• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁନି ଝିଅର ପାଠପଢ଼ାର ଝୁଙ୍କ

  • ବନ୍ୟାର କରାଳ ରୂପ ଭିତରେ ହୃଦୟଛୁଆଁ ଚିତ୍ର

ଗୋରଖପୁର : ବନ୍ୟାର କରାଳ ରୂପ ଭିତରେ ହୃଦୟଛୁଆଁ ଚିତ୍ର । ସ୍କୁଲ ଡ୍ରେସ୍ ପିନ୍ଧି ହାତରେ ବସିବସ୍ତାନୀ ଧରି ଅକାତକାତ ପାଣିରେ ନିଜେ କାତ ମାରୁଛି କୁନି ଝିଅ । ଘରଦ୍ୱାର ଚାରିଆଡ଼େ ପାଣି ମାଡ଼ି ଆସିଛି, ଏପରି ପ୍ରତିକୂଳ ପରିସ୍ଥିତିରେ ବି ମନୋବଳ ହରାଇନି । ପାଠ ପଢ଼ି ଭବିଷ୍ୟତରେ କିଛି କରିବା ଆଶାରେ ଜୋର ଜୋରରେ ଡଙ୍ଗା ଚଳାଇ ସ୍କୁଲ ବାହାରି ଯାଉଛି । ଉତ୍ତରପ୍ରଦେଶର ବନ୍ୟା ପ୍ରଭାବିତ ଗୋରଖପୁର ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି ।

ବନ୍ୟା ଯୋଗୁଁ ରାପ୍ତି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏକୁଟିଆ ସ୍କୁଲ ଯାଉଥିବା କୁନି ଝିଅର ସାହସ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ବ୍ୟାଗ ସହିତ ଡଙ୍ଗାରେ ଯାଉଥିବା ଝିଅର ଉତ୍ସାହ ଦେଖି ବନ୍ୟା ପରିସ୍ଥିତିରେ ଥିବା ଲୋକମାନେ ମଧ୍ୟ କିଛି ସମୟ ପାଇଁ ନିଜର ଅସୁବିଧା ଭୁଲିଯିବେ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଆସିବା ପରେ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଥିଲେ । ଗୋଟିଏ ପଟେ କରୋନା ମାଡ଼ ଓ ଅନ୍ୟପଟେ ବନ୍ୟାସ୍ଥିତି, ଏପରି ସମୟରେ ପିଲାମାନଙ୍କୁ କିପରି ବିଦ୍ୟାଳୟକୁ ପଠାଇବେ ସେ ନେଇ ଭାଳି ହେଉଥିଲେ । କିନ୍ତୁ ଦକ୍ଷିଣ ବାହାରମପୁରରେ ରାପ୍ତି ନଦୀର ବନ୍ୟା ଜଳରେ ଡଙ୍ଗାରେ ଏକାକୀ ଆହୁଲା ପାରି ବିଦ୍ୟାଳୟକୁ ଯାଉଥିବା ଝିଅକୁ ଦେଖି ସମସ୍ତେ ହତବାକ୍ ହୋଇଯିବା ସହ ସାବାସୀ ଦେଇଛନ୍ତି । ତେବେ ଝିଅଟି କେଉଁ ଗାଁର କିମ୍ବା କେଉଁ ସ୍କୁଲକୁ ପାଠ ପଢ଼ିବାକୁ ଯାଉଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ବର୍ତ୍ତମାନ ୟୁପିର ଗୋରଖପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘରେ ବନ୍ୟା ଜଳ ପଶିଯାଉଛି । ଘର ଭିତରେ ଅଣ୍ଟାଏ ଅଣ୍ଟାଏ ପାଣି ଲହଡ଼ି ଭାଙ୍ଗୁଛି । ଯେଉଁଠାରେ ରାସ୍ତା ଥିଲା, ବର୍ତ୍ତମାନ ତାହା ପୋଖରୀ ପରି ଦୃଶ୍ୟମାନ ହେଉଛି । ଏଥିସହିତ ଗାଁର ଲୋକମାନେ ଗାଈଗୋରୁ ଧରି ସୁରକ୍ଷିତ ସ୍ଥାନକୁ ଧାଉଛନ୍ତି । ଅନେକ ସ୍ଥାନରେ ଡ୍ୟାମରେ ଭାଙ୍ଗି ଯାଇଛି । ଲୋକମାନେ ନିଜ ଗାଁ ଓ ଘର ଛାଡି ଅନ୍ୟ ସ୍ଥାନକୁ ପଳାଇ ଯାଉଛି । ଆଉ ଏହାରି ଭିତରେ ଜୀବନ ଜିଇଁବାକୁ ସାହସ ଦେଉଥିବା ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି ।