Advertisment

ଚୁମ୍ବକ ଗିଳି ଦେବାରୁ ୩ ବର୍ଷର ପୁଅର ଗଲା ଜୀବନ

ଗତକାଲି ସକାଳେ ୩ ବର୍ଷୀୟ କବୀର ତିୱାରୀଙ୍କ ଦେହାନ୍ତ ହୋଇଛି। ତେବେ ପରିବାର ଲୋକେ ଚାନ୍ଦନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅତ୍ୟଧିକ ମାତ୍ରାରେ ନିଶ୍ଚେତକ ଏବଂ ଅପରେସନ ପରେ ଚିକିତ୍ସାରେ ଅବହେଳା କରାଯାଇଛି, ତେଣୁ ପୁଅର ଜୀବନ ଯାଇଥିବା ଅଭିଯୋଗ କରାଯାଇଛି

author-image
Sarbeswar
ଚୁମ୍ବକ ଗିଳି ଦେବାରୁ ୩ ବର୍ଷର ପୁଅର ଗଲା ଜୀବନ

Child Death

ଭୋପାଳ: ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଚିନ୍ତା ବଢିଛି। ମାତ୍ର ତିନି ବର୍ଷର ଗୋଟିଏ ନାବାଳକ ଏକ ଚୁମ୍ବକକୁ ଗିଳି ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ଆଉ ପରିବାର ଲୋକ ଅଭିଯୋଗ କରିଛନ୍ତି କି, ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଛି। ପରିବାର ଲୋକ ସିଧାସଳଖ ଅଭିଯୋଗ କରିଛନ୍ତି କି, ଛୋଟ ପିଲାଟି ଚୁମ୍ବକ ଗିଳି ଦେଇଥିବା ପରେ ଆମେ ସାଙ୍ଗେ ସାଙ୍ଗେ ତାଙ୍କୁ ମେଡ଼ିକାଲ ନେଇ ଯାଇଥିଲୁ। ଜରୁରୀକାଳୀନ ବିଭାଗରେ ଭର୍ତ୍ତି ମଧ୍ୟ କରିଥିଲୁ। ଆଉ ଡାକ୍ତରମାନେ ଅସ୍ତ୍ରୋପଚାର କରିବା ଲାଗି କହିଥିଲେ। ଅପରସେନ୍‌ କଲେ ମଧ୍ୟ। କିନ୍ତୁ ସେହି ସମୟରେ ଅତ୍ୟଧିକ ପରିମାଣରେ ନିସ୍ତେତକ ଦିଆଯାଇଥିବାରୁ କୁନି ପୁଅର ଜୀବନ ଯାଇଥିବା ପରିବାର ଲୋକ କହିଛନ୍ତି।

Advertisment

ସୂଚନା ଅନୁସାରେ, ସ୍ଥାନୀୟ ଅଂଚଳରେ ରହୁଥିବା ସୁନୀଲ ତିୱାରୀଙ୍କ ତିନି ବର୍ଷର ପୁଅ କବୀର ତିୱାରୀ ଏକ ଖେଳନା ଚୁମ୍ବକକୁ ଗିଳି ଦେଇଥିଲେ, ଆଉ ଏହାକୁ ଦେଖିବା ପରେ ପରିବାର ସଦସ୍ୟ ତାଙ୍କୁ ଆରିହାଣ୍ଟ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ୍ କରି ଶିଶୁର ପେଟରୁ ଚୁମ୍ବକକୁ ବାହାର କରାଯାଇଥିଲା କିନ୍ତୁ ଅପରେସନ୍ ପରେ ପିଲାଟିର ଚେତା ଫେରି ନଥିଲା ଏବଂ ପରେ କୁନି ପୁଅର ଜୀବନ ଚାଲିଯାଇଥିବା ନେଇ ସୂଚନା ମିଳିଛି।

Advertisment

ଗତକାଲି ସକାଳେ ୩ ବର୍ଷୀୟ କବୀର ତିୱାରୀଙ୍କ ଦେହାନ୍ତ ହୋଇଛି। ତେବେ ପରିବାର ଲୋକେ ଚାନ୍ଦନଗର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅତ୍ୟଧିକ ମାତ୍ରାରେ ନିଶ୍ଚେତକ ଏବଂ ଅପରେସନ ପରେ ଚିକିତ୍ସାରେ ଅବହେଳା କରାଯାଇଛି, ତେଣୁ ପୁଅର ଜୀବନ ଯାଇଥିବା ଅଭିଯୋଗ କରାଯାଇଛି। ତେବେ ଶିଶୁଟିକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି। ସୂଚନାନୁସାରେ, ସିଲିକନ୍ ସିଟିରେ ରହୁଥିବା ସୁନୀଲ ତିୱାରୀଙ୍କ ପୁଅ କବୀର ତିୱାରୀ ଜୁଲାଇ ୨୯ରେ ଚୁମ୍ବକ ଗିଳି ଦେଇଥିଲା। ଆଉ ଏହା ଜାଣିବା ପରେ ସାଙ୍ଗେ ସାଙ୍ଗେ ମେଡ଼ିକାଲ ନେଇଥିଲେ ପରିବାର ଲୋକ।

ପରେ ଡାକ୍ତରଖାନାର ଏକ୍ସ-ରେ ରିପୋର୍ଟରେ ଚୁମ୍ବକଟି ଶିଶୁର ବେକରେ ଲାଗିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଶିଶୁଟିର ଅବସ୍ଥା ଦେଖି ଡାକ୍ତରଖାନା ତାଙ୍କୁ medicine ଦେଇଥିଲେ କିନ୍ତୁ ଏହା ପରେ କୌଣସି ଲାଭ ହେଲା ନାହିଁ। ଏହା ପରେ ଅଗଷ୍ଟ ୪ ଏବଂ ଅଗଷ୍ଟ ୭ ତାରିଖରେ ପରିବାର ସଦସ୍ୟ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ଜାରି ରଖିଥିଲେ। ଶେଷରେ, ଅଗଷ୍ଟ ୯ ଅର୍ଥାତ୍‌ ଗତକାଲି ସୋମବାର ଦିନ, ଏଣ୍ଡୋସ୍କୋପି ମାଧ୍ୟମରେ ଚୁମ୍ବକକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ପାଖାପାଖି ୧ ଘଂଟାରୁ ଅଧିକ ସମୟ ଲାଗିଥିଲା ଅପରେସନ୍‌।

India MP
Advertisment
Advertisment