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ଧମକ ଦେଇ ଚାଲିଛି ପାକିସ୍ତାନ। ସୋମବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେବାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ପାକିସ୍ତାନ ଆଉ ଏକ ନୂଆ ଧମକ ଦେଇଛି। ଭାରତୀୟ ବିମାନ ପାଇଁ ନିଜ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ, ଏଥିସହ ଆଫଗାନିସ୍ତାନକୁ ପାକିସ୍ତାନର ସ୍ଥଳଭାଗ ଦେଇ ଭାରତୀୟ ବାଣିଜ୍ୟ ପାଇଁ ବନ୍ଦ କରିବା ନେଇ ପାକିସ୍ତାନ […]

pm modi
ପରମାଣୁ ଯୁଦ୍ଧ ଧମକ ପରେ ପୁଣି ଏକ ନୂଆ ଷଡ଼ଯନ୍ତ୍ର ରଚିଲା ପାକିସ୍ତାନ

ଇସ୍‌ଲାମାବାଦ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ରାଗରେ ବିଳିବିଳି ହେଉଛି ପାକିସ୍ତାନ। ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହତାଶ ହୋଇପଡ଼ିଛନ୍ତି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ […]

Moon Craters
ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତର ଫଟୋ ଫଠାଇଲା ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ କିଛି ଫଟୋ ପ୍ରେରଣ କଲା ‘ଚନ୍ଦ୍ରଯାନ-୨’। ‘ଚନ୍ଦ୍ରଯାନ-୨’ ସହ ଯାଇଥିବା ଟେରେନ୍‌ ମ୍ୟାପିଙ୍ଗ କ୍ୟାମେରା-୨ ଏହି ଫଟୋକୁ ଉତ୍ତୋଳନ କରିଛି। ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୪ ହଜାର ୩୭୫ କିଲୋମିଟର ଦୂରରୁ ଏହି ଫଟୋ ଉଠା ଯାଇଛି। ଅଗଷ୍ଟ ୨୩ରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ଇସ୍ରୋ ପକ୍ଷରୁ ସୋମବାର ଏହି ଫଟୋ ଗୁଡ଼ିକୁ ଛଡ଼ାଯାଇଛି। ଏହି ଫଟୋରେ ଚନ୍ଦ୍ରରେ ଥିବା ବିରାଟ ଗର୍ତ୍ତଗୁଡ଼ିକ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ବିଶେଷକରି ଚନ୍ଦ୍ରଯାନ-୨ ଜାକସନ୍, […]

samsung
ଶସ୍ତା ହେଲା Samsungର ଏହି ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ ହେଲା- Galaxy M20 ଓ Galaxy M30। Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍‌ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି ୬ଜିବି, ୧୨୮ଜିବି ୱାରେଣ୍ଟିର ମୂଲ୍ୟ ୧୬ ହଜାର ୯୯୦ରେ ରହିଛି। ପୂର୍ବରୁ ଏହାର ମୂଲ୍ୟ ୧୭ ହଜାର ୯୯୦ ଥିଲା। ସେହିପରି Galaxy M20ର ୩ଜିବି, ୩୨ଜିବି […]

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ଚାରିଆଡ଼େ ଉତ୍ସବମୁଖର। ହିନ୍ଦୁଧର୍ମର ବିଶ୍ୱାସ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ବିଷ୍ଣୁଙ୍କ ଅଷ୍ଟମ ଅବତାର। ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ତଥା ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣଙ୍କ ଜନ୍ମ। ତେବେ ଜାଣନ୍ତୁ ଆଜି ଆପଣଙ୍କର ଦିନଟି କେମିତି କଟିବ…

LordSriKrishna
କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ। ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ। ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ […]

P Chidambaram
ଶେଷରେ ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ଗତକାଲି ତାଙ୍କୁ ତାଙ୍କ ଘରୁ ହିଁ ଉଠାଇ ନେଇଥିଲା। ଏହା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। ପୂର୍ବରୁ ତାଙ୍କୁ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଥମେ ଦେଖିବାକୁ ମିଳିଥିଲା। ସେଠାରୁ ସେ ତାଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ପଛେ […]

Hasan Ali
ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକିସ୍ତାନୀ କ୍ରିକେଟର

ଇସଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତେବେ ଏହି ସମୟରେ ପାକିସ୍ତାନର ଜଣେ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରି ସମସ୍ତଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପାକିସ୍ତାନର ଫାଷ୍ଟ୍‌ ବୋଲର୍‌ ହସନ୍ ଅଲୀ ଭାରତୀୟ ନାଗରିକ ଶାମିଆ ଅର୍‌ଜୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମଙ୍ଗଳବାର ଦିନ ଦୁବାଇରେ ଏମାନେ ବିବାହ କରିଛନ୍ତି। ୨୫ ବର୍ଷୀୟ ହସନ ତାଙ୍କ ବିବାହ ଫଟୋ ଓ ମେହେନ୍ଦି […]

daniet
ମହିଳାଙ୍କୁ ଲାଗିଲା କିଡ୍‌ନୀରେ ଷ୍ଟୋନ୍‌ ହୋଇଛି, ଆଉ ଡାକ୍ତରଖାନାରେ ପହଞ୍ଚିବା ପରେ...

ୱାଶିଂଟନ୍‌: ଜଣେ ମହିଳା ପାଖାପାଖି ୯ ମାସର ଗର୍ଭବତୀ ଥିଲେ। ହେଲେ ତାଙ୍କୁ ଏହା ଜଣା ନଥିଲା।  ତାଙ୍କୁ ଲାଗୁଥିଲା କି ତାଙ୍କ କିଡ୍‌ନୀରେ ଷ୍ଟୋନ୍‌ ହୋଇଛି। ଯାହା ଫଳରେ ତାଙ୍କୁ ଯନ୍ତ୍ରଣା ହେଉଛି। ଯେତେବେଳେ ଉକ୍ତ ମହିଳା ଜଣକ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେଠାରେ ସେ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାକୁ ନେଇ ଡାକ୍ତରଙ୍କଠୁ ଆରମ୍ଭ କରି ମହିଳାଙ୍କ ପରିବାର ପର୍ଯ୍ୟନ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ଜାଣିଲା ପରେ […]

kashmir issue
କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ୍‌, ମଧ୍ୟସ୍ଥି ପାଇଁ ଇଚ୍ଛା ପ୍ରକାଶ କଲେ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି, କଶ୍ମୀରକୁ ନେଇ ଯେଉଁ ବିବାଦ ରହିଛି ଏଥିରେ ମୁଖ୍ୟ କାରଣ ଧର୍ମ। ଏହି ବିବାଦର ସମାଧାନ ହେବା ଦରକାର ବୋଲି ଟ୍ରମ୍ପ ଗତକାଲି ଗଣମାଧ୍ୟମକୁ କହିଛନ୍ତି। ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ସେ ସମସ୍ତ ପ୍ରକାର ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି। ଆଗାମୀ ଦିନରେ ଫ୍ରାନ୍ସରେ ହେବାକୁ ଥିବା ଜି-୭ ବୈଠକରେ […]

Mohammed Zahur Khayyam
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍‌ ହାଶ୍‌ମୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଖୟାମଙ୍କ ପରଲୋକକୁ ନେଇ ବଲିଉଡ୍‌ ସମେତ ସଙ୍ଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ବଲିଉଡର ବହୁ ପ୍ରମୁଖ ବ୍ୟକ୍ତି ମେଡିକାଲ୍‌ ଯାଇ ଖୟାମଙ୍କ ଶେଷ […]