Advertisment

ପିଆଜ ଖାଇଲେ ରୋଗ, ଆମେରିକାରେ ପେଟ ରୋଗରେ ଶତାଧିକ ଆକ୍ରାନ୍ତ

ଆମେରିକାରେ ପିଆଜ ଦେଖିଲେ ଡର। ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ। ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ। ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି।

author-image
Sarbeswar
Salmonella Outbreak

Salmonella Outbreak

ନୂଆଦିଲ୍ଲୀ: ଆମେରିକାରେ ପିଆଜ ଦେଖିଲେ ଡର। ପିଆଜ ଖାଇଲେ ବ୍ୟାପୁଛି ଭୟଙ୍କର ରୋଗ। ପେଟ ରୋଗରେ ପଡି ଛଟପଟ ହେଉଛନ୍ତି ଶତାଧିକ। ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଲେଣି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଆମେରିକାର ୩୭ଟି ରାଜ୍ୟରେ ସଲମାନେଲା ରୋଗ ବ୍ୟାପିବା ଆରମ୍ଭ ହୋଇଯାଇଛି। ବିଶେଷ କରି ଟେକ୍ସାସ୍ ଏବଂ ଓକାଲୋହୋମା ସହରରେ ସର୍ବାଧିକ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସିଡିସି କହିଛି। ଏବେ ଜାଣନ୍ତୁ ସଲମାନେଲା ରୋଗ କଣ ଓ ଏହା କିପରି ବ୍ୟାପିଥାଏ।

Advertisment

ସଲମାନେଲା ହେଉଛି ଏକ ପେଟ ରୋଗ ସୃଷ୍ଟିକାରୀ ଅଣୁଜୀବ। ସାଧାରଣତଃ ଏହି ବ୍ୟାକ୍ଟେରିଆ ଗ୍ୟାଷ୍ଟ୍ରୋନୋମିକାଲ୍ ରୋଗ ସୃଷ୍ଟି କରିଥାଏ। ବିଶେଷ କରି ସଲମାନେଲା ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ। ପିଆଜ ଖାଇବାର ୬ ଘଣ୍ଟାରୁ ୬ ଦିନ ମଧ୍ୟରେ ଯେକୌଣସି ସମୟରେ ଏସବୁ ଲକ୍ଷଣ ଦେଖାଯାଏ ବୋଲି ଆମେରିକାର ‘ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌’ ସ୍ପଷ୍ଟ କରିଛି।

Advertisment

ସମ୍ପୂର୍ଣ୍ଣ ଲାଲ୍‌, ଧଳା ଏବଂ ହଳଦିଆ ରଙ୍ଗର ପିଆଜ ଖାଇଲେ ଏହି ରୋଗ ଅଧିକ ମାତ୍ରାରେ ହେଉଥିବା କୁହାଯାଉଛି। ଏଥି ପାଇଁ ପ୍ୟାକେଜିଂ ‘ଲେବଲ୍‌’ ଲାଗି ନ ଥିବା ପିଆଜ ନ କିଣିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା କିଣିଥିବା ପିଆଜ ସବୁ ଫୋପାଡ଼ି ଦେବା ସହ ପିଆଜ ରଖାଯାଇଥିବା ପାତ୍ର ଏବଂ ଚଟାଣକୁ ସାବୁନ୍‌ ପାଣିରେ ପରିଷ୍କାର କରିବା ଲାଗି କୁହାଯାଇଛି। ବିଶେଷ କରି ଚିହୁଆହୁଆ ଓ ମେକ୍ସିକୋରୁ ଆମଦାନି ହେଉଥିବା ପ୍ରୋସୋର୍ସ ଇନ ନାମକ କମ୍ପାନୀର ପିଆଜ ସଲମାନେଲା ରୋଗର କାରଣ ବୋଲି ଜଣାପଡ଼ିଛି।

ପିଆଜ ଖାଇ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ଘଟିନାହିଁ। ତେବେ ଅସୁସ୍ଥଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକ କଞ୍ଚା ପିଆଜ କିଂବା ସେଥିରୁ ପ୍ରସ୍ତୁତ ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏହି ରୋଗ ବୃଦ୍ଧି ପାଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ବୋଲି ‘ସିଡିସି’ କହିଛି।

America Salmonella Outbreak
Advertisment
Advertisment