Advertisment

ପ୍ରେମ ଯୋଗୁଁ ସାରା ଜୀବନ ବାଡୁଅ ରହିଗଲେ ସଞ୍ଜୀବ କୁମାର

ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅ‍ଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ?

author-image
Pramod Behera
Sanjeev Kumars tragic love

Sanjeev Kumars tragic love

ମୁମ୍ବାଇ : ହିନ୍ଦି ସିନେମାର ବରିଷ୍ଠ ଅଭିନେତା ସଞ୍ଜୀବ କୁମାର ଯେବେ ବି ପରଦାକୁ ଆସନ୍ତି ନିଜର ଗମ୍ଭୀରତାରେ ସେ ଦର୍ଶକଙ୍କ ହୃଦୟ ଜିତି ନିଅନ୍ତି। ତାଙ୍କ ସମୟରେ ଯେତେ ବି ଅ‍ଭିନେତା ଥିଲେ ସମସ୍ତଙ୍କ ଠାରୁ ସଞ୍ଜୀବ ଅଲଗା ବାରି ହୋଇ ପଡୁଥିଲେ। ସେ ମମୟରେ ସେ ସବୁଠାରୁ ହ୍ୟାଣ୍ଡସମ୍‌ ଅଭିନେତା ଥିଲେ। ଯୁବତୀମାନେ ତାଙ୍କୁ ପରଦାରେ ଦେଖି ବି ତାଙ୍କ ପ୍ରେମରେ ପଡିଯାଉଥିଲେ। ତେଣୁ ସଞ୍ଜୀବଙ୍କୁ ଜୀବନସାଥୀ କରିବା ନେଇ ଅନେକ ଯୁବତୀ ମଧ୍ୟ ତାଙ୍କ ପାଇଁ ଟିଫିନ୍ ପଠଉଥିଲେ। ଏଭଳି ସୁନ୍ଦର ଓ ପ୍ରସିଦ୍ଧ ଅଭିନେତାଙ୍କର ଯଦି ବିବାହ ନ ହୁଏ ତେବେ ଏ କଥା ସହଜେ ହଜମ ହୁଏନି। ତେବେ କ’ଣ ରହିଛି ଏହା ପଛର କାହାଣୀ? ଏହାର ପର୍ଦ୍ଦାଫାସ କରିଛନ୍ତି ଅଞ୍ଜୁ ମହେନ୍ଦ୍ରୁ।

Advertisment
Sanjeev Kumars tragic loveସିନେମାରେ ସୁଲକ୍ଷଣା ଓ ହେମା ମାଳିନୀଙ୍କ ସହ ସଞ୍ଜୀବ କୁମାର

ସଞ୍ଜୀବ କୁମାରଙ୍କୁ ତ ଅନେକ ଯୁବତୀ ପ୍ରେମ କରୁଥିଲେ, କିନ୍ତୁ ଏହାର ମାନେ ନୁହେଁ ଯେ ସଞ୍ଜୀବ କାହା ପ୍ରେମରେ ପଡି ନ ଥିଲେ। ଯେତେବେଳେ ସଞ୍ଜୀବଙ୍କ ପାଇଁ ଅନ୍ୟ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଯୁବତୀମାନେ ପାଗଳ ଥିଲେ, ତେବେ କିଏ ସେ ଯାହା ପ୍ରେମରେ ସଞ୍ଜୀବ ପଡିଥିଲେ। ସେ ହେଉଛନ୍ତି ଡ୍ରିମ୍ ଗାର୍ଲ ହେମା ମାଳିନୀ। ସଞ୍ଜୀବ ତାଙ୍କୁ ହୃଦୟରୁ ଚାହୁଁଥିଲେ। ହେମାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଥିବା ସଞ୍ଜୀବ ତାଙ୍କୁ ନିଜର ଜୀବନସାଥୀ କରିବାକୁ ଚାହୁଁଥିଲେ।

Sanjeev Kumars tragic loveପ୍ରେମ ଯୋଗୁଁ ସାରା ଜୀବନ ବାଡୁଅ ରହିଗଲେ ସଞ୍ଜୀବ କୁମାର

ନିଜ ହୃଦୟର କଥା ମଧ୍ୟ ସେ ତାଙ୍କୁ କହିସାରିଥିଲେ। କିନ୍ତୁ ସେତେବେଳେ ହେମା ଧର୍ମେନ୍ଦ୍ରଙ୍କ ପ୍ରେମରେ ଉବୁଟୁବୁ ଥିଲେ। ଏହି କାରଣରୁ ସେ ସଞ୍ଜୀବ କୁମାରଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଯେତେବେଳେ ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ବିବାହ ହୋଇଗଲା ସଞ୍ଜୀବ କୁମାର ସମ୍ପୂର୍ଣ୍ଣ ଭାଙ୍ଗିପଡିଲେ। ସେ ଆଉ କାହାକୁ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment
Girls love to Sanjeev Kumarଯୁବତୀଙ୍କ ସଞ୍ଜୀବଙ୍କ ପ୍ରତି ପ୍ରେମ

