Advertisment

’ସାମାଜିକ ଗଣମାଧ୍ୟମରେ ପେଗାସସ୍ ବିବାଦ ନେଇ ତର୍କ ନହେଉ, ସିଷ୍ଟମ ଉପରେ ବିଶ୍ୱାସ ରଖନ୍ତୁ ଆବେଦନକାରୀ’

ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ

author-image
Prangyan Parimita
ଅଦ୍ୟତନ ହୋଇଛି
’ସାମାଜିକ ଗଣମାଧ୍ୟମରେ ପେଗାସସ୍ ବିବାଦ ନେଇ ତର୍କ ନହେଉ, ସିଷ୍ଟମ ଉପରେ ବିଶ୍ୱାସ ରଖନ୍ତୁ ଆବେଦନକାରୀ’

pegasus snooping case

ନୂଆଦିଲ୍ଲୀ : ଥମୁନି ପେଗାସସ୍ ବିବାଦ । ମଙ୍ଗଳବାର ଦିନ ପୁଣି ଥରେ ପେଗାସସ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସରକାରଙ୍କୁ ଆବେଦନ ପିଟିସନର ଏକ ନକଲ ପ୍ରଦାନ କରାଯାଇଥିବା ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ଆବେଦନକାରୀ । ଶୁକ୍ରବାର ପରେ ହିଁ ଏହି ମାମଲାର ଶୁଣାଣି କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଦ୍ୱାରା ଏକ ଆବେଦନ କରାଯାଇଥିଲା । ଆବେଦନକାରୀ ଯଶୱନ୍ତ ସିହ୍ନାଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଆବେଦନ ମିଳିଥିବା ସୂଚନା ଦେଇଛନ୍ତି ସରକାର । ଏହି ମାମଲାରେ ଆବେଦନକାରୀମାନେ କୋର୍ଟରେ ଆବେଦନ କରିଥିଲେ ଏବଂ କେନ୍ଦ୍ରକୁ ବିଜ୍ଞପ୍ତି ଜାରି କରିବାକୁ କହିଥିଲେ । ତେବେ ସୁପ୍ରିମକୋର୍ଟ ବିଜ୍ଞପ୍ତି ପ୍ରକାଶ କରିବାକୁ ମନା କରିଦେଇଥିଲେ ଏବଂ ସୋମବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ ।

Advertisment

ଶୁଣାଣି ସମୟରେ କୋର୍ଟ ମଧ୍ୟ କିଛି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଆବେଦନକାରୀ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଯୁକ୍ତିତର୍କ କରୁଛନ୍ତି, ସମସ୍ତ ବିତର୍କ କୋର୍ଟରେ କରାଯିବା ଉଚିତ । ଆବେଦନକାରୀମାନେ ସୋସିଆଲ ମିଡିଆରେ ନିଜେ ଯୁକ୍ତି କରିବାକୁ ଚାହୁଁଥିଲେ, ଏହା ସେମାନଙ୍କ ଉପରେ ନିର୍ଭର କରେ । ଆଡଭୋକେଟ୍ କପିଲ ସିବଲ ମଧ୍ୟ କୋର୍ଟର ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିଥିଲେ । ପ୍ରଧାନ ବିଚାରପତି ସମସ୍ତ ଆବେଦନକାରୀ ଏବଂ ଓକିଲଙ୍କୁ କୋର୍ଟ ଉପରେ ବିଶ୍ୱାସ ରଖିବାକୁ କହିଛନ୍ତି । ଯଦି କୌଣସି ମାମଲାକୁ ବୁଝିବା ପାଇଁ ପ୍ରଶ୍ନ କରୁଛନ୍ତି, ତେବେ ଏହାର ଭୁଲ ବ୍ୟାଖ୍ୟା କରନ୍ତୁ ନାହିଁ । ଏହା ଏକ ଗମ୍ଭୀର ପ୍ରସଙ୍ଗ, ତେଣୁ ଏହାକୁ ଗମ୍ଭୀରତାର ସହ ନିଆଯିବା ଆବଶ୍ୟକ ।

Advertisment

ସୂଚନାଯୋଗ୍ୟ ପେଗାସସ୍ ମାମଲାକୁ ସଂନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ହଙ୍ଗାମା ସୃଷ୍ଟି ହୋଇଥିଲା । ଆଉ ଏହା ପରେ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ପେଗାସସ୍ ମାମଲାରେ ପ୍ରାୟ ନଅଟି ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଘଟଣାର ତଦନ୍ତ ପାଇଁ ଏକ ଆବେଦନ କରାଯାଇଛି । ଇସ୍ରାଏଲର ସ୍ପାଇୱେୟାର ପେଗାସସ୍ ବ୍ୟବହାର କରାଯାଇ ସରକାର ବଡ଼ ବଡ଼ ହସ୍ତୀଙ୍କ ସମ୍ପର୍କରେ ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ ହୋଇଥିଲା । ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅନେକ ବଡ଼ ବଡ଼ ନେତାଙ୍କ ସମେତ ଦେଶର ଅନେକ ସେଲିବ୍ରିଟିଙ୍କ ନାମ ସାମିଲ ରହିଛି । ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଦଳ କ୍ରମାଗତ ଏହି ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରୁଥିଲେ । ତେବେ ସରକାର ସଂସଦରେ କହିଛନ୍ତି ସେମାନଙ୍କ ପକ୍ଷରୁ ଏଭଳି ଗୁପ୍ତଚର କାର୍ଯ୍ୟ କରାଯାଇ ନାହିଁ ।

CJI Pegasus Spyware Case
Advertisment
Advertisment