ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନ, ମାନସିକ ଚାପ ଏମିତି ବଢିଯାଇଛି ଯେ, ଆଖିର ନିଜ ହଜିଯାଉଛି। ଆଜିକାଲି ଅଧିକାଂଶ ଲୋକ ସେଥିପାଇଁ ଅନିଦ୍ରା ରୋଗରେ ପୀଡିତ। ଏପରିକି ଔଷଧ ବି କାମ ଦେଉନି। ଅନିଦ୍ରା ଅନେକ ରୋଗର କାରଣ ପାଲଟିଛି। ଆପଣଙ୍କର ଏପରି ସମସ୍ୟା ରହିଛି କି ? ବ୍ୟସ୍ତ ହୁଅନ୍ତୁନି। ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ। ଏଠାରେ ଆମେ ଏମିତି ୫ଟି ଖାଦ୍ୟ ବିଷୟରେ ଉଲ୍ଲେଖ କରିଛୁ। […]
ଭୁବନେଶ୍ୱର: ଆମେ ଯାହା ଖା’ନ୍ତି ଓ ପିଅନ୍ତି, ତା’ର ସିଧା ପ୍ରଭାବ ଶରୀର ଉପରେ ପଡ଼େ। ଖାଦ୍ୟପାନୀୟ ଠିକ୍ ରହିଲେ, ସ୍ୱାସ୍ଥ୍ୟ ଠିକ୍ ରହେ। ଖାଲି ଠିକ୍ ଖାଦ୍ୟପାନୀୟ ଗ୍ରହଣ କଲେ ହବନି, ଏଗୁଡ଼ିକୁ ଠିକ୍ ସମୟରେ ମଧ୍ୟ ଗ୍ରହଣ କରିବା ଜରୁରୀ। ତା’ସହିତ ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ଆପଣାଇବାକୁ ପଡ଼ିଥାଏ। ଠିକ୍ ସମୟରେ ଶୋଇବା, ଆବଶ୍ୟକ ୭ରୁ ୮ ଘଣ୍ଟା ଶୋଇବା ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ମଧ୍ୟ ଜରୁରୀ ହୋଇଥାଏ। […]
ଭୁବନେଶ୍ୱର : ଆମ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍ ବା ଯାହାକୁ ଆମେ ଓଡ଼ିଆରେ କହୁ ଯକୃତ। ଲିଭର୍ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ। ତେବେ ଖରାପ ଖାଦ୍ୟ ଓ ପାନୀୟ ଯୋଗୁ ଲିଭର୍ରେ ଅପରିଷ୍କାର ଜିନିଷ ଜମିଲେ ସମସ୍ୟା ଦେଖାଯାଏ। ଏହାଦ୍ୱାରା କେବଳ ଲିଭର୍ର କାର୍ଯ୍ୟଶୈଳୀ ପ୍ରଭାବିତ ହୋଇ ନଥାଏ, ତା’ସହ ଅନେକ […]
ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗକୁ […]
ଛତୁ ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦ ହେଉଥିବା ଖାଦ୍ୟ ମଧ୍ୟରୁ ଗୋଟିଏ। ଛତୁ ପକାଇ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଛତୁରେ କ୍ୟାଲୋରୀ କମ୍ ପରିମାଣରେ ରହିଥିବାବେଳେ ଏଥିରେ ବିଭିନ୍ନ…
ନୂଆଦିଲ୍ଲୀ: ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। ଯାହାକୁ […]
ନୂଆଦିଲ୍ଲୀ: କୋଭିଡ୍ କଟକଣା ମଧ୍ୟରେ ଆଜି ୩ଟି ରାଜ୍ୟରେ ଖୋଲିଲା ସ୍କୁଲ୍। ଉତ୍ତରପ୍ରଦେଶ, ପଞ୍ଜାବ, ସିକିମରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲା ଯାଇଛି। ହେଲେ ଛାତ୍ରଛାତ୍ରୀ ସ୍କୁଲ୍ ଆସିବା ବାଧ୍ୟତାମୂଳକ ନୁହେଁ। ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକଙ୍କ ନିକଟରୁ ସ୍କୁଲ୍ ଆସିବା ନେଇ ସ୍ୱୀକୃତିପତ୍ର ଆଣିଥିବେ ସେମାନଙ୍କୁ କେବଳ କ୍ଲାସ୍ ରୁମ୍କୁ ପ୍ରବେଶ ଅନୁମତି ମିଳିବ। ସମସ୍ତ କ୍ଲାସ୍ ବିଭିନ୍ନ ସିଫ୍ଟରେ ହେବ। ସ୍କୁଲ ଗୃହକୁ ପ୍ରବେଶ ପୂର୍ବରୁ ଚେୟାର, ଟେବୁଲ ଭଳି […]
ନୂଆଦିଲ୍ଲୀ: ଦୀର୍ଘଦିନ ପରେ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ ପାଖାପାଖି ୭୦ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି। ତେବେ ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଦୀର୍ଘ ୮୩ ଦିନ ପରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍ ମାମଲା ସାମ୍ନାକୁ ଆସିଛି। ସେହିପରି ମୃତକଙ୍କ ସଂଖ୍ୟାମ ମଧ୍ୟ ହ୍ରାସ ପାଇଛି। ମୃତ୍ୟୁ ସଂଖ୍ୟା ହ୍ରାସ […]
ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍ମା ଥେରାପି। ଏହାକୁ ଖୁବ୍ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ଏହି ଥେରାପି କେବଳ […]
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି। ଯାହା ପରେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬କୁ ବୃଦ୍ଧି ପାଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୫୫ ହଜାର ୮୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୭ […]
ଚେନ୍ନାଇ: ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ୱାମୀ। ସେ କହିଛନ୍ତି “କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍ସିନ୍ ଦିଆଯିବ।” ପାଲାନିସ୍ୱାମୀଙ୍କୁ ପୂର୍ବରୁ ବିଜେପି ବିହାରରେ ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛି। ନିର୍ବାଚନୀ ଇସ୍ତାହାରରେ ମାଗଣା ଭ୍ୟାକ୍ସିନ୍ ବିତରଣକୁ ସାମିଲ କରିଛି ଦଳ। ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। “ କରୋନା ବିରୋଧୀ ଲଢ଼େଇରେ ଏନ୍ଡିଏ ସରକାର […]
ନୂଆଦିଲ୍ଲୀ: ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିଲାଗି କେନ୍ଦ୍ର ସରକାର ୭ ବିଲିଅନ ଡଲାରର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଜଣ ପିଛା ୬ରୁ ୭ ଡଲାର ବା ୪୫୦ରୁ ୫୫୦ ଟଙ୍କା ହିସାବରେ ୧୩୦ କୋଟି ଲୋକଙ୍କ ପାଇଁ ଏହି ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷ ଭିତରେ ଏହି ଟଙ୍କାର ବ୍ୟବସ୍ଥା ହେବ ଓ […]
ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆଶ୍ୱସ୍ତିର ଖବର। କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ […]
ନୂଆଦିଲ୍ଲୀ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍ । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନ୍ଷ୍ଟ୍ରେସନ୍ ପକ୍ଷରୁ ରେମଡ୍ସିଭିରକୁ ଅନୁମତି ମିଳିଛି। ମେଡିକାଲ୍ରେ ଚିିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଆମେରିକାରେ ରେମେଡସିଭିର୍ ଦିଆଯିବ। ଆମେରିକାରେ ରେମେଡସିଭିରକୁ ଭେକ୍ଲୁରୀ ନାଁରେ ବିକ୍ରି ହେବ। ଆମେରିକାରେ ଗତ କିଛି ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରେମେଡସିଭିର୍ ପ୍ରୟୋଗ ନେଇ ହ୍ୟୁମନ୍ ଟ୍ରାଏଲ୍ କରାଯାଇଥିଲା। କିଛି ପଯର୍ୟାୟରେ ଏହା ଫଳପ୍ରଦ ହେବା ପରେ ଏହାକୁ […]
ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୫୪,୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ମାମଲା ୭୭,୬୧,୩୧୨ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୬୯୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୃତ୍ୟୁ ସଂଖ୍ୟା ୧,୧୭,୩୦୬ ରହିଛି। ସେହିପରି ଦେଶରେ କରୋନା ଆକ୍ଟିଭ୍ କେଶ୍ ୭ ଲକ୍ଷ ତଳକୁ ଖସିଯାଇ ୬,୯୫,୫୦୯ ରହିଥିବା ବେଳେ ୬୯,୪୮,୪୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶର ସୁସ୍ଥ ହାର ୮୯.୫୩ ରହିଛି। ଓ ମୃତ୍ୟୁ ହାର […]
