Advertisment

‘ୟାରାନା’ ଅମିତାଭଙ୍କୁ ଦେଇଥିଲା ସଫଳତା; କ’ଣ କହିଲେ ବିଗ୍ ବି

ବଲିଉଡ୍‌ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Amitabh Bachchan remembers shooting days of Yaarana

Amitabh Bachchan remembers shooting days of Yaarana

ମୁମ୍ବାଇ : ବଲିଉଡ୍‌ର ମହାନାୟକଙ୍କ କଥା ପଡିଲେ ସର୍ବପ୍ରଥମେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାମ ଆସିବା ଥୟ। ସେ ଅନେକ ଫିଲ୍ମରେ ନିଜ ଅଭିନୟର ସର୍ବୋତ୍ତମ ଦେଇଥିଲେ ବି ତାଙ୍କର ଏହି ସଫଳତାରେ ଉଚ୍ଚାରେ ପହଞ୍ଚିବା ନେଇ ‘ୟାରାନା’ ଫିଲ୍ମର ବଡ ଭୂମିକା ରହିଛି। ୨୩ ଅକ୍ଟୋବର ୧୯୮୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଅନେକ ସ୍ମୃତି ମଧ୍ୟ ଜଡିତ ଅଛି। ସବୁବେଳେ ନକାରାତ୍ମକ ଭୂମିକା ଗ୍ରହଣ କରୁଥିବା ଅମଜାଦ ଖାନ 'ୟାରାନା'ରେ ଏକ ସକାରାତ୍ମକ ଭୂମିକାରେ ଦେଖାଦେଇଥିଲେ। ଅମଜାଦ ଖାନଙ୍କୁ ଦର୍ଶକେ ପ୍ରାୟତଃ ଜଣେ ଭିଲେନ ଭୂମିକାରେ ଅଭିନୟ କରିବା ଦେଖିଥାନ୍ତି। କେବଳ ଏତିକି ନୁହେଁ ଅନ୍ୟ ଜଣେ କିମ୍ବଦନ୍ତୀ ଭିଲେନ୍ ଭୂମିକାରେ ଅଭିନୟ କରୁଥିବା କାଦର ଖାନ୍ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ। ଏହି ଫିଲ୍ମକୁ ବର୍ତ୍ତମାନ ୪୦ ବର୍ଷ ପୂରଣ ହୋଇଛି। ଫିଲ୍ମକୁ ନେଇ ବିଗ୍ ବି ସୁଟିଂ ଦିନକୁ ମଧ୍ୟ ମନେ ପକାଇଛନ୍ତି।

Advertisment

'ୟାରାନା' ଫିଲ୍ମ ସଫଳତା ନେଇ ଏହାର ସମସ୍ତ ଗୀତର ମଧ୍ୟ ଶ୍ରେୟ ରହିଛି। ଫିଲ୍ମର ସବୁ ଗୀତ ଅତ୍ୟନ୍ତ ସୁନ୍ଦର ଥିଲା। 'ତେରେ ଜୈସା ୟାର କାହାଁ', 'ଛୁକର ମେରେ ମନ କୋ', 'ସାରା ଜମାନା ହସିନୋ କା ଦିୱାନା' ଭଳି ସୁନ୍ଦର ଗୀତ ଅନଜାନ ଲେଖିଥିଲେ ଏବଂ ସଙ୍ଗୀତ ରାଜେଶ ରୋଶନ ଦେଇଥିଲେ। ଏହି ଗୀତଗୁଡ଼ିକର କ୍ରେଜ୍‌ ଆଜି ବି ମନରୁ ଯାଏ ନାହିଁ। ବାରମ୍ବାର ଏହି ଗୀତଗୁଡିକୁ ଶୁଣିବାକୁ ମନ କଲେ। ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ 'ସାରା ଜମାନା ହସିନୋ କା ଦେୱାନା'ର ସୁଟିଂ ଦିନକୁ ମନେ ପକାଇ ଅମିତାଭ ବଚ୍ଚନ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଲେଖିଛନ୍ତି, “ଏହି ଚମତ୍କାର ଫିଲ୍ମକୁ ୪୦ ବର୍ଷ ହୋଇଛି... ଏହି ଗୀତ କୋଲକାତାର ଏନ୍‌ଏସ୍‌ ଷ୍ଟାଡିୟମରେ ସୁଟିଂ କରାଯାଇଥିଲା... ଏଠାରେ ପ୍ରଥମ ଥର ପାଇଁ ଶୁଟିଂ ହୋଇଥିଲା... ଏଠାରେ ଦେଖାଦେଇଥିବା କୋଲକାତାର ଜନତାଙ୍କ ଭିଡ ସମଗ୍ର ବିଶ୍ୱରେ ଆଉ କେଉଁଠାରେ ନାହିଁ।”

Advertisment
Scene of Yaaranaୟାରାନାର ଏକ ଦୃଶ୍ୟରେ ଅମିତାଭ ବଚ୍ଚନ

ପ୍ରକାଶଥାଉ ଯେ କୋଲକାତାର ନବଜାତ ସୁଭାଷ ଷ୍ଟାଡିୟମରେ ସୁଟିଂ ହୋଇଥିବା ଏହି ଗୀତରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲ୍‌କୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ସେହିଦିନ ଠାରୁ ଅମିତାଭଙ୍କ ପ୍ରଶଂସକମାନେ ଏହାକୁ ସେମାନଙ୍କର ଫ୍ୟାଶନ ଷ୍ଟେଟ୍‌ମେଣ୍ଟ କରି ନେଇଥିଲେ। ଫିଲ୍ମର ସୁଟିଂ ଦିନରେ କୋଲକାତାର ଷ୍ଟାଡିୟମ ପୂରା ପୂରି ଯା‍ଇଥିଲା। ଭିଡ଼କୁ ଏପରି ହୋଇଥିଲାରେ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା।

ରାକେଶ ରୋଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ୟାରାନା’ ଏଚ୍ ଏ ନାଡିୟାୱାଲାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଅମିତାଭ ବଚ୍ଚନଙ୍କ ସହ ଏହି ଚଳଚ୍ଚିତ୍ରରେ ନୀତୁ ସିଂ ମୁଖ୍ୟ ଭୂମିକାରେ ଥିଲେ। ଏମାନଙ୍କ ବ୍ୟତୀତ ତନୁଜା, ଅମଜାଦ ଖାନ, କାଦର ଖାନ, ଜୀଭାନ, ରଣଜିତଙ୍କ ପରି ଜଣାଶୁଣା କଳାକାର ଥିଲେ। ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଅମଜାଦ ଖାନ ଫିଲ୍ମଫେୟାର ପୁରସ୍କାର ଗ୍ରହଣ କରିଥିଲେ।

Amitabh Bachchan Bollywood Yaarana
Advertisment
Advertisment