Advertisment

ଆଜି ଘୋଷଣା ହୋଇପାରେ ଆଫଗାନ୍‌ର ନୂଆ ସରକାର

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ।

author-image
Sarbeswar
Taliban

Taliban

କାବୁଲ୍‌: ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ। ଇରାନ ଶୈଳୀରେ ଚାଲିବ ଏଠିକାର ପ୍ରଶାସନିକ ବ୍ୟବସ୍ଥା। ସଂଗଠନର ସର୍ବୋଚ୍ଚ ଧାର୍ମିକ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନୀତି ନିର୍ଦ୍ଧାରକ ହେଲେ ବି, ପ୍ରକୃତ ଶାସନ କ୍ଷମତା ରହିବ ମୁଲ୍ଲା ବରାଦାରଙ୍କ ହାତରେ। ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ କରାଯାଇପାରେ। ସେହିପରି ନୂଆ ସରକାରର ରୂପରେଖ ଚୂଡ଼ାନ୍ତ ହୋଇଥିବା ବେଳେ ତାଲିବାନ ପକ୍ଷରୁ ଶନିବାର ଏନେଇ ବିଧିବଦ୍ଧ ଘୋଷଣା କରାଯାଇପାରେ। ସରକାର ଘୋଷଣା ପାଇଁ ସମସ୍ତ ପ୍ରମୁଖ ନେତା କାବୁଲରେ ପହଞ୍ଚିସାରିଥିବା ଏବଂ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

Advertisment

ଇସ୍ଲାମିକ୍ ଏମିରେଟସ ଅଫ୍ ଆଫଗାନିସ୍ତାନ ସରକାର- ତାଲିବାନ ସରକାରର ମୁଖ୍ୟ ହେବେ। ତାଲିବାନର ସହପ୍ରତିଷ୍ଠାତା ମୁଲ୍ଲା ଅବ୍ଦୁଲ ଘନି ବରାଦର୍ ତାଙ୍କୁ ସହଯୋଗ କରିବା ପାଇଁ ସରକାରରେ ଉଚ୍ଚ ପଦରେ ରହିବେ। ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାର୍ର ପୁଅ ମୁଲ୍ଲା ମହମ୍ମଦ ୟାକୁବ୍ ଓ ଶେର୍ ମହମ୍ମଦ ଅବ୍ବାସ୍ ଷ୍ଟାନିକ୍ଜାଇ ପୂର୍ବରୁ ତାଲିବାନର ସୁପ୍ରିମ୍ ଲିଡର୍ ହୈବତୁଲ୍ଲା ଅଖୁନ୍ଦଜାଦା ଶାସନ ମୁଖ୍ୟ ହେବେ ବୋଲି କୁହାଯାଉଥିବା ବେଳେ, ଏବେ ଜଣାପଡ଼ିଛି ସେ ଧର୍ମୀୟ ପ୍ରସଙ୍ଗରେ ମୁଲ୍ଲା ବରାଦରଙ୍କୁ ପରାମର୍ଶ ଦେବେ। ଧାର୍ମିକ ବ୍ୟାପାର ଓ ଇସ୍ଲାମ ପରିଧିରେ ଶାସନ କଳ ଚାଲୁଛି କି ନାହିଁ, ତା ଉପରେ ନଜର ରଖିବେ। ଅଖୁନ୍ଦଜାଦା ଅର୍ଥାତ୍ ଇରାନ୍ ଢାଞ୍ଚାରେ ଜଣେ ଧାର୍ମିକ ଓ ରାଜନୈତିକ ବ୍ୟକ୍ତି ଦେଶର ନୀତି ନିର୍ଦ୍ଧାରକ ହେବେ ଏବଂ ତାଙ୍କ ପରାମର୍ଶରେ କାର୍ଯ୍ୟ କରିବେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତି। ଆଗାନିସ୍ତାନରେ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ସେପଟେ ନୂଆ ସରକାର ସମ୍ବିଧାନ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ସରକାର, ଶାସନ ବ୍ୟବସ୍ଥାର ଲୋଗୋ ଏବଂ ସରକାରର ସ୍ଲୋଗାନ୍ ସମ୍ବଳିତ ପୋଷ୍ଟର ଓ ବ୍ୟାନର ସବୁ ରାସ୍ତାଘାଟରେ ଲଗାଯାଇଛି।

Advertisment

ସେପଟେ ଗତକାଲିଠାରୁ କାବୁଲ୍ ବିମାନବନ୍ଦରରେ ଡୋମେଷ୍ଟିକ୍ ଫ୍ଲାଇଟ୍ ଉଡ଼ିଛି। କାତାର୍ ଓ ତୁର୍କୀ ଟେକ୍ନିସିଆନ୍ ଆବଶ୍ୟକ ମରାମତି କରିବା ପରେ, ଏନେଇ ତାଲିବାନ ଠାରୁ ସବୁଜ ସଂକେତ ମିଳିଥିବା ଏରିଆନା ଆଫଗାନ ଏୟାର୍ଲାଇନ୍ସ କର୍ମଚାରୀ କହିଛନ୍ତି । ତେବେ ଇଣ୍ଟରନ୍ୟାସନାଲ ବିମାନ ଉଡ଼ାଣ ନିକଟ ଭବିଷ୍ୟତରେ ଆରମ୍ଭ ହୋଇପାରିବନାହିଁ। ଆମେରିକା କାବୁଲ୍ ଛାଡ଼ିବା ପରେ ସେପ୍ଟେମ୍ବର ୧ ଠାରୁ କାବୁଲ୍ ଏୟାରପୋର୍ଟ ବନ୍ଦ ପଡ଼ିଥିଲା।

Taliban Taliban Attack Afghanistan
Advertisment
Advertisment