• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବର୍ଷା ଦିନ ଆରମ୍ଭ ହେଲେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ  ଚିକନ୍‌ଗୁନିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ଜ୍ୱର ହୋଇଥାଏ। ଏଥିପାଇଁ ଡାକ୍ତର ଘରେ ମଶା ଧୂପ ବ୍ୟବହାର କରିବା ସହିତ ମଶାରି ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଥା'ନ୍ତି।

କିନ୍ତୁ ମଶା ଧୂପ କିମ୍ବା ଫାଷ୍ଚଗାର୍ଡ ବ୍ୟବହାର କରିବା ଦ୍ୱାରା ସେଥିରେ ଥିବା କେମିକଲ୍‌ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଫଳରେ ଶରୀର ସୁସ୍ଥ ହେବା ବଦଳରେ ଅଧିକ ଖରାପ ହୋଇଯାଏ। କିନ୍ତୁ ଆପଣ ଚାହିଁଲେ କିଛି ଘରୋଇ ଉପାୟରେ ମଶାଙ୍କ ଦାଉରୁ ରକ୍ଷା ପାଇପାରିବେ।  ଆସନ୍ତୁ ଜାଣିବା ସେହି ପ୍ରକ୍ରିୟା ବିଷୟରେ -

୧ - ମଶା ଦାଉରୁ ରକ୍ଷା ପାଇବା ପାଇଁ ହେଲେ, ଦେହରେ ତୁଳସୀ ପତ୍ର ରସ ଲଗାନ୍ତୁ, କିମ୍ବା ଘର ଚାରିପାଖରେ ତୁଳସୀ ଚାରା ଲଗାନ୍ତୁ। ଦେଖିବେ ମଶା ଆପଣଙ୍କ ପାଖ ମାଡ଼ିବ ନାହିଁ।

୨- ମଶା ଘଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ରି-ଫିଲ୍‌ରେ ଲିକ୍ୟୁଡ୍‌ ସରିଯାଇଥିଲେ, ସେଥିରେ ଲେମ୍ବୁ ଓ ୟୁକାଲିପଟାସ୍‌ର ତେଲ ଭରି ଦିଅନ୍ତୁ। ଦେଖିବେ ଘରୁ ଆପଣାଛାଏଁ ମଶା ପଳାଇବେ।

୩ -ମଶାଙ୍କୁ ଦୂରେଇ ରଖିବା ପାଇଁ ଆପଣ ନିମ୍ବ ତେଲର ବ୍ୟବହାର କରିପାରିବେ। ନଡ଼ିଆ ତେଲ ସହିତ ନିମ୍ବ ତେଲ ମିଶାଇ ଘରେ ଦୀପ ଜାଳନ୍ତୁ। ଏହାର ଗନ୍ଧରେ ମଶାମାନେ ଘର ଚାଡ଼ିପଳାଇବେ। ଆପଣ ଚାହିଁଲେ ନିମ୍ବ ତେଲକୁ ଦେହରେ ଲଗାଇ ମଶା କାମୁଡ଼ାରୁ ରକ୍ଷା ପାଇ ପାରିବେ।