• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଡାଇବେଟିସ୍‌ ଏକ ରୋଗ ନୁହେଁ। କିନ୍ତୁ ସବୁ ରୋଗର ଜନନୀ। ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ବନ୍ଦ ହୋଇଯାଏ।

ନ୍ୟୁଟ୍ରିସନ୍‌ର ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍‌ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍‌ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଫଳାହାର ଡାଇବେଟିସ୍‌ ରୋଗୀ ପାଇଁ ନିହାତି ଆବଶ୍ୟକ। ସୁସ୍ଥ ରହିବାକୁ ହେଲେ ଶରୀରକୁ ପୋଷଣର ଆବଶ୍ୟକତା ରହିଛି ଯାହା ଫଳାହାରରୁ ମିଳିଥାଏ।

ଆସନ୍ତୁ ଜାଣିବା ସେହି ଫଳ ଗୁଡ଼ିକ କ’ଣ ଆଉ ସେଗୁଡ଼ିକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ?

ସେଓ

ସେଓରେ ଫାଇବର ଅନେକ ମାତ୍ରାରେ ରହିଥାଏ। ଯାହା ଡାଇବେଟିସ୍‌ ରୋଗୀର ହେଉଥିବା ଇନ୍‌ଫେକ୍ସନ୍‌କୁ ଭଲ କରିବାରେ ସାହାଯ୍ୟ କରେ। ଏହା ଛଡ଼ା ସେଓରେ ଏକ ପ୍ରକାର କାର୍ବୋହାଇଡ୍ରେଟ୍‌ ରହିଥାଏ। ଯାହା ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଶରୀରର କୋଲେଷ୍ଟ୍ରୋଲ୍‌ କମ୍‌ କରିଥାଏ।

ଜାମୁକୋଳି

ଜାମୁକୋଳି ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀ ଅନେକ ଲାଭ ପାଇଥାନ୍ତି। ଜାମୁକୋଳିରେ ୮୨ ପ୍ରତିଶତ ପାଣି ରହିଥାଏ ଓ ୧୪.୫ ପ୍ରତିଶତ କାର୍ବୋହାଇଡ୍ରେଟ୍ ରହିଥାଏ। ଯାହା ବ୍ଲଡ୍‌ ଓ ୟୁରିନ୍‌ରେ ଶର୍କରା ସ୍ତର କମ୍‌ କରିବାରେ ସହାୟକ ହୋଇଥାଏ। ଜାମୁକୋଳି ସହ ଏହାର ମଞ୍ଜି ମଧ୍ୟ ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁତ ଉପକାରୀ।

ଅମୃତଭଣ୍ଡା

ଅମୃତଭଣ୍ଡାରେ ବହୁତ ପରିମାଣରେ ଭିଟାମିନ୍‌ ଓ ନ୍ୟୁଟ୍ରିଏଣ୍ଟ୍‌ସ ରହିଥାଏ। ତେଣୁ ଏହାକୁ ଖାଇବା ଦ୍ୱାରା ଡାଇବେଟିସ୍‌ ରୋଗୀକୁ ବହୁତ ଲାଭ ମିଳିଥାଏ। ଏହା ସହ ଅମୃତଭଣ୍ଡାରେ ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ରହିଥାଏ। ଯାହା ଶରୀରର କୋଷଗୁଡ଼ିକୁ ଖରାପ ହେବାରୁ ରକ୍ଷା କରିବା ସହ ହାର୍ଟକୁ ସୁସ୍ଥ ରଖିଥାଏ।

ତରଭୁଜ

ତରଭୁଜରେ ଭିଟାମିନ୍‌ ଏ, ବି- ସିକ୍ସ ଓ ସି ରହିଛି। ତା’ ଛଡ଼ା ଏଥିରେ ଲାଇକୋପିନ୍‌, ଆମିନୋଏସିଡ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ରହିଛି।  ତରଭୁଜ ପାଚନ ତନ୍ତ୍ରକୁ ଠିକ୍‌ ରଖିବା ସହ କୋଲେଷ୍ଟ୍ରୋଲ୍‌କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ପିଜୁଳି

ପିଜୁଳିରେ ଫାଇବର, ଭିଟାମିନ୍‌-A ଓ ଭିଟାମିନ୍‌-C ଅନେକ ମାତ୍ରାରେ ରହିଥାଏ। ରହିଛି। ଏହା ଡାଇବେଟିସ୍‌ ଟାଇପ୍‌-୨ର ବିପଦକୁ ମଧ୍ୟ କମ୍‌ କରିଥାଏ। ଏଥିରେ ରହିଥିବା ପୋଟାସିୟମ୍‌ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

ନାସ୍‌ପାତି

ନାସ୍‌ପାତିରେ କ୍ୟାଲସିୟମ୍‌, ଆଇରନ୍‌,ମ୍ୟାଗ୍ନେସିୟମ, ପୋଟାସିୟମ୍, ଭିଟାମିନ୍‌-C, ଭିଟାମିନ୍‌-E ଓ ଭିଟାମିନ୍‌-K ଅନେକ ମାତ୍ରାରେ ରହିଥାଏ। ତେଣୁ କରି ଡାଇବେଟିସ୍‌ ରୋଗୀ ନାସ୍‌ପାତି ଖାଇବା ଦ୍ୱାରା ଅନେକ ଲାଭ ପାଇଥାନ୍ତି।

ଚେରୀ

ଚେରୀରେ ଏକ ପ୍ରକାର ଏନ୍‌ଜାଇମ୍‌ ରହିଥାଏ। ଯାହା ଶରୀରର ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଚେରୀର ଉପର ଚୋପା ହାର୍ଟ ପାଇଁ ଅନେକ ଲାଭଦାୟକ ହୋଇଥାଏ।

ଡାଳିମ୍ବ

ଡାଇବେଟିସ୍‌ ରୋଗୀଙ୍କର ହୃଦ୍‌ରୋଗ ହେବାର ଅନେକ ସମ୍ଭାବନା ରହିଥାଏ। ଡାଳିମ୍ବରେ ଆଣ୍ଟିଅକ୍ସିଡେଣ୍ଟ ରହିଥିବାରୁ ଶରୀରକୁ ଫ୍ରି ରେଡିକାଲ ଦ୍ୱାରା ହେଉଥିବା ବିପଦରୁ ରକ୍ଷା ମିଳିଥାଏ। କେବଳ ଏତିକି ନୁହେ ଏହା ରକ୍ତଚାପ ଓ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିଥାଏ।