Advertisment

୭ ଟିକା ଉତ୍ପାଦନକାରୀ କମ୍ପାନିର ପ୍ରତିନିଧିଙ୍କୁ ଭେଟିଲେ ମୋଦି

କୋଭିଡ୍ ବିରୋଧୀ ଯୁଦ୍ଧରେ ଦେଶରେ ଶହେ କୋଟି ଭ୍ୟାକ୍ସିନ ଡୋଜ୍ ସଫଳତାର ସହ ଦିଆଯିବାର ଦିନକ ପରେ ଟିକା ନିର୍ମାତା କଂପାନି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସୁଧା ମିଳିଥିବା ଉପଲବ୍ଧି ଓ ଆଗକୁ ଆହୁରି ଗବେଷଣା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

author-image
Chandan Shishu
PM Narendra Modi

PM Narendra Modi

ନୂଆଦିଲ୍ଲୀ: ଦେଶର ୭ ଟିକା ଉତ୍ପାଦନକାରୀ କମ୍ପାନିର ପ୍ରତିନିଧିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶହେ କୋଟି କୋଭିଡ୍ ଟିକାକରଣ ପରେ ୭ଟି ଟିକା ଉତ୍ପାଦନକାରୀ କମ୍ପାନି ସହ ମୋଦି ଆଲୋଚନା କରି ସମସ୍ତଙ୍କୁ ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭେଟିଥିବା ୭ ଭ୍ୟାକ୍ସିନ କଂପାନି ହେଲା- ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ଡକ୍ଟର ରେଡିସ୍ ଲାବ୍ରୋଟାରୀ, ଜାଇଡସ୍ କାଡିଲା, ବାୟୋଲୋଜିକାଲ ଇ, ଜେନୋଭା ବାୟୋଫାର୍ମା ଓ ପାନାସିଆ ବାୟୋଟେକ୍।

Advertisment

ଆଜି ଅପରାହ୍ଣରେ ଏହି ବୈଠକ ହୋଇଛି। କୋଭିଡ୍ ବିରୋଧୀ ଯୁଦ୍ଧରେ ଦେଶରେ ଶହେ କୋଟି ଭ୍ୟାକ୍ସିନ ଡୋଜ୍ ସଫଳତାର ସହ ଦିଆଯିବାର ଦିନକ ପରେ ଟିକା ନିର୍ମାତା କଂପାନି ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ସୁଧା ମିଳିଥିବା ଉପଲବ୍ଧି ଓ ଆଗକୁ ଆହୁରି ଗବେଷଣା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦେଶରେ ଶହେ କୋଟି ଡୋଜ୍ ଟିକାରୁ ୭୫ ପ୍ରତିଶତ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୩୧ ପ୍ରତିଶତ ଦୁଇ ଡୋଜ୍ ଟିକା ନେଇଛନ୍ତି। ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନ। ୯ ମାସ ୫ ଦିନରେ ଭାରତ ଶହେ କୋଟି ଡୋଜ୍ କୋଭିଡ୍ ଟିକାକରଣ କରିଛି। 

Advertisment
Vaccination India Fights Corona
Advertisment
Advertisment