Advertisment

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍‌ଙ୍କୁ ଲାଗିଲା ଝଟ୍‌କା, କୋମାକୁ ଚାଲିଗଲେ ଯୁବତୀ

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ଜଣେ ଫ୍ୟାନ୍‌ଙ୍କୁ ଏପରି ଝଟ୍‌କା ଲାଗିଛି ଯେ, ଏବେ ସେ କୋମାରେ। ଫ୍ୟାଶନ ଫଟୋଗ୍ରାଫର Viralbhayani ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Sidharth Shukla

Actor Sidharth Shukla

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ୩ ଦିନ ବିତି ଯାଇଥିଲେ ସୁଦ୍ଧା ପରିବାର ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରେଟି, ଫ୍ୟାନ୍ସ ପର୍ଯ୍ୟନ୍ତ କେହିବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗତକାଲି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଅନ୍ତିମ ସଂସ୍କାରରେ ଅସିମ ରିୟାଜ୍‌ଙ୍କଠୁ ଆରମ୍ଭ କରି ରାଜକୁମାର ରାଓଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରେଟି ସାମିଲ ହୋଇଥିଲେ। ସିଦ୍ଧାର୍ଥଙ୍କ ବିୟୋଗରେ ମା’ ରୀତା ଶୁକ୍ଳା ଓ ତାଙ୍କର ପ୍ରିୟ ସାଙ୍ଗ ଶେହନାଜ ଗିଲ୍‌ ଦୁଃଖରେ ପୁରାପୂରି ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କର ଅବସ୍ଥା ଦେଖିଲେ ହୁଏତ ଆପଣଙ୍କ ଆଖିରୁ ଲୁହ ଆସି ଯିବ। ହେଲେ ଏସବୁ ଭିତରେ ଆଉ ଏକ ଦୁଃଖଦ ଖବର ଆସିଛି। ସିଦ୍ଧାର୍ଥଙ୍କ ଜଣେ ଫ୍ୟାନ୍‌ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ଜଣେ ଫ୍ୟାନ୍‌ଙ୍କୁ ଏପରି ଝଟ୍‌କା ଲାଗିଛି ଯେ, ଏବେ ସେ କୋମାରେ। ଫ୍ୟାଶନ ଫଟୋଗ୍ରାଫର Viralbhayani ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ଏହି ସୂଚନା ଦେଇଛନ୍ତି। ସିଦ୍ଧାର୍ଥଙ୍କ ଏକ ଫଟୋ ଶେଆର କରି ଏଥିରେ ଜୟେଶ ଠାକୁର ନାମକ ଜଣେ ଡାକ୍ତରଙ୍କ ପୋଷ୍ଟ ଶେଆର କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ବନ୍ଧୁଗଣ, ଆପଣମାନେ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରନ୍ତୁ। କେବେବି ଏକାକୀ ରୁହନ୍ତୁ ନାହିଁ। SidNaazଙ୍କ ଜଣେ ଫ୍ୟାନ୍‌ଙ୍କୁ ବାଥ୍‌ରୁମ୍‌ ଭିତରୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୟାକରି ଆପଣମାନେ ଆପଣଙ୍କ ଯତ୍ନ ନିଅନ୍ତୁ। ତାଙ୍କ(SidNaazଙ୍କ ଫ୍ୟାନ୍‌)ର ଆଶୁ ଆରୋଗ୍ୟ ପାଇଁ  ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ’।

Actor Sidharth Shuklaଅଭିନେତା ସିଦ୍ଧାର୍ଥ ଶୁକ୍ଳା

Viralbhayani ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ସିଦ୍ଧାର୍ଥ ଶୁକ୍ଳାଙ୍କ ଜଣେ ଫ୍ୟାନ୍‌ ତାଙ୍କର ଦେହାନ୍ତ ଖବର ଶୁଣି ଆଂଶିକ କୋମାକୁ ଚାଲି ଯାଇଛନ୍ତି। ଆମ୍ଭେମାନେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଆଶା କରୁଛି, ଏଭଳି କଠିନ ସମୟରେ #sidnaaz ଫ୍ୟାନ୍ସ ନିଜକୁ ସମ୍ଭାଳିକି ରହିବେ’।

Advertisment

ସୂଚନାଥାଉ କି, ସେପ୍ଟେମ୍ବର ୧ ରାତି ୩ଟା ୩୦ରେ ସିଦ୍ଧାର୍ଥ ଶୁକ୍ଳା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା  ହୋଇଥିଲା। ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପାଣି ପିଇ ଶୋଇ ପଡିଥିଲେ । ହେଲେ ସକାଳୁ ଆଉ ଉଠି ନଥିଲେ। ସିଦ୍ଧାର୍ଥଙ୍କ ଟ୍ରିଟମେଣ୍ଟ ପାଇଁ ତାଙ୍କ ଘରକୁ ଡାକ୍ତରମାନେ ଯାଇଥିଲେ । ସିଦ୍ଧାର୍ଥଙ୍କୁ ତୁରନ୍ତ କପୁର ହସ୍ପିଟାଲକୁ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ସକାଳ ୧୦ଟା ୩୦ରେ ତାଙ୍କ ଭଉଣୀ ଓ ଭିଣୋଇ ହସ୍ପିଟାଲ୍‌ ନେଇଥିଲେ। ହେଲ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

Sidharth Shukla Sidharth Shukla Death
Advertisment
Advertisment