ତେବେ ହେମା ମାଳିନୀଙ୍କ ଯୋଗୁଁ କେବଳ ଯେ ସଞ୍ଜୀବ ଅବିବାହିତ ରହିଲେ ତାହା ନୁହେଁ, ଆଉ ଜଣେ ଅଭିନେତ୍ରୀ ମଧ୍ୟ କେବେ ବି ବିବାହ ନ କରିବାକୁ ସ୍ଥିର କରିନେଲେ। ୭୦ ଦଶକର ବାଲାର ସୁନ୍ଦରୀ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ହୃଦୟ ସଞ୍ଜୀବ କୁମାରଙ୍କ ପାଇଁ ଧକ୍‌ଧକ୍ ହେଉଥିଲା। ସେ ତାଙ୍କୁ ବିବାହ କରିବାକୁ ସ୍ଥିରକରି ନେଇଥିଲେ। କିନ୍ତୁ ସଞ୍ଜୀବଙ୍କ ହୃଦୟରେ ଆଉ କେହି ଥିଲେ। ତେଣୁ ସେ ସୁଲକ୍ଷଣାଙ୍କ ପ୍ରସ୍ତାବକୁ ସ୍ୱୀକାର କଲେ ନାହିଁ। ସଞ୍ଜୀବଙ୍କ ପାଇଁ ସମର୍ପିତ ଥିବା ସୁଲକ୍ଷଣାଙ୍କ ହୃଦୟ ଆଉ କାହାର ହେବାକୁ ଚାହୁଁ ନ ଥିଲା। ତେଣୁ ସେ ଦୃଢ ପ୍ରତିଜ୍ଞା କରିଥିଲେ ଯେ ଜୀବନରେ ସେ ଆଉ କାହାକୁ ବିବାହ କରିବେ ନାହିଁ।

Hema-Sanjeev in love sceneପ୍ରେମର ଦୃଶ୍ୟରେ ସଞ୍ଜୀବ-ହେମା

ତେବେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପ୍ରେମିକା ଥିବା ଅଞ୍ଜୁ ମହେନ୍ଦ୍ରୁ ଦିନେ ଗଣମାଧ୍ୟମର ଏକ ସାକ୍ଷାତକାରରେ ସଞ୍ଜୀବଙ୍କୁ ନେଇ ଏକ ବଡ ଘଟଣାର ପର୍ଦ୍ଦାଫାସ କରିଥିଲେ। ସେ କହିଥିଲେ ସେ ସଞ୍ଜୀବ ବହୁତ ସନ୍ଦେହୀ ଥିଲେ। ତାଙ୍କ କହିବା କଥା, ସଞ୍ଜୀବଙ୍କ ମନରେ ଏମିତି ଏକ କଥା ଘର କରିଯାଇଥିଲା ଯେ ଯେଉଁଥିପାଇଁ ସେ ସବୁ ଯୁବତୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ଯେଉଁ ଯୁବତୀମାନେ ବି ତାଙ୍କୁ ଭଲ ପାଉଥିଲେ ସେ ତାଙ୍କୁ ବିଶ୍ୱାସ କରିପାରୁ ନ ଥିଲେ। କାରଣ ସେ ଭାବୁଥିଲେ ଯେ ପ୍ରକୃତରେ ସେମାନେ ତାଙ୍କୁ ନୁହେଁ ବରଂ ତାଙ୍କ ଟଙ୍କାକୁ ହିଁ ଭଲ ପାଉଛନ୍ତି। ଏହି କାରଣରୁ ସଞ୍ଜୀବ କୁମାରଙ୍କ ବିବାହ ହୋଇପାରିଲା ନାହିଁ ବୋଲି ଅଞ୍ଜୁ କହିଥିଲେ।

Sanjeev-Sulakshana in Romantic moodରୋମାଣ୍ଟିକ୍ ମୁଡ୍‌ରେ ସଞ୍ଜୀବ-ସୁଲକ୍ଷଣା

ଦିନେ ୨୨ ବର୍ଷର ସଞ୍ଜୀବ ଜଣେ ୬୦ ବର୍ଷର ବ୍ୟକ୍ତିର ଭୂମିକାକୁ ସଫଳତାର ସହିତ କରିଥିବା ବେଳେ ପ୍ରେମର ଦୁନିଆରେ ବିଫଳ ହୋଇଥିଲେ। ଥିଏଟରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ସଞ୍ଜୀବ କୁମାର ‘ହମ୍ ହିନ୍ଦୁସ୍ତାନୀ’ରୁ ନିଜ ଫିଲ୍ମ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଫିଲ୍ମ ‘ଖିଲୋନା’ରେ ମିଳିଥିଲା। ଅନେକ ସଫଳ ଫିଲ୍ମରେ କାମ କରିଥିବା ଦକ୍ଷ କଳାକାର ସଞ୍ଜୀବ କୁମାରଙ୍କ ମୃତ୍ୟୁ ଦୃଦ୍‌ରୋଗ କାରଣରୁ ମାତ୍ର ୪୭ ବର୍ଷରେ ହୋଇଥିଲା।

Bollywood Hema Malini Sanjeev Kumar
Advertisment
Advertisment