Advertisment

ବିଶ୍ୱର କ୍ଷୁଦ୍ରତମ ନବଜାତ ଶିଶୁ: ସେଓ ସହ ସମାନ ଯାହାର ଓଜନ

ବିଶ୍ୱର ସବୁଠୁ କ୍ଷୁଦ୍ରତମ ନବଜାତ ଶିଶୁ,  ଜନ୍ମବେଳେ ଯାହାର ଓଜନ ମାତ୍ର ଗୋଟିଏ ସେଓର ଓଜନ ସହ ସମାନ ଥିଲା। ଏହି କ୍ଷୁତ୍ରତମ ଶିଶୁ ୧୩ ମାସ ପରେ ମେଡିକାଲରୁ ଫେରିଛି ନିଜ ଘରକୁ  ା ଏହାକୁ ଲୋକେ କୌଣସି ଦୈବୀ ଚମତ୍କାରଠୁ କମ୍ ଭାବୁ ନାହାନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
ବିଶ୍ୱର  କ୍ଷୁଦ୍ରତମ ନବଜାତ ଶିଶୁ: ସେଓ ସହ ସମାନ ଯାହାର ଓଜନ

smallest new born baby

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ କ୍ଷୁଦ୍ରତମ ନବଜାତ ଶିଶୁକୁ ନେଇ ଚାଲିଛି ଚର୍ଚ୍ଚା।  ଜନ୍ମବେଳେ ମାତ୍ର ଗୋଟିଏ ସେଓର ଓଜନ ସହ ସମାନ ଥିବା ଏହି ଶିଶୁ ୧୩ ମାସ ପରେ ମେଡିକାଲରୁ ଫେରିଛି ନିଜ ଘରକୁ  ା ଏହାକୁ ଲୋକେ କୌଣସି ଦୈବୀ ଚମତ୍କାରଠୁ କମ୍ ଭାବୁ ନାହାନ୍ତି। ତେବେ  ଶିଶୁଟି କେଉଁ ଦେଶର ଏବଂ ତାକୁ ବଂଚାଇବାକୁ ଡାକ୍ତରଙ୍କୁ କେତେ ପରିଶ୍ରମ କରିବାକୁ ପଡିଥିଲା ଆସନ୍ତୁ ଜାଣିବା।

Advertisment

ଘଟଣା ଘଟିଛି ସିଙ୍ଗାପୁରରେ।  ହସପିଟାଲରେ ୧୩ ମାସ ରହିବା ପରେ ମା’ କୋଳକୁ ଫେରିଛି ଦୁନିଆର ସବୁଠୁ ଏଇ ଛୋଟ ଶିଶୁ।  ନାଁ ତାର ୟୁ ଜୁଆନ୍ସ।  ୟୁ ଜୁଆନ୍ସକୁ କୁହାଯାଉଛି ବିଶ୍ୱର କ୍ଷୁଦ୍ରତମ ନବଜାତ। କାରଣ ଜନ୍ମ ବେଳେ ତାର ଲମ୍ବ ମାତ୍ର ୨୪ ସେଣ୍ଟିମିଟର ଥିବାବେଳେ, ଓଜନ ଥିଲା ମାତ୍ର ୨୧୨ ଗ୍ରାମ୍।  ଅର୍ଥାତ୍ ଗୋଟିଏ ସେଓର ଓଜନ । ଗତବର୍ଷ ଜୁନ୍‌ରେ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ହସ୍ପିଟାଲରେ ଜନ୍ମ ନେଇଥିଲା ଏହି ବିରଳ ଶିଶୁ ୟୁ ଜୁଆନ୍ ।

Advertisment

 ପ୍ରସବ ସମୟର ୪ ମାସ ପୂର୍ବରୁ, ଅର୍ଥାତ୍ ମାତ୍ର ୨୫ ସପ୍ତାହରେ ଶିଶୁଟି ଜନ୍ମ ନେଇଥିଲା। ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାକୁ ରଖାଯାଇଥିଲା। ତେବେ ଶିଶୁଟିର ଯତ୍ନ ନେବାକୁ କମ୍ ପରିଶ୍ରମ କରିବାକୁ ପଡିନଥିଲା ଡାକ୍ତର ଓ ନର୍ସଙ୍କୁ। କାରଣ ସେ ଏତେ ଛୋଟ ଥିଲା ଯେ, ତା ଶରୀରରେ କୌଣସି ଚିକିତ୍ସା ଉପକରଣ ଲଗାଇବା ଖୁବ୍ କଷ୍ଟକର ବ୍ୟାପାର ଥିଲା॥ ନିଶ୍ୱାସ ନେବା ପାଇଁ ସବୁଠୁ ଛୋଟ ନଳୀ ଯୋଗାଡ କରିବାକୁ ପଡିଥିଲା।

ଏପରିକି ମେଡିସିନର ଭାଗମାପ ମଧ୍ୟ ଡେସିମଲ ପଏଣ୍ଟରେ କରିବାକୁ ପଡିଥିବା ମେଡିକାଲ କତ୍ତୃପକ୍ଷ କହିଛନ୍ତି। ତେବେ ଖୁସିର କଥା, ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଯତ୍ନ ଯୋଗୁ ଏବେ ତାର ଓଜନ ବଢି ୬ କେଜିରେ ପହଞ୍ଚିଛି ା ଦୀର୍ଘ ୧ ବର୍ଷ ପରେ ପୁଅକୁ ପାଇ ପରିବାର ଲୋକେ ବେଶ୍ ଖୁସି ।  

Singapore Smallest Baby
Advertisment
Advertisment