Advertisment

ଆମେରିକାରେ ଉନ୍ମୋଚିତ ହେଲା ପ୍ରତିଭା ରାୟଙ୍କ ଉପନ୍ୟାସ

ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
ଆମେରିକାରେ ଉନ୍ମୋଚିତ ହେଲା ପ୍ରତିଭା ରାୟଙ୍କ ଉପନ୍ୟାସ

Odia Book Fair in Amerika

କଟକ: ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ। ପରେ ଓହିଓ ଷ୍ଟେଟ୍ ୟୁନିଭର୍ସିଟିର ଆସୋସିଏନ୍ ଡିନ୍‌ ପ୍ରଫେସର ବିଶୁନ୍ ପାଣ୍ଡେ ଉଦ୍‌ବୋଧନ ଦେଇ ଦୁଃଖ ପ୍ରକାଶ କରିଥିଲେ ଯେ ଆଗାମୀ ପିଢିକୁ ଧର୍ମ, ସଂସ୍କୃତି ଓ ପ୍ରଥା ସମ୍ପର୍କରେ ଶିକ୍ଷା ଦେବାକୁ ହେଲେ ପୁସ୍ତକର ଅଭାବ ରହିଛି। ତେବେ ବ୍ଲାକ୍ ଇଗଲ ଏହି ଅଭାବ ପୂରଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

Advertisment

ସମ୍ମାନିତ ଅତିଥିଭାବେ ଓହିଓ ଷ୍ଟେଟ୍ ୟୁନିଭର୍ସିଟି ପ୍ରଫେସର୍‌ ଧବଳେଶ୍ୱର ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ଓଡିଆ ପୁସ୍ତକର ‍ଇଲେକ୍ଟ୍ରୋନିକ୍ ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ ହେବ ଓ ଏହାକୁ ନେଇ ଫିଲ୍ମ ପ୍ରସ୍ତୁତ ହେବ ବୋଲି ସେ ମତ ଦେଇଥିଲେ। ଅନ୍ୟତମ ଅତିଥିଭାବେ ପ୍ରଫେସର୍ ଇଲା ନାଗର, ପ୍ରଫେସର ଭ୍ଲାଦିମିର୍ ଷ୍ଟେଫେଲ୍ ଯୋଗ ଦେଇଥିଲେ।

ଏହି ଅବସରରେ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ୱାରା ଅନୂଦିତ ଡ. ପ୍ରତିଭା ରାୟଙ୍କ ଉପନ୍ୟାସ ‘ଆଫ୍‌ଟର୍‌ ଦ ଡେଲ୍ୟୁଜ୍’ (ମଗ୍ନମାଟି) ଉନ୍ମୋଚିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସାହିତ୍ୟିକ ସୁକାନ୍ତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସ୍ୱାତୀ ମିଶ୍ର ସଂଚାଳନ କରିଥିବା ବେଳେ ସୁରିତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ବ୍ୟତୀତ ଦେବଦତ୍ତ ପଟେଲ, ରଶ୍ମିତା ମହାରଣା, ସ୍ୱାଧିନ ପଟ୍ଟନାୟକ, ନିରୁପମା ଆଚାର୍ଯ୍ୟ, ସୁଧା ମହାନ୍ତି ଓ ସ୍ନିଗ୍ଧା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Advertisment
Odia Literature Magnamati
Advertisment
Advertisment