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ କରୋନା ନେଇଛି ଆଉ ୬୫୦ ଜୀବନ। ଏହା ସହିତ ୫୩ ହଜାର ୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୭୦ ଲକ୍ଷ ୧୬ ହଜାରରୁ ଅଧିକ। ମୋଟ ଆକ୍ଟିଭ କେସ୍ ହେଲା ୬ ଲକ୍ଷ ୮୦ ହଜାରରୁ ଅଧିକ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି। ଏ ନେଇ […]
ୱାସିଂଟନ: ଆମେରିକାରେ ଅଷ୍ଟ୍ରେଜେନିକା ପୁଣି ଥରେ କରୋନା ଭାକ୍ସିନ୍ ପରୀକ୍ଷଣ ଆରମ୍ଭ କରିଛି। ୟୁଏସ୍ ନିୟାମକ ପକ୍ଷରୁ ଅନୁମୋଦନ ପରେ କରୋନା ଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା କଂପାନି ପକ୍ଷରୁ କୁହାଯାଇଛି। କଂପାନିର ୟୁକେ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ସେପ୍ଟେମ୍ବର ୬ ତାରିଖରୁ ଭାକ୍ସିନର ୟୁଏସ୍ ଟ୍ରାଏଲ ବନ୍ଦ ରହିଥିଲା। ଅଷ୍ଟ୍ରାଜେନିକା ପିଏଲସି ହେଉଛି ବ୍ରିଟିଶ ବହୁରାଷ୍ଟ୍ରୀୟ ଫାର୍ମାସିୟୁଟିକାଲ୍ ଏବଂ ବାୟୋଫାର୍ମାସ୍ୟୁଟିକାଲ୍ କଂପାନି, ଯାହାର କେମ୍ବ୍ରିଜ୍, ୟୁନାଇଟେଡ୍ କିଙ୍ଗଡମ୍ ଏବଂ […]
ନୂଆଦିଲ୍ଲୀ: ବିହାର ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ ମାଗଣା କୋଭିଡ୍ ଭ୍ୟାକ୍ସିନ ଯୋଗାଇ ଦେବାକୁ ବିଜେପି କହିବା ପରେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଭିନ୍ନ ଦଳ ବିଜେପିର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛନ୍ତି। ଏପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମାଗଣା କୋଭିଡ୍ ଭ୍ୟାକ୍ସିନ ମିଳିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ଦେଶର ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ମିଳିବା ଦରକାର ବୋଲି ଅରବିନ୍ଦ କହିଛନ୍ତି। ସେ କହିଛନ୍ତି “ପୂରା ଦେଶରେ ମାଗଣା କୋଭିଡ୍ […]
ଲକ୍ଷ୍ମୀପୁର: ରାସ୍ତା ଖରାପ ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ କରୋନା ରୋଗୀକୁ ପିଠିରେ ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ କୋଭିଡ୍ ଯୋଦ୍ଧା। ପାଖାପାଖି ଅଧକିଲୋମିଟର ପର୍ଯ୍ୟନ୍ତ ପିଠିରେ ବୋହିଥିଲେ କୋଭିଡ୍ ଯୋଦ୍ଧା। ଏଭଳି ଘଟଣା ଘଟିଛି ଆସାମର ଘୁଲାମାରା ଅଞ୍ଚଳର। ଏହି କୋଭିଡ୍ ଯୋଦ୍ଧା ହେଲେ ୧୦୮ ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଆସାମର ଗୋପାଳ ସାଇକିଆ। ଅସୁସ୍ଥ କରୋନା ରୋଗୀଙ୍କ ଘର ଆମାସ ଘୁଲାମାରା ଅଞ୍ଚଳର ଢାକୁଆଖାନା ଠାରେ। ରୋଗୀଙ୍କୁ ଆଣିବାକୁ ଶନିବାର ଗୋପାଳ ସାଇକିଆ ଉକ୍ତ […]
ନୂଆଦିଲ୍ଲୀ: ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ। ହେଲେ ସବୁ କିଛି ଡିଜିଟାଲାଇଜ୍ଡ। କିନ୍ତୁ ଇଭିଏମ୍ ନୁହେଁ ଏଠି ଇଭିଆଇଏନ୍- ଅର୍ଥାତ୍ ଇଲେ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟ୍ଓ୍ୱର୍କର ହେବ ବ୍ୟବହାର। ଏହି ଇଭିଆଇଏନ୍ରେ ରାଜ୍ୟଗୁଡ଼ିକରୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ଆସିଥିବା ହିତାଧିକାରୀଙ୍କ ନାଁ ସହ, ଭ୍ୟାକ୍ସିନ୍ ଷ୍ଟକ୍, ବିତରଣ, ଶୀତଳୀକରଣ ଆଦି ବିଷୟରେ ବିସ୍ତୃତ ତଥ୍ୟ ରହିବ। ସେହିପରି ନିର୍ବାଚନ ଭଳି ପର୍ଯ୍ୟାୟଭିତ୍ତିକ ଟିକାକରଣ ତାରିଖ ସ୍ଥିର କରାଯିବ, ଭୋଟ୍ ଗ୍ରହଣ […]
ନୂଆଦିଲ୍ଲୀ: ସଫଳତା ଦିଗରେ ଅଗ୍ରସର ହେଉଛି ଅକ୍ସଫୋର୍ଡ କରୋନା ଟିକା। ଏମିତିକି ଟିକା ନେବା ପରେ ବୟସ୍କ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ୁଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଆଷ୍ଟ୍ରାଜେନ୍କା ସହ ମିଳିତ ସହଯୋଗରେ କୋଭିଡ୍-୧୯ ଟିକା କୋଭିସିଲ୍ଡ ପ୍ରସ୍ତୁତ କରୁଛି ଅକ୍ସଫୋର୍ଡ ୟୁନିଭରସିଟି। ପ୍ରାଥମିକ ପର୍ଯ୍ୟାୟରେ ଏହି ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକ ରିସ୍କରେ ରହୁଥିବା ବୟସ୍କଙ୍କ ଶରୀରରେ ଉଭୟ ଆଣ୍ଟିବଡି ଓ ଟି-ସେଲ୍ ବୃଦ୍ଧି ପାଉଥିବା ଗବେଷକମାନେ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଦଳର ଏକ ମିଶ୍ରଣପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଆଠ୍ୱାଲେଙ୍କ ପାର୍ଟି (ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ)ରେ ଅଭିନେତ୍ରୀ ପାୟଲ ଘୋଷ ଯୋଗ ଦେଇଥିଲେ। ଏଥିପାଇଁ ଏକ ସାଧାରଣରେ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରୁ ଫେରିବା ପରେ ଆଠ୍ୱାଲେ କରୋନା ପଜିଟିଭ୍ ହୋଇଛନ୍ତି। ସମାରୋହରୁ ଫେରିବାର ଦିନକ ପରେ ଆଠ୍ୱାଲେ ଶରୀରରେ ଯନ୍ତ୍ରଣା ଅନୁଭବ କରିବା ସହିତ […]
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ଜାରି ହୋଇଥିବା ଅନ୍ଲକ୍ ୫.୦ ଗାଇଡ୍ ଲାଇନକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର। ମଙ୍ଗଳବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ୍ କଟକଣା ରହିବ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ମଧ୍ୟରେ ଯାତାୟାତ ନେଇ କୌଣସି କଟକଣା ନାହିଁ। ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଯାତାୟାତ ନେଇ ଅନୁମତି ଦରକାର ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅନଲକ୍ ଅବଧି ବଢିବାର ନୂଆ […]
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭାରତରେ ୩୬ ହଜାର ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୩ ମାସରେ ସର୍ବନିମ୍ନ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ପ୍ରେସମିଟ୍ କରି ଏହି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ପ୍ରତିଶତ ହେଉଛନ୍ତି କେବଳ ୧୮ଟି ଜିଲ୍ଲାର। ଅର୍ଥାତ୍ ଦେଶରେ ଆକ୍ରାନ୍ତଙ୍କ ହାରରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହେଉଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। […]
ପାଟନା: ବିହାର ନିର୍ବାଚନ ପ୍ରଚାରରୁ ଫେରିବା ପରେ ଜଣେ ପରେ ଜଣେ ବିଜେପି ନେତା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶାହନୱାଜ୍ ହୁସେନ୍, ସୁଶୀଲ ମୋଦି, ଦେବେନ୍ଦ୍ର ଫଡନାଭିସଙ୍କ ପରେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରୀନ କରୋନା ପଜିଟିଭ୍ ଚହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିହାର […]