• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଫଗାନିସ୍ତାନ ବିରୁଦ୍ଧରେ ସଡ଼ଯନ୍ତ୍ର !

  • ହାତ ମିଳାଇଲେ ଆମେରିକା ଓ ପାକିସ୍ଥାନ

କାବୁଲ: ଆଫଗାନ୍‌ ବିରୁଦ୍ଧରେ ହାତ ମିଳାଇଲେ ଆମେରିକା ଓ ପାକିସ୍ତାନ୍ । ଆଫଗାନିସ୍ତାନରେ ବଡ ଧରଣର ଗୁଇନ୍ଦା ବିଭାଗର ଅପରେସନ୍‌ କରିବା ପାଇଁ ଏକଜୁଟ୍‌ ହୋଇ ଏକ ଚୁକ୍ତିନାମା କରିଛନ୍ତି ଆମେରିକା ଓ ପାକିସ୍ତାନ । ହେଲେ ଏହି ରିପୋର୍ଟ ପ୍ରକାଶ ହେବାର ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଜାରି କରାଯାଇଛି । ଯେଉଁଥିରେ ସେ ଏହି ଚୁକ୍ତିନାମା ଖବରକୁ ଅସ୍ୱୀକାର କରିଛନ୍ତି ।

ପାକିସ୍ତାନର ମୁଖପାତ୍ର କହିଛନ୍ତି, ଏହି ଆଫଗାନିସ୍ତାନ୍‌ରେ ଗୁଇନ୍ଦା ବିଭାଗର ଅପରେସନ୍‌ କରିବା ପାଇଁ ଆମେରିକା ସହ କୌଣସି ଚୁକ୍ତିନାମା କରାଯାଇନାହିଁ । ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଦେଶ ମଧ୍ୟରେ ଏହିପରି କୌଣସି ଆଲୋଚନା କରାଯାଇ ନାହିଁ । ୱାଶିଂଟନ୍ ଏବଂ ଇସଲାମାବାଦ ମଧ୍ୟର ଆଞ୍ଚଳିକ ସୁରକ୍ଷା ତଥା ଆତଙ୍କବାଦ ମୁକାବିଲା ପାଇଁ ସହଯୋଗ କରିବା ପାଇଁ ଦୀର୍ଘ ଦିନ ଧରି ଆମେରିକା ଓ ପାକିସ୍ତାନ ମଧ୍ୟରେ ଆଲୋଚନା କରାଯାଉଛି । ଉଭୟ ପକ୍ଷରୁ ପରସ୍ପର ମଧ୍ୟରେ ଆଞ୍ଚଳିକ ସୁରକ୍ଷା ନେଇ ପରାମର୍ଶ ମଧ୍ୟ ଦିଆଯାଉଛି ।

ସିଏନ୍‌ଏନ୍‌ ନ୍ୟୁଜ୍‌ ଅନୁସାରେ, ଆଫଗାନିସ୍ତାନରେ ନିଜ ବାୟୁସେନାକୁ ପଠାଇବା ନେଇ ଆମେରିକା ପାକିସ୍ତାନ ସହ ଏକ ଚୁକ୍ତିନାମା କରିଛି ବୋଲି ବାଇଡେନ୍‌ ପ୍ରଶାସନ ପକ୍ଷରୁ ଆମେରିକା ସାଂସଦମାନଙ୍କୁ ସୂଚନା ଦିଆଯାଇଛି । ପାକିସ୍ତାନର ନ୍ୟୁଜ୍ ପୋର୍ଟାଲ୍ ଡ୍ରାନ୍ ଅନୁଯାୟୀ, ପାକିସ୍ତାନ ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପରେ ସହାୟତା ପ୍ରଦାନ କରିବା ତଥା ଭାରତ ସହ ଭଲ ସମ୍ପର୍କ ରଖିବା ନେଇ ଏକ ଚୁକ୍ତିନାମା କରିବା ନେଇ ଇଚ୍ଛା ପ୍ରକାଶ କରିଛି । ସୂତ୍ର ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ବର୍ତ୍ତମାନ ମଧ୍ୟ ଆଲୋଚନା ଜାରି ରହିଥିବା ସହ ଚୁକ୍ତିନାମାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ । ହେଲେ ଚୁକ୍ତିନାମାରେ କୌଣସି ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ ବୋଲି ସମ୍ଭାବନା ରହିଛି